୨୦,୯୯୯ ଟଙ୍କାର ଫୋନ ପାଇପାରିବେ ୮ ହଜାର ଟଙ୍କାରେ, ହାତଛଡ଼ା କରନ୍ତୁନି ସୁଯୋଗ
ଯଦି ଆପଣ ନୂଆ 5G ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି ବୋଲି ଭାବି ନିଅନ୍ତୁ । ନୂଆ କରି ଲଞ୍ଚ ହୋଇଥିବା Moto G 5G ସ୍ମାର୍ଟଫୋନ ମାତ୍ର ୭ ହଜାର ୯୯୯ ଟଙ୍କାରେ ଆପଣଙ୍କୁ ମିଳି ଯାଇପାରିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ତରିକା ଫଲୋ କରିବାକୁ ହେବ | ତେବେ ଏହି ତରିକା ବାବଦରେ ସ୍ଟେପ ବାଇ ସ୍ଟେପ ଜାଣି ରଖନ୍ତୁ । ଯଦିବା ମୋଟୋର ଏହି ସେଟର ପ୍ରକୃତ ମୂଲ୍ୟ ୨୦
ହଜାର ୯୯୯ ଟଙ୍କା । କିନ୍ତୁ ଏହି ଇ-କମର୍ସ କମ୍ପାନୀ ଗ୍ରାହକଙ୍କୁ ୧୩ ହଜାର ୨୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ଦେଉଛି । ନିଜ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରି ଆପଣ ମାତ୍ର ୭ ହଜାର ୯୯୯ ଟଙ୍କାରେ ନୂଆ ଫୋନ ପାଇପାରିବେ । ପ୍ରଥମେ ଇ କମର୍ସ ସାଇଟ ଫ୍ଲିପକାର୍ଟ (Flipkart) ସାଇଟକୁ ଯାଆନ୍ତୁ । ଏଠି Moto G 5G ସର୍ଚ୍ଚ କରନ୍ତୁ । ଏବେ ହ୍ୟାଣ୍ଡସେଟ ଉପରେ ଟ୍ୟାପ କରନ୍ତୁ ।
ସବିଶେଷ ତଥ୍ୟ ପାଇବା ପାଇଁ ଲଗ ଇନ କରନ୍ତୁ ଅଥବା ନିଜ ଲୋକାଲ ପିନ ନମ୍ବର ଦିଅନ୍ତୁ । ଡିଟେଲ ମିଳିବା ପରେ ଏକ୍ସଚେଞ୍ଜ ଅଫର ଅପସନ ଆକ୍ଟିଭ ହୋଇଯିବ । ଏବେ ନିଜ ପୁରୁଣା ଫୋନ ବାବଦରେ କିଛି ତଥ୍ୟ ଦେବାକୁ ହେବ । ଏହା ପରେ ଫୋନର ଏକ୍ସଚେଞ୍ଜ ଭ୍ୟାଲୁ ବାବଦରେ ଜଣାଇ ଦିଆଯିବ । ହଁ ଫ୍ଲିପକାର୍ଟ ୟୁଜର ମାନେ ଏଚଡ଼ିଏଫସି ବ୍ୟାଙ୍କର କ୍ରେଡିଟ ବା ଡେଭିଡ଼ କାର୍ଡ଼ରୁ ଇଏମଆଇ ମାଧ୍ୟମରେ ପେମେଣ୍ଟ କରୁଥାନ୍ତି ତେବେ ଆପଣଙ୍କୁ ଅତିରିକ୍ତ ୧୦୦୦ ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ମିଳିପାରିବ । ଯଦି ଏକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ଼ ଜରିଆରେ ପେମେଣ୍ଟ କଲେ ୫
ପ୍ରତିଶତର ଅନଲିମିଟେଡ଼ କ୍ୟାସବ୍ୟାକ ମିଳିପାରିବ ।
କଣ ରହିଛି ବିଶେଷତା:
Moto G 5G ସ୍ମାର୍ଟଫୋନରେ ୬.୭ ଇଞ୍ଚର ଫୁଲ ଏଚଡ଼ି + ଡିଷ୍ପ୍ଲେ ରହିଛି । ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ଼ 10ରେ ହିଁ ଫଙ୍କସନ କରୁଛି | ଗ୍ରାଫିକ୍ସ ପାଇଁ ଇଣ୍ଡ୍ରନୋ ୬୧୯ ଜିପିୟୁ ଦିଆଯାଇଛି । ଯାହାର ଆସ୍ପେକଟ ରେସିଓ ୨୦:୯ ଥିବା ବେଳେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଆକ୍ଟିଭ ଏରିଆ ପ୍ୟାନେଲ ରହିଛି | ଏହି ଫୋନ ୨.୨ ଗିଗାହର୍ଜ କ୍ଳକ ସ୍ପୀଡ ସହ ଅକଟାକୋର କ୍ଵଲକମ ସ୍ନାପଡ୍ରାଗନ ୭୫୦ ଜି ପ୍ରୋସେସର ମିଳିବ । ଏହି ଫୋନ ୬ GB ରାମ ଓ ୧୨୮ GB ଇଂଟରନାଲ ମେମୋରୀ ସହ ଲଞ୍ଚ କରାଯାଇଛି । ଯାହାର ମେମୋରୀକୁ ମାଇକ୍ରୋଏସଡି କାର୍ଡ଼ ଜରିଆରେ ୧ TB ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇ ପାରିବ ।