OnePlus Nord 2T 5Gର ପ୍ରଥମ ବିକ୍ରି ଆରମ୍ଭ, ପାଇପାରିବେ ୧୧ ହଜାର ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ

ଯଦି ଆପଣ ଆଣ୍ଡ୍ରଏଡ଼ ଅପରେଟିଙ୍ଗ ସିଷ୍ଟମରେ କାମ କରୁଥିବା ଏକ ପ୍ରିମିୟମ ସ୍ମାର୍ଟଫୋନକୁ କିଣିବାକୁ ଚାହୁଁଛନ୍ତି ତେବେ ଆମ ପାଖରେ ଆପଣଙ୍କ ପାଇଁ ଏକ ବେଷ୍ଟ ଅପସନ ଅଛି । ଆପଣଙ୍କୁ କହିରଖିବା ଉଚିତ ହେବକି କିଛି ଦିନ ହେବ ଲଞ୍ଚ ହୋଇଥିବା OnePlus Nord 2T 5G କୁ ଏବେ ଆମାଜନରେ ବିକ୍ରି ପାଇଁ ଉପଲବ୍ଧ କରାଯାଉଛି । OnePlus Nord 2T 5G ଆଜି ଅର୍ଥାତ ଜୁଲାଇ ୫ ତାରିଖରେ ସେଲ ଆରମ୍ଭ ହୋଇଛି । ଯାହାକୁ ଦୁଇ ପ୍ରକାର ଷ୍ଟୋରେଜ ଭେରିୟାଣ୍ଟରେ କିଣାଯାଇପାରିବ । ଆମାଜନରେ ଏହି ଫୋନକୁ ୨୯ ହଜାର ବଦଳରେ ୧୮
ହଜାର ଟଙ୍କାରେ କିଣାଯାଇପାରିବ । ଆସନ୍ତୁ ଜାଣିବା କେମିତି…..

ଆପଣଙ୍କୁ ଜଣାଇ ରଖୁଛୁକି OnePlusର ଲାଟେଷ୍ଟ 5G ସ୍ମାର୍ଟଫୋନ OnePlus Nord 2Tକୁ ଭାରତରେ କିଛି ଦିନ ପୂର୍ବେ ହିଁ ଲଞ୍ଚ କରାଯାଇଥିଲା ଯେବେକି ଜୁଲାଇ ୫
ରେ ବିକ୍ରି ଆରମ୍ଭ ହୋଇଛି । ଆମାଜନରେ ଏହି ଫୋନକୁ 8GB RAM ଓ 128GB ଷ୍ଟୋରେଜ ତଥା 12GB RAM ଓ 256GB ଷ୍ଟୋରେଜ ଭେରିୟାଣ୍ଟରେ କିଣାଯାଇପାରିବ । ଆସନ୍ତୁ ଜାଣିବା ଆପଣ କିପରି ଏହାକୁ ପ୍ରଥମ ସେଲରେ କମ ମୂଲ୍ୟରେ କିଣିପାରିବେ । ଯେମିତିକି ଆମେ ପ୍ରଥମରୁ କହିରଖିଛୁକି, OnePlus Nord 2T 5Gର ପ୍ରଥମ ସେଲ ଆଜିଠାରୁ ହିଁ ଆରମ୍ଭ ହେଉଛି । ଆପଣଙ୍କୁ କହିରଖୁଛୁକି 8GB RAM ଓ 128GB ଷ୍ଟୋରେଜ ଭେରିୟାଣ୍ଟକୁ ଆପଣ ୨୮ ହଜାର ୯୯୯ ଟଙ୍କାରେ ଓ 12GB RAM ଓ 256GB ଷ୍ଟୋରେଜ ଭେରିୟାଣ୍ଟକୁ ୩୩
ହଜାର ୯୯୯ ଟଙ୍କାରେ କିଣିପାରିବେ ।

one plus
image credit: Nextpit

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଏହି ସ୍ମାର୍ଟଫୋନକୁ ଆପଣ ଡ଼ିସକାଉଣ୍ଟର ସହ କିପରି କିଣିପାରିବେ । OnePlus Nord 2T5G ର ୨୮ ହଜାର ୯୯୯ ଟଙ୍କିଆ ଭେରିୟାଣ୍ଟକୁ ବ୍ୟାଙ୍କ ଅଫର ସାହାଯ୍ୟରେ ୨ ହଜାର ଟଙ୍କା ଡ଼ିସକାଉଣ୍ଟରେ ପାଇପାରିବେ । ଆଉ ଯଦି ଆପଣ ଏହାକୁ ଆପଣ ନିଜ ପୁରୁଣା ଫୋନ ଏକ୍ସଚେଞ୍ଜରେ କିଣିବାକୁ ଚାହୁଁଛନ୍ତି ତେବେ ୮ ହଜାର ୯୦୦ଟଙ୍କା ବଂଚେଇପାରିବେ । OnePlus Nord 2T5Gର ମୂଲ୍ୟ ୨୮ ହଜାର ୯୯୯ ଟଙ୍କାରୁ କମି ୧୮ ହଜାର ୦୯୯ ଟଙ୍କା ହୋଇଯାଇଛି । ଯଦି ଆପଣ 12GB RAM +256GB ଷ୍ଟୋରେଜ ବିଶିଷ୍ଟ ଫୋନକୁ କିଣୁଛନ୍ତି ତେବେ ଆପଣଙ୍କୁ ସେହି ସବୁ ଅଫର ମିଳିବ ଯାହା ଗତ ଭେରିୟାଣ୍ଟରେ ଆପଣଙ୍କୁ ଦିଆଯାଇଛି । ଅର୍ଥାତ ଆପଣ ବ୍ୟାଙ୍କ ଅଫରରୁ ୨ ହଜାର ଟଙ୍କା ତଥା ଏକ୍ସଚେଞ୍ଜ ଅଫରରେ ୮ ହଜାର ୯୦୦ ଟଙ୍କା ବଞ୍ଚେଇ ପାରିବେ । ଯଦି ଆପଣଙ୍କୁ ଏହି ଦୁଇଟି ଅଫର ଏକାସାଥିରେ ମିଳିଯାଉଛି ତେବେ ଆପଣ ୩୩ ହଜାର ୯୯୯ ଟଙ୍କା ବଦଳରେ ୨୩ ହଜାର ୯୯ ଟଙ୍କାରେ କିଣିପାରିବେ ।

ଏହି ନୂଆ 5G ସ୍ମାର୍ଟଫୋନକୁ ଆପଣ ୬.୪୩ଇଞ୍ଚ ଏଫଏଚଡ଼ି + ଏମୋଲେଡ ଡିଷ୍ପ୍ଲେ ସହିତ 90Hz ର ରିଫ୍ରେଶ ରେଟ ରହିଛି । ମିଡ଼ିଆଟେକ ଡ଼ାଈମେନ୍ସିଟି ୧୩୦୦ ଚିପସେଟର ଏହି ସ୍ମାର୍ଟଫୋନକୁ ଆପଣ ୪୫୦୦mAh ବ୍ୟାଟେରୀ ଓ ୮୦W SuperVOOC ଫାଷ୍ଟ ଚାରଜିଙ୍ଗର ସପୋର୍ଟ ମିଳିବ । ଏହି ଫୋନ ଟ୍ରିପଲ ରିୟର କ୍ୟାମେରା ସେଟଅପ ସହ ବଜାରରେ ଉପଲବ୍ଧ ହେଉଛି । ଯେଉଁଥିରେ ୫୦MPର ପ୍ରାଇମେରୀ ସେନ୍ସର ରହିଛି । ଏହା ବ୍ୟତୀତ ୮MPର ଅଲଟ୍ରା ୱାଇଣ୍ଡ କ୍ୟାମେରା ସହ ୨ MP ମୋନୋ ଲେନ୍ସ ରହିଛି । ଯେଉଁଥିରେ ଆପଣଙ୍କୁ ୩୨
MPର ଫ୍ରଣ୍ଟ କ୍ୟାମେରା ସୁବିଧା ରହିଛି ।

Leave A Reply

Your email address will not be published.