ନୂଆବର୍ଷରେ ହ୍ଵାଟ୍ସଆପରେ ଏକାସାଥିରେ ୨୫୦ ଜଣ ଲୋକଙ୍କୁ ଜଣାଇପାରିବେ ଶୁଭେଚ୍ଛା, ଜାଣନ୍ତୁ ପୂରା ପ୍ରୋସେସ

ଆଜିର ଆଧୁନିକ ଯୁଗରେ ଟେକ୍ନୋଲୋଜି ଆଗକୁ ଆଗକୁ ବଢ଼ିଚାଲିଛି। ଟେକ୍ନୋଲୋଜି ଯେତେ ଆଗକୁ ଆଗକୁ ଯାଉଛି କଥା ହେବାର ତରିକାରେ ବି ପରିବର୍ତ୍ତନ ଆସୁଛି। ପୂର୍ବରୁ ଲୋକମାନେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ କଥା ହେବା ପାଇଁ ପାରାର ଉପଯୋଗ କରୁଥିଲେ। ଏହା ପରେ ଚିଠି, ଟେଲିଫୋନ, ସ୍ମାର୍ଟଫୋନ ଏବଂ ଚାଟିଙ୍ଗ୍‌ ଆପ୍ସ ଯେମିତିକି ହ୍ଵାଟସଆପ, ଟେଲିଗ୍ରାମ, ଫେସବୁକ ଜରିଆରେ କଥା ହେଉଛନ୍ତି। ଏବେ ଲୋକମାନେ ଜଣେ ଜଣକଙ୍କ ସହ ସମ୍ପର୍କ ରଖିବା ପାଇଁ କଥାବାର୍ତ୍ତା ବଦଳରେ ଅଧିକ ଚାଟିଙ୍ଗ୍‌ କରୁଛନ୍ତି। ହ୍ଵାଟ୍ସଆପ୍‌ ଆଜିର ଜମାନାରେ କଥାବାର୍ତ୍ତା କରିବାର ସବୁଠୁ ଲୋକପ୍ରିୟ ଆପ୍‌ ହୋଇଛି। ଏହାଛଡା ଆହୁରି ବି ଏମିତି ଅନଲାଇନ୍‌ ଚାଟିଙ୍ଗ୍‌ ଆପ୍‌ ରହିଛି ଯାହାକୁ ମଧ୍ୟ ବ୍ୟବହାର କରୁଛନ୍ତି ଲୋକେ। ହ୍ଵାଟ୍ସଆପର ଉପଯୋଗ କେବଳ କଥା ହେବାକୁ କରାଯାଏ ନାହିଁ ଏତେ ଏହି ଆପ ଦ୍ୱାରା ପେମେଣ୍ଟ ମଧ୍ୟ କରିପାରିବେ। ଭିଡିଓ କଲ୍‌, ଫଟୋ ପଠାଇବା, ଗୀତ ପଠାଇବା, ଗ୍ରୁପ କଲ୍‌ ଭଳି ଅନେକ ଫାଇଦା ରହିଛି ହ୍ଵାଟ୍ସଆପରେ।

ସେହିପରି ହ୍ଵାଟ୍ସଆପରେ ଆପଣଙ୍କୁ ଯଦି କୌଣସି ଭିଡିଓ, ଫଟୋ କିମ୍ବା କିଛି ବି ଯଦି ଏକାସାଥିରେ ଅନେକ ଲୋକଙ୍କୁ ପଠାଇବାକୁ ଥିବ ତାହେଲେ ଏହାକୁ ପଠାଇବା ମୁସକିଲ୍‌ ହୋଇଥାଏ। କାହିଁକିନା ଆପଣ ଏକା ସାଥିରେ କେବଳ ପାଞ୍ଚ ଜଣ ଲୋକଙ୍କୁ ପଠାଇପାରୁଥିଲେ ଏବଂ ପୁଣି ଥରେ ସିଲେକ୍ଟ କରି ଆଉ କାହାକୁ ଦେଉଥିଲେ। କିନ୍ତୁ ଆପଣଙ୍କୁ ଏହି ସମସ୍ୟାକୁ ସାମ୍ନା କରିବାକୁ ପଡିବନାହିଁ। କାହିଁକିନା ଏବେ ଆପଣ ଏକା ଥରେ ଅନେକ ଲୋକଙ୍କୁ ମେସେଜ୍‌ ପଠାଇପାରିବେ। ତେବେ ଆସନ୍ତୁ ଜାଣିବା ହ୍ଵାଟ୍ସଆପର ଏହି ଖାସ୍‌ ଫିଚର୍ସ ବିଷୟରେ।

ଗୋଟେ ଥରରେ ଅନେକ ଲୋକଙ୍କୁ କେମିତି ପଠାଇବେ ମେସେଜ ଜାଣନ୍ତୁ

  • ସର୍ବପ୍ରଥମେ ନିଜ ସ୍ମାର୍ଟଫୋନ ନିଅନ୍ତୁ।
  • ଏହାପରେ ନିଜ ହ୍ଵାଟ୍ସଆପ ଓପନ କରନ୍ତୁ।
  • ଏବେ ନିଜର ମୋବାଇଲ ସ୍କ୍ରୀନ ଉପରେ ଦେଖାଯାଉଥିବା ତିନି ଡଟ୍ସ ଦେଖାଯିବ।
  • ଏହି ତିନୋଟି ଡଟ୍ସ ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣଙ୍କୁ ନ୍ୟୁ ଗ୍ରୁପ, ନ୍ୟୁ ବ୍ରଡକାଷ୍ଟ, ଲିଙ୍କଡ ଡିଭାଇସ, ଷ୍ଟୋରଡ ମେସେଜ, ପେମେଣ୍ଟ ଏବଂ ସେଟିଙ୍ଗ ଅପ୍ସନ ଦେଖାଦେବ।
  • ଏହାପରେ ନ୍ୟୁ ବ୍ରଡକାଷ୍ଟ ଅପ୍ସନକୁ କ୍ଲିକ କରିବାକୁ ହେବ।
  • ଅପ୍ସନ କ୍ଲିକ କରିବା ପରେ ହିଁ ଆପଣଙ୍କ ମୋବାଇଲରେ ଯେତେ ନମ୍ବର ସେଭ୍‌ ଥିବ ସେମାନେ ସମସ୍ତେ ସ୍କ୍ରୀନ ଉପରେ ଦେଖାଯିବ।
  • ଏବେ ଆପଣ ଯାହା ଯାହାଙ୍କୁ ବି ମେସେଜ ପଠାଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କ ନାମ ଉପରେ କ୍ଲିକ କରନ୍ତୁ।
  • ଏଥିରେ ଅଧିକ ରୁ ଅଧିକ ଆପଣ ୨୫୦ ଜଣ ଲୋକଙ୍କ ନମ୍ବରକୁ ସିଲେକ୍ଟ କରିପାରିବେ।
  • ଏହାପରେ ସାଇଡରେ ଥିବା ଏକ ଠିକ୍‌ ଚିହ୍ନ ଦେଖାଯିବ ତାହା ଉପରେ କ୍ଲିକ କରନ୍ତୁ।
  • ଏବେ ୨୫୦ ଲୋକଙ୍କୁ ଏକ ଗ୍ରୁପ ତିଆରି ହୋଇଯିବ।
  • ଏହି ଗ୍ରୁପରେ କୌଣସି ବି ଭିଡିଓ, ଫଟୋ ଏବଂ ମେସେଜକୁ ଆପଣ ଏକା ସାଥିରେ ପଠାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.