ୟୁଟ୍ୟୁବ୍ ଭଳି ଫେସବୁକରେ ମଧ୍ୟ ଭିଡ଼ିଓ ଅପଲୋଡ଼ ସହ କରିପାରିବେ ରୋଜଗାର

ସୋସିଆଲ ନେଟୱାର୍କଂ ସାଇଟ୍ ଫେସବୁକ ନିଜ ଗ୍ରାହକଙ୍କ ପାଇଁ “ଫେସବୁକ୍ ୱାଚ୍” ନାମକ ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଏହି ଫିଚରର ଫାଇଦା ସେହି ଗ୍ରାହକ ଉଠାଇପାରିବେ ଯେଉଁମାନେ ଫେସବୁକରେ ନିଜର ଭିଡ଼ିଓ ଶେୟାର କରିଥାନ୍ତି। ଏହି ସେବା ଗତବର୍ଷ ଆମେରିକାରେ ଆରମ୍ଭ କରାଯାଇଥିବା ବେଳେ ଏବେ ତାହାକୁ ଦୁନିଆରେ ସମସ୍ତ ସହରରେ ଆରମ୍ଭ କରାଯିବ। ଫେସବୁକ୍ ୱାଚ୍ ସିଧାସଳଖ ୟୁଟ୍ୟୁବକୁ ଟକ୍କର ଦେବ ବୋଲି କୁହାଯାଉଛି। ଏହା ଦ୍ବାରା ଗ୍ରାହକ ଦୁଇ ପ୍ରକାରର ଲାଭ ଉଠାଇ ପାରିବେ ପ୍ରଥମେ ଭିଡ଼ିଓ ଅପଲୋଡ଼ କରିପାରିବେ ଦ୍ବିତୀୟ ଏହା ଦ୍ବାରା ରୋଜଗାର ମଧ୍ୟ କରିପାରିବେ।

facebook

ଫେସବୁକ୍ ୱାଚ୍ ଫିଚରରେ ଗ୍ରାହକ ନିଜର କ୍ରିଏଟିଭିଟି ଦେଖାଇପାରିବେ। ଏହି ଭିଡ଼ିଓ ମାନଙ୍କରେ ରୋଜଗାର ପାଇଁ ସାମର୍ଥ୍ୟ ହେବା ପାଇଁ ପ୍ରଥମେ ଗ୍ରାହକଙ୍କୁ ତିନି ମିନିଟର ଭିଡ଼ିଓ ପ୍ରସ୍ତୁତ କରି ଅପଲୋଡ଼ କରିବାକୁ ପଡ଼ିବ । ଯେଉଁ ଆଇଡ଼ିରୁ ପକାଉଛନ୍ତି ତାହାର ୧୦ହଜାର ଫଲୋୟର୍ସ ରହିବା ଆବଶ୍ୟକ। ଏଥି ସହ ଦୁଇମାସ ମଧ୍ୟରେ ୩୦ହଜାରରୁ ମଧ୍ୟ ଉର୍ଦ୍ଧ ୱାନ ମିନିଟ ଭ୍ୟୁଜ୍ ରହିବା ଦରକାର। ଏହା ଦ୍ବାରା ଫେସବୁକ୍ ମନିଟାଇଜେସନର ସମସ୍ତ ନିୟମକୁ ପୂରା କରିବାକୁ ପଡ଼ିବ। ରୋଜଗାର ଅର୍ଥର ୫୫ପ୍ରତିଶତ ଗ୍ରାହକଙ୍କୁ ମିଳିଥିବା ବେଳେ ୪୫ପ୍ରତିଶତ ଫେସବୁକ୍ ନେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.