୨ ବର୍ଷ ପର୍ଯ୍ୟନ୍ତ ଫ୍ରିରେ ଦେଖିପାରିବେ ୟୁଟ୍ୟୁବ୍ ପ୍ରିମିୟମ୍, ଏହି କମ୍ପାନୀ କରିଲା ଧମାଲ୍

ରିଲାଏନ୍ସ ଜିଓ ପୁଣି ଥରେ ଏକ ଭଲ ଅଫର ନେଇ ଆସିଛି । JioFiber ଏବଂ AirFiber ପୋଷ୍ଟପେଡ୍ ପ୍ଲାନ ସହିତ କମ୍ପାନୀ ୨ ବର୍ଷ ପାଇଁ ୟୁଟ୍ୟୁବ୍ ପ୍ରିମିୟମ୍ ସର୍ଭିସ ସଂପୂର୍ଣ୍ଣ ମାଗଣା ଯୋଗାଉଛି । ଏହା ସହିତ, ଏୟାରଫାଇବର ଏବଂ ଜିଓ ଫାଇବର ୟୁଜର୍ସମାନେ ୨ ବର୍ଷ ପାଇଁ କୌଣସି ଆଡ୍ କିମ୍ବା ଅନ୍ୟାନ୍ୟ ବାଧା ବିନା ୟୁଟ୍ୟୁବର ପ୍ରିମିୟମ ସର୍ଭିସ ଉପଭୋଗ କରିପାରିବେ । ଏହି ସର୍ଭିସରେ, ଭିଡିଓ ଆରମ୍ଭରେ ୧୦-୨୦ ସେକେଣ୍ଡ ଆଡ୍ ମଧ୍ୟ ଆସେ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଉଠାଇପାରିବେ ଏହି ସର୍ଭିସର ଲାଭ ।
ୟୁଟ୍ୟୁବ୍ ପ୍ରିମିୟମ୍ ସର୍ଭିସ କେବଳ JioFiber ଏବଂ AirFiber ର ସିଲେକ୍ଟ ପ୍ଲାନରେ ଉପଲବ୍ଧ । ୮୮୮, ୧୧୯୯, ୧୪୯୯, ୨୪୯୯ ଏବଂ ୩୪୯୯ ଟଙ୍କା ପ୍ଲାନରେ ୟୁଜର୍ସମାନେ ଏହି ସର୍ଭିସ ଫ୍ରିରେ ପାଇପାରିବେ । ଆଡ୍ ଫ୍ରି ଭିଡିଓ ସହିତ, ୟୁଟ୍ୟୁବ୍ ପ୍ରିମିୟମରେ ବ୍ୟାକଗ୍ରାଉଣ୍ଡ୍ ପ୍ଲେ ଏବଂ ଅନଲିମିଟେଡ୍ ଡାଉନଲୋଡ୍ ଭଳି ବେନିଫିଟ୍ସ ମଧ୍ୟ ଉପଲବ୍ଧ । ଭାରତରେ ୟୁଟ୍ୟୁବ୍ ପ୍ରିମିୟମର ମାସିକ ସବସ୍କ୍ରିପସନ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ୮୯ ଟଙ୍କା ଏବଂ ସାଧାରଣ ଲୋକଙ୍କ ପାଇଁ ୧୪୯ ଟଙ୍କା ଅଟେ ।
ସେହିଭଳି ଫ୍ୟାମିଲି ପ୍ଲାନ୍ ପାଇଁ ପ୍ରତି ମାସରେ ୨୯୯ ଟଙ୍କା ଦେବାକୁ ପଡିବ । ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର ବ୍ରଡବ୍ୟାଣ୍ଡ ପ୍ଲାନରେ ଡାଟା ସହିତ ଅନଲିମିଟେଡ୍ କଲିଂ ଏବଂ ଫ୍ରି OTT ସବସ୍କ୍ରିପସନ୍ ମଧ୍ୟ ପ୍ରଦାନ କରିଥାଏ । BSNL ର ସୁପରଷ୍ଟାର ପ୍ରିମିୟମ୍ ପ୍ଲସ୍ ପ୍ଲାନରେ ଗ୍ରାହକମାନେ ପ୍ରତି ମାସରେ ୧୫୦Mbps ସ୍ପିଡ୍ ସହିତ ୨୦୦୦GB ଡାଟା ଏବଂ ଅନଲିମିଟେଡ୍ କଲିଂ ପାଇଥାନ୍ତି । ଏହା ବ୍ୟତୀତ କମ୍ପାନୀ ଡିଜନି ହଟଷ୍ଟାର, ଶେମାରୋ, ହଙ୍ଗାମା, zee 5 ଏବଂ ସୋନି ଲାଇଭ ପରି OTT ପ୍ଲାଟଫର୍ମର ଫ୍ରି ସବସ୍କ୍ରିପସନ୍ ମଧ୍ୟ ପ୍ରଦାନ କରୁଛି ।
ଜିଓ ଏବଂ ବିଏସ୍ଏନ୍ଏଲ୍ ପରି ଏୟାରଟେଲ୍ ମଧ୍ୟ ଏହାର ଫାଇବର ୟୁଜର୍ସଙ୍କ ପାଇଁ ବହୁତ ଭଲ ପ୍ଲାନ ପ୍ରଦାନ କରେ । କମ୍ପାନୀ ମାସକୁ ୯୯୯ ଟଙ୍କା ପ୍ଲାନରେ ୨୦୦Mbps ସ୍ପିଡରେ ଇଣ୍ଟରନେଟ ଯୋଗାଇଥାଏ । ଏହା ବ୍ୟତୀତ, ପ୍ରାଇମ ଭିଡିଓ, ଡିଜନି ହଟଷ୍ଟାର ସହିତ ୨୦ ରୁ ଅଧିକ OTT ପ୍ଲାଟଫର୍ମକୁ ୟୁଜରମାନଙ୍କୁ ମାଗଣା ସବସ୍କ୍ରିପସନ୍ ଦିଆଯାଏ ।