ବିନା ATM କାର୍ଡରେ ଉଠାଇପାରିବେ ଟଙ୍କା, ସ୍ମାର୍ଟଫୋନ କରିବ ସାହାଯ୍ୟ
ଟେକ୍ନୋଲୋଜି ବହୁତ ପରିବର୍ତ୍ତନ ଆଣିଛି । କାମ କରିବା ଷ୍ଟାଇଲ୍ ଚେଞ୍ଜ ହୋଇଛି । ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ ଆସିବା ଦ୍ୱାରା ବ୍ୟାଙ୍କର କାମ ମଧ୍ୟ ଅତି ସହଜ ହୋଇଯାଇଛି । ବର୍ତ୍ତମାନର ଟେକ୍ନୋଲୋଜି ATMରୁ ଟଙ୍କା ଉଠାଇବାର ପ୍ରକ୍ରିୟାକୁ ବଦଳାଇ ଦେଇଛି। ଯେତେବେଳେ ବି ଆମେ ATMରୁ ଟଙ୍କା ଉଠାଇବାକୁ ଯାଉ ଆମେ ସାଙ୍ଗରେATM କାର୍ଡ ନେଇଥାଉ, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବତ୍ତର୍ମାନ ଆପଣ ATM କାର୍ଡ ବିନା ATMରୁ ନଗଦ ଟଙ୍କା ଉଠାଇ ପାରିବେ ।
ଅନେକ ଥର ଆପଣ ATMରୁ ଟଙ୍କା ଉଠାଇବାକୁ ଯାଇଥିବେ କିନ୍ତୁ ବେଳେବେଳେ ATM କାର୍ଡ ନେବାକୁ ଭୁଲି ଯାଆନ୍ତି । ଯଦି ଏମିତି କିଛି ଆପଣଙ୍କ ସହିତ ହେଉଛି ତେବେ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ସହଜରେ ATM କାର୍ଡ ବିନା ନଗଦ ଟଙ୍କା ଉଠାଇ ପାରିବେ ।
ଆପଣଙ୍କ ସ୍ମାର୍ଟଫୋନ୍ ଆପଣଙ୍କୁ ATM କାର୍ଡ ବିନା ଟଙ୍କା ଉଠାଇବାରେ ସାହାଯ୍ୟ କରିବ । ଯଦି ଆପଣ ଘରେ ଆପଣଙ୍କର ATM କାର୍ଡ ଭୁଲିଯାଉଛନ୍ତି, ତେବେ ଆପଣ ନିଜ ଫୋନରେ ଥିବା UPI ଆପ୍ ମାଧ୍ୟମରେ ATM ରୁ ଟଙ୍କା ଉଠାଇ ପାରିବେ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ବହୁ ପୂର୍ବରୁ ଏହି ସୁବିଧା ଲଞ୍ଚ କରାଯାଇଛି । ତେବେ ATM କାର୍ଡ ବିନା ଆପଣ କେମିତି ଟଙ୍କା ଉଠାଇବେ ଆସନ୍ତୁ ଜାଣିବା ।
୧. UPI ଦ୍ୱାରା ATMରୁ ଟଙ୍କା ଉଠାଇବାକୁ ପ୍ରଥମେ ATMକୁ ଯାଆନ୍ତୁ ।
୨. ପରେ ATM ମେନ୍ୟୁରେ UPI କ୍ୟାଶ୍ ଓ୍ଵିଥଡ୍ରାଲ ଅପ୍ସନ ଉପରେ କ୍ଲିକ୍ କରନ୍ତୁ ।
୩. ପରେ ଆପଣ ଚାହୁଁଥିବା ଟଙ୍କାକୁ ଏଣ୍ଟର କରନ୍ତୁ ।
୪. ପରେ ATM ସ୍କ୍ରିନରେ QR କୋଡ ଆସିବ ।
୫. ଆପଣଙ୍କ ଫୋନରେ UPI ଆପକୁ ଓପନ କରନ୍ତୁ ଏବଂ ATMରେ ଆସିଥିବା QR କୋଡକୁ ସ୍କାନ କରନ୍ତୁ ।
୬. QR କୋଡ୍ ସ୍କାନ୍ କରିବା ମାତ୍ରେ ATMରୁ ଟଙ୍କା ବାହାରିବ ।
ଯଦି ଆପଣ UPI ଦ୍ୱାରା ATM ରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଗୋଟିଏ କଥା ଧ୍ୟାନରେ ରଖନ୍ତୁ । ନଗଦ ଟଙ୍କା ଉଠାଇବା ପୂର୍ବରୁ ଜାଣି ରଖନ୍ତୁ ଯେ UPI ATM କାରବାର ସୁବିଧା ଆପଣଙ୍କ UPI APP ରେ ଆକ୍ଟିଭ୍ ହୋଇଛି କି ନାହିଁ । ଅନ୍ୟପଟେ ଯେଉଁ ATM ରୁ ଆପଣ UPI ଦ୍ୱାରା ଟଙ୍କା ଉଠାଇବେ ତାହା ମଧ୍ୟ UPI ଆକ୍ଟିଭ୍ ହେବା ଉଚିତ ନଚେତ୍ ଟଙ୍କା ଉଠାଇ ହେବ ନାହିଁ ।