ବିନା ଇଣ୍ଟରନେଟରେ ବି ଆପଣ UPI ଜରିଆରେ ଟଙ୍କା ନେଣଦେଣ କରିପାରିବେ, କେମିତି ଜାଣନ୍ତୁ

ଦେଶରେ ୟୁନିଫାଏଡ଼ ପେମେଣ୍ଟ ଇଣ୍ଟରଫେସ ବା ୟୁପିଆଇର ବ୍ୟବହାର ବଢି ବଢି ଚାଲିଛି । ପ୍ରଥମେ ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ଏହାକୁ ଡିଜାଇନ ବା ଆରମ୍ଭ କରାଯାଇଥିଲା ।ଏହାରି ମାଧ୍ୟମରେ ଆପଣ ଗୋଟେ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ଖୁବ ସହଜରେ ଟଙ୍କା ଟ୍ରାନ୍ସ୍ଫର କରିପାରିବେ । ଆଉ ସବୁଠୁ ଖାସ କଥା ହେଉଛି ଆପଣ ଏହି କାମ ବିନା ଇଣ୍ଟରନେଟରେ ଖୁବ ସହଜରେ କରିପାରିବେ । ଆଜି ଆମେ ଆପଣଙ୍କୁ ବିନା ଇଣ୍ଟରନେଟରେ କିପରି ୟୁପିଆଇ ଟ୍ରାଞ୍ଜାକ୍ସନ କରିବେ ସେବାବଦରେ କହିବାକୁ ଯାଉଛୁ ।  କାମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ନମ୍ବର ଭୀମ ଆପରେ ରେଜିଷ୍ଟାର ହେବା ନିହାତି ଆବଶ୍ୟକ । ଯାହା ପରେ ଆପଣଙ୍କୁ ଟଙ୍କା ନେଣଦେଣ କରିବା ସହଜ ହେବ । ଆପଣଙ୍କ ଭୀମ ଆପରେ ଯେଉଁ ନମ୍ବର ରେଜିଷ୍ଟାର ହୋଇଥିବ ଆପଣ ସେହି ନମ୍ବରରୁ ଖୁବ ସହଜରେ ୟୁପିଆଇ ପେମେଂଟ କରିପାରିବେ । ଏଥିପାଇଁ ଆପଣ ପ୍ରଥମେ ଫୋନର ଡ଼ାଏଲରକୁ ଯାଆନ୍ତୁ ଓ USSD କୋଡ଼ ଲେଖି *99#କୁ ଡ଼ାଏଲ କରନ୍ତୁ । ଏହାପରେ ଆପଣ କଲ ଅପସନ ଉପରେ କ୍ଲିକ କରନ୍ତୁ । ଏବେ ଆପଣଙ୍କ ଫୋନ ଏକ ପପ୍ ଅପ ମେନୁ ସୋ କରିବ । ଏଥିରେ ଆପଣଙ୍କୁ ଅନେକ ଅପସନ ନଜର ଆସିବ ।

ଏଠି ଆପଣ ୟୁପିଆଇ ପିନ ମେନେଜ କରି ବାଲାନ୍ସ ଚେକ କରିବା ପାଇଁ ଏକ ଅପସନ ପାଇପାରିବେ । ଟଙ୍କା ପଠେଇବା ପାଇଁ ଆପଣ “ସେଣ୍ଡ ମନି” ଅପସନକୁ ଯାଇ କ୍ଲିକ କରିପାରିବେ । ଏହା ପରେ ଆପଣ ଯାହାକୁ ଟଙ୍କା ପଠେଇବାକୁ ଚାହୁଁଛନ୍ତି ସେହି ବ୍ୟକ୍ତି ଜଣଙ୍କର ସମ୍ପୂର୍ଣ୍ଣ ଠିକଣା ଦେଇପାରିବେ । ଏଠି ଆପଣ ୟୁପିଆଇ ଆଇଡି ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟର ଡିଟେଲ ଦେଇପାରିବେ । ଏହା ପରେ ଆପଣ କେତେ ଟଙ୍କା ପଠେଇବାକୁ ଚାହୁଁଛନ୍ତି ତାହା ବାବଦରେ ଲେଖିବେ । ଏହା ପରେ SEND ଅପସନ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଏକ ରିମାର୍କ ଦେବାକୁ ସ୍କ୍ରିନରେ ନଜର ଆସିବ । ଆପଣ ଏହାକୁ ସ୍କିପ କରିବାକୁ ଚାହୁଁଥିଲେ 1 ନମ୍ବର ବଟନକୁ କ୍ଲିକ କରିପାରିବେ । ଏହାର ନେକ୍ସ୍ଟ ସ୍ଟେପରେ ୟୁପିଆଇ ପିନ ଦେବେ । ପିନ ଦେବା କ୍ଷଣି ହିଁ ଆପଣ ପଠେଇବାକୁ ଥିବା ଟଙ୍କା ଟ୍ରାନ୍ସ୍ଫର ହୋଇଯିବ । ଆପଣ BHIM ଆପରେ ରେଜିଷ୍ଟାର କରିଥିବା ପିନକୁ ହିଁ ଏଥିରେ ଦେଇପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.