WhatsAppରେ ଥିବା ସିକ୍ରେଟ୍‌ ଚାଟ୍‌କୁ Gmailରେ କରନ୍ତୁ ସେଭ୍‌, ଜାଣନ୍ତୁ ସହଜ ଉପାୟ

ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ଆପ୍‌ ‘ହ୍ଵାଟସ୍‌ଆପ’ ବିଶ୍ୱର ଦେଢ଼ଶହ କୋଟି ୟୁଜରଙ୍କ ପାଇଁ ଏବେ ପ୍ରାଇମେରି ମେସେଜିଙ୍ଗ୍‌ ଆପ୍‌ ହୋଇଯାଇଛି। ଚାଟିଂ ବ୍ୟତୀତ ଏହା ଫଟୋ ଏବଂ ଭିଡିଓ ଶେୟାରିଂର ସୁବିଧା ମଧ୍ୟ ଦେଇଥାଏ। କେବଳ ଏତିକି ନୁହେଁ, ଏହା ଜରିଆରେ ୟୁଜର ନିଜ ସାଙ୍ଗସାଥୀ, ପରିବାର ସଦସ୍ୟଙ୍କୁ ଭିଡିଓ ଏବଂ ଅଡିଓ କଲ୍‌ ମଧ୍ୟ କରିପାରିଥାଆନ୍ତି।

www

ତେବେ ହ୍ଵାଟସ୍‌ଆପ ଚାଟିଂ ସମୟରେ ଶେୟାର କରାଯାଇଥିବା ମେସେଜ କେତେକାଂଶରେ ବହୁତ ଜରୁରୀ ହୋଇଥାଏ, ଯାହାକୁ ଆମକୁ ସବୁଦିନ ପାଇଁ ସେଭ୍‌ ରଖିବାକୁ ପଡ଼ିଥାଏ। ଯଦି ଡିଲିଟ୍‌ ହୋଇଯାଏ, ଏହା ଆମ ପାଇଁ ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ। ହ୍ଵାଟସ୍‌ଆପ ନିଜ ୟୁଜରଙ୍କ ପାଇଁ ଏକ ଖାସ୍‌ ଫିଚର ଆଣିଛି, ଯେଉଁଥିରେ ଆପଣ ଆପଣଙ୍କ ଚାଟ୍‌ ହିଷ୍ଟ୍ରିକୁ ଜିମେଲ୍‌ରେ ସେଭ୍‌ ଏବଂ ଏକ୍ସପୋର୍ଟ କରିପାରିବେ। ଆସନ୍ତୁ ଜାଣିବା କେମିତି?

ww

 

• ଫୋନ୍‌ରେ ହ୍ଵାଟସ୍‌ଆପ ଓପନ୍‌ କରନ୍ତୁ।

• ଆପ୍‌ର ଉପରେ ଡାହାଣ ପଟେ ଦିଆଯାଇଥିବା ୩ ଡଟ୍‌ସ ଉପରେ ଟ୍ୟାପ୍‌ କରନ୍ତୁ।

• ସବୁଠାରୁ ଶେଷରେ ଦିଆଯାଇଥିବା ସେଟିଙ୍ଗ୍‌ସ ଅପ୍‌ଶନକୁ ଯାଆନ୍ତୁ।

• ଆକାଉଣ୍ଟ୍‌ସ ତଳେ ଦିଆଯାଇଥିବା ଚାଟ୍‌ ସେକ୍ସନକୁ ଯାଆନ୍ତୁ।

w2

• ଏବେ ସବୁଠାରୁ ତଳେ ଦିଆଯାଇଥିବା ଚାଟ୍‌ ହିଷ୍ଟ୍ରି ଅପ୍‌ଶନ ଉପରେ ଟ୍ୟାପ୍‌ କରନ୍ତୁ।

• ଏଠାରେ ସବୁଠାରୁ ଉପରେ ଦିଆଯାଇଥିବା ଏକ୍ସପୋର୍ଟ ଚାଟ୍‌କୁ ଯାଆନ୍ତୁ।

• ଟ୍ୟାପ୍‌ କରୁ କରୁ ହିଁ ଆପଣଙ୍କ ସାମ୍ନାରେ ପୂରା ଚାଟ୍‌ ଲିଷ୍ଟ୍‍ ଓପନ୍‌ ହୋଇଯିବ।

• ଯେଉଁ କନ୍‌ଟାକ୍ଟ ଚାଟ୍‌ ହିଷ୍ଟ୍ରିକୁ ସେଭ୍‌ ଏବଂ ଏକ୍ସପୋର୍ଟ କରିବାକୁ ଚାହୁଁଛନ୍ତି, ତାହାକୁ ସିଲେକ୍ଟ କରନ୍ତୁ।

w2

• ଏମିତି କରିବାରେ ଆପଣଙ୍କୁ Without Media ଏବଂ Include Mediaର ଅପ୍‌ଶନ ମିଳିବ।

• ଯଦି ଆପଣ ଚାଟ୍‌ର ମିଡିଆ ଫାଇଲ୍ସ ସହିତ ସେଭ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ Include Media ସେଭ୍‌ କରନ୍ତୁ।

• ମିଡିଆ ଫାଇଲ୍‌ ସହିତ ଆପଣ ୧୦ ହଜାର ଚାଟ୍‌ ଏବଂ ବିନା ମିଡିଆ ଫାଇଲ୍ସର ୪୦ ହଜାର ଚାଟ୍‌କୁ ଏକ୍ସପୋର୍ଟ କରିପାରିବେ।

• ଏମିତି କରିବା ପରେ ହ୍ଵାଟସ୍‌ଆପ ଆପଣଙ୍କୁ ଚାଟ୍‌ କରିବାର ଏକ ଅପ୍‌ଶନ ସିଲେକ୍ଟ କରିବାକୁ କହିବ।

w4

• ଏଠାରେ ଆପଣଙ୍କୁ ଜିମେଲ୍‌ ସିଲେକ୍ଟ କରି ଆଡ୍ରେସ୍‌ରେ ନିଜ ଇମେଲ୍‌ ଆଇଡି ଏଣ୍ଟର କରିବାକୁ ହେବ।

• ଏହି ଚାଟ୍‌ ଏବେ ଆପଣଙ୍କ ଇମେଲ୍‌ ଇନ୍‌ବକ୍ସରେ .txt ଫର୍‌ମାଟରେ ପହଞ୍ଚିଯିବ।

୧ ଫେବୃୟାରୀରୁ ହ୍ଵାଟସ୍‌ଆପ ଆଣ୍ଡ୍ରୋଏଡ୍‌ ୨.୩.୭ କିମ୍ବା ଏହାଠାରୁ ପୁରୁଣା ଭର୍ସନ ଏବଂ ଆଇଓଏସ୍‌ ୮ କିମ୍ବା ଏହାଠାରୁ ପୁରୁଣା ଭର୍ସନ ଓଏସ୍‌ରେ କାମ କରିବା ବନ୍ଦ କରିଦେବ। ଯଦି ଆପଣଙ୍କ ପାଖରେ ଏମିତି ସ୍ମାର୍ଟଫୋନ୍‌ ଅଛି, ତା’ହେଲେ ଆପଣ ନିଜ ହ୍ଵାଟସ୍‌ଆପ ଚାଟ୍‌କୁ ଏକ୍ସପୋର୍ଟ କରି ସେଭ୍‌ କରିନେବା ଏକ ବଢ଼ିଆ ଅପ୍‌ଶନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.