ଆଧାରରେ ଏପରି ଅପଡେଟ କରାନ୍ତୁ ଫୋନ୍‌ ନମ୍ବର, ସରକାରୀ ସ୍କିମର ମିଳିବ ଲାଭ

କଣ ଆପଣ ନିଜ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ ରେଜିଷ୍ଟର କରାଇନାହଁନ୍ତି? କଣ ଆପଣ ପୁରୁଣା ନମ୍ବର ଆଉ ୟୁଜ କରୁନାହାଁନ୍ତି ଏବଂ ନୂଆ ନମ୍ବରକୁ ଆଧାରରେ ଅପଡେଟ କରାଇନାହାଁନ୍ତି? ଯଦି ଏପରି ସମସ୍ୟା ଅଛି ଆପଣଙ୍କର ତାହେଲେ ନିଜ ମୋବାଇଲ ନମ୍ବର ରେଜିଷ୍ଟର କିମ୍ବା ଅପଡେଟ କରାଇବାରେ ଆଉ ବିଳମ୍ବ କାହିଁକି କରୁଛନ୍ତି। ଏଥିରେ ଜମା ବି ଡେରି କରିବା କଥା ନୁହେଁ। କାହିଁକିନା ଆଜିକା ଡେଟରେ ସମସ୍ତ ସରକାରୀ କାମରେ ଆଧାର କାର୍ଡ ଆବଶ୍ୟକ ପଡୁଛି।

ମୋବାଇଲ ନମ୍ବର ଅପଡେଟ କରିବାର ରହିଛି ବହୁତ ଫାଇଦା

UIDAI ଟ୍ଵିଟ କରି ଏହା ସୂଚନା ଦେଇଛି ଯେ ଆଧାର କାର୍ଡରେ ମୋବାଇଲ ନମ୍ବର ରେଜିଷ୍ଟର କରାଇ ଲୋକମାନେ ଅନେକ ସରକାରୀ ଏବଂ ପ୍ରାଇଭେଟ ସର୍ଭିସେଜର ଲାଭ ଉଠାଇପାରିବେ। ଏହାବ୍ୟତୀତ ଆପଣ ଘରେ ବସି ଆଧାର ଓଟିପି ଜରିଆରେ ନିଜର ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣକୁ ଇ-ଭେରିଫାଏ କରିପାରିବେ। କେବଳ ଏତିକି ନୁହେଁ ଇପିଏଫ ଆକାଉଣ୍ଟରେ ଟଙ୍କା ଓ୍ଵିଡ୍ରୋ କରିବା ପାଇଁ ଆଧାର ଓଟିପିର ଆବଶ୍ୟକତା ପଡିଥାଏ।

ଏହା ହେଉଛି ପ୍ରୋସେସ୍‌

UIDAI ଜଣାଇଛି ଯେ ଆଧାରରେ ମୋବାଇଲ ନମ୍ବର ଅପଡେଟ କରିବା ପାଇଁ ଆପଣଙ୍କୁ ଆଧାର ସେବା କେନ୍ଦ୍ର ଯିବାକୁ ହେବ। ଏଥିପାଇଁ ଆପଣଙ୍କୁ https://appointments.uidai.gov.in/bookappointment.aspxକୁ ଯିବାକୁ ହେବ। ଏଠାରେ ଆପଣ ନିଜର ନିକଟତମ ଆଧାର ସେବା କେନ୍ଦ୍ରରେ ଆପୋଏଣ୍ଟମେଣ୍ଟ ପାଇଁ ବୁକ୍‌ କରିପାରିବେ।

ବାୟୋମେଟ୍ରିକ ଅଥେନଟିକେସନର ଆବଶ୍ୟକତା ପଡିଥାଏ

ସିକ୍ୟୁରିଟୀକୁ ଧ୍ୟାନରେ ରଖି ମୋବାଇଲ ନମ୍ବର ଅପଡେଟ କରାଇବାର ସୁବିଧା ଅନଲାଇନ କରାଯାଇନାହିଁ। ଏଥିପାଇଁ ଆପଣଙ୍କୁ ବାୟୋମେଟ୍ରିକ ଅଥେଣ୍ଟିକେସନ୍‌ ଆବଶ୍ୟକ ପଡିଥାଏ। ଆଧାର ହେଲ୍ପ ସେଣ୍ଟର ନିଜେ ଜଣାଇଛି ଯେ, ‘ମୋବାଇଲ ନମ୍ବର ଅପଡେଟ କରିବା ପାଇଁ ବାୟୋମେଟ୍ରିକ ପ୍ରାମାଣିକରଣର ଆବଶ୍ୟକତା ରହିଛି। ଏହାକୁ ଅନଲାଇନ୍‌ କିମ୍ବା ପୋଷ୍ଟ ମାଧ୍ୟମରେ କରାଯାଇପାରିବନାହଁ। ନିଜର ନିକଟସ୍ଥ ଆଧାର କେନ୍ଦ୍ରର ସୂଚନା ପାଇଁ ଏହି ଲିଙ୍କରେ https://appointments.uidai.gov.in/EACenter.aspx.” ସର୍ଚ୍ଚ କରନ୍ତୁ।

୫୦ ଟଙ୍କାର ଶୁଳ୍କ

ଯଦି ଆପଣ ନିଜର ଆଧାର କାର୍ଡରେ ମୋବାଇଲ ନମ୍ବର ଅପଡେଟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ୫୦ ଟଙ୍କାର ଶୁଳ୍କ ଦେବାକୁ ହେବ। ଆଧାର ହେଲ୍ପ ସେଣ୍ଟର ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ କହିଛି ଯେ ଏକ ନିର୍ଦ୍ଧିଷ୍ଟ ଜରିଆରେ ଅପଡେଟ କରାଯାଇଥାଏ। ଏଥିରେ ରିକ୍ୱେଷ୍ଟ ପରେ ୫ ରୁ ୯୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.