ଜନ୍ମଦିନ ହେଉ ଅବା ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇବା ପାଇଁ ଆଉ ରାତି ଅଧ ଯାଏଁ ଅପେକ୍ଷା କରିବାକୁ ପଡିବ ନାହିଁ, ଏମିତି କରନ୍ତୁ Whatsapp ରେ ମେସେଜ ସିଡ୍ଯୁଲ୍

ଯଦି ଆପଣଙ୍କୁ କିଏ କହେ କି, ହ୍ବାଟସଆପ୍ଷର ଆପଣ ନିଜର ମେସେଜକୁ ସିଡ୍ଯୁଲ କରିପାରିବେ, ତେବେ ଆପଣଙ୍କର ବିଶ୍ବାସ ହେବନି। କିନ୍ତୁ ଏହା ସମ୍ଭବ। ଆପଣ କାହାକୁ ଜନ୍ମଦିନ ହେଉ ଅବା ବିବାହ ବାର୍ଷିକୀ, ଶୁଭେଚ୍ଛା ଜଣାଇବା ପାଇଁ ଆଉ ରାତି ୧୨ଟା ଯାଏଁ ଅପେକ୍ଷା କରିବାକୁ ପଡିବ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ୍ ଟ୍ରିକ ବିଷୟରେ କହିବୁ, ଯାହାକୁ ବ୍ୟବହାର କରିବା ଦ୍ବାରା ମେସେଜ ସିଡ୍ଯୁଲ କରିବା ସହ ଆପେ ଆପେ ମେସେଜ ସେଣ୍ଡ ହେବ। ତେବେ ଆସନ୍ତୁ ଜାଣିବା କେମିତି କରିବେ ମେସେଜ ସିଡ୍ଯୁଲ…

ଏମିତି କରନ୍ତୁ whatsapp ରେ ମେସେଜ ସିଡ୍ଯୁଲ :

ଆପଣଙ୍କୁ ହ୍ବାଟସଆପ୍ ରେ ମେସେଜ ସିଡ୍ଯୁଲ କରିବା ପାଇଁ ଥାର୍ଡ ପାର୍ଟି ଆପ୍ ରେ ବ୍ଯବହାର କରିବାକୁ ହେବ। କାରଣ ଏପର୍ଯ୍ଯନ୍ତ ହ୍ବାଟସଆପ୍ ପ୍ଲାଟଫର୍ମରେ ମେସେଜ ସିଡ୍ଯୁଲ କରିବାର ସୁବିଧା ଦିଆଯାଇନାହିଁ।

whatsapp

ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ SKEDit ଆପ୍ ଡାଉନଲୋଡ କରନ୍ତୁ। SKEDit ଆପ୍ ଓପନ କରି ଲଗ୍ ଇନ କରନ୍ତୁ। ଏଠାରେ ଆପଣଙ୍କୁ ଏକ ମେନ୍ଯୁ ଦେଖାଯିବ, ଯେଉଁଥିରେ ଆପଣ ହ୍ବାଟସଆପ୍କୁ ଚୟନ କରିବାକୁ ହେବ। Enable accessibility ଉପରେ ଟ୍ଯାପ୍ କରି SKEDit କୁ ଯାଇ toggle କୁ ଅନ୍ କରିବାକୁ ହେବ। ଏହା ପରେ Allow ରେ କ୍ଲିକ କରନ୍ତୁ। ଏବେ ଆପ୍କୁ ଫେରିଯାଆନ୍ତୁ। ଏଠାରେ ଆପଣଙ୍କୁ Ask me before sending ର ବିକଳ୍ପ ଦେଖାଇଦେବ। ଯାହାକୁ ଆପଣ ଅନ୍ କରିବା ପରେ ମେସେଜ ଯିବା ପୂର୍ବରୁ ଆପଣଙ୍କୁ ଏକ ନୋଟିଫିକେସନ ମିଳିବ। ଏହାକୁ ଟାପ୍ କରିବା ପରେ ମେସେଜ ପଠାଯିବ। ଏହାକୁ ଆପଣ ଅଫ୍ କରିବା ପରେ ସିଡ୍ଯୁଲ ଥିବା ମେସେଜ ଆପେ ଆପେ ସେଣ୍ଡ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.