ଆଧାର ନିୟମ ଭଙ୍ଗକୁ ନେଇ ଲାଗୁ ହେଲା ନୂଆ ନିୟମ, କୋଟିଏ ଟଙ୍କାର ଫାଇନ ସହ ଭୋଗିବେ ୩ବର୍ଷ ଜେଲ ଦଣ୍ଡ

ଆଧାରକାର୍ଡ ହେଉଛି ଦେଶର ସବୁଠୁ ପ୍ରମୁଖ ଦସ୍ତାବିଜ। ଯାହା ଏବେ ସବୁ ଲୋକଙ୍କର ପରିଚୟ ପତ୍ର ରୂପେ ବ୍ୟବହାର ହେଉଛି। ତେବେ ଏଥିରେ ଲୋକଙ୍କର ସମସ୍ତ ଜରୁରୀ ସୂଚନା ରହିଥାଏ। ଦିଆଯାଇଥିବା ମୋବାଇଲ ନମ୍ବର ଦ୍ୱାରା ଏହି ସମସ୍ତ ସୂଚନାକୁ ଲିଙ୍କ କରାଯାଇଥାଏ।

ତେବେ ଏସବୁ ଡକ୍ୟୁମେଣ୍ଟ ଯେତେ ଦରକାରୀ ହୋଇଥାଏ ଏହାକୁ ସମ୍ଭାଳିକି ରଖିବା ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ। କାରଣ ବର୍ତ୍ତମାନ ଯୁଗରେ ଫ୍ରଡ ବା ଠକାମିର ଶିକାର ହେବା ଖୁବ ସହଜ ହୋଇଗଲାଣି। ତେଣୁ ସବୁବେଳେ ନିଜର ଏହି ଡକ୍ୟୁମେଣ୍ଟକୁ ସୁରକ୍ଷିତ ବା ନିଜ ଦାୟିତ୍ୱରେ ରଖିବା ପାଇଁ କୁହାଯାଏ। ଆଧାର କାର୍ଡ ହେବା ଠାରୁ ଏହାର ଅପଡେଟକୁ ନେଇ ଅନେକ ସମସ୍ୟା ଦେଖାଯାଉଥିଲା। ଆଧାରରେ ୧୨ ଅଙ୍କର ଏକ ୟୁନିକ ନମ୍ବର ଦିଆଯାଇଥାଏ।

pc: news nation

ସିଟିଜେନସିପକୁ ଆଇଡେଣ୍ଟିଫାଏ କରିବା ପାଇଁ ଏହି କାର୍ଡକୁ ବ୍ୟବହାର କରାଯାଏ। ଯେମିତି ଆପଣ ପୂର୍ବରୁ ଭୋଟର ଆଇଡି କାର୍ଡ ଓ ପାନ କାର୍ଡକୁ ବ୍ୟବହାର କରୁଥିଲେ ଠିକ ସେହିଭଳି। ଏହିସମୟରେ ଯଦି ଆପଣଙ୍କ ଆଧାରକାର୍ଡର ମିସୟୁଜ ବା ଅପବ୍ୟବହାର ହୁଏ ତେବେ ଚିନ୍ତା ଆସିବା ସ୍ୱଭାବିକ। ଏହି ସମସ୍ୟାକୁ ଦୂର କରିବା ପାଇଁ UIDAI ପକ୍ଷରୁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଫ୍ରଡ ବା ଠକମାନଙ୍କଠୁ ବଞ୍ଚିବା ପାଇଁ ୟୁଆଇଡିଆଇ ପକ୍ଷରୁ ବଡ଼ ପେନାଲଟି ରାଶିକୁ ନିର୍ଦ୍ଧାରିତ କରାଯାଇଛି।

aadhar
pc: times of india

ପୂର୍ବରୁ ନଭେମ୍ବର ମାସ ୨୦୨୧ରେ ଭାରତ ସରକାର ଏଥିପାଇଁ ହେଉଥିବା Violationକୁ ରୋକିବା ପାଇଁ ନୂଆ ନିୟମ ବାହାର କରିଥିଲେ । ଗତ ନଭେମ୍ବର ୨ ତାରିଖରେ UIDAI ପକ୍ଷରୁ ଆଧାର ଇକୋସିଷ୍ଟମକୁ ଏକ ଅଭିଯୋଗ ଦିଆଯାଇଥିଲା। ପରେ ପୁଣିଥରେ ଅଫିସରମାନେ ଏହାକୁ ନେଇ ସତର୍କତା ଦେଖାଇଲେ । ଏବେ ଯିଏ ବି UIDAIର ରୁଲକୁ ଭାଙ୍ଗେ ତେବେ ତାଙ୍କୁ ପେନାଲ୍ଟି ସ୍ୱରୂପ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ଭୋଗିବାକୁ ପଡ଼ିବ ।

UIDAI ଦ୍ୱାରା ନିଯୁକ୍ତ ହୋଇଥିବା ନିର୍ଣ୍ଣାୟକ ଅଧିକାରୀ ଏହିଭଳି ମାମଲାର ଫଇସଲା କରିବେ। ନିୟମ ଭଙ୍ଗ କରୁଥିବା ଏହି ସଂସ୍ଥା ଉପରେ କୋଟିଏ ଟଙ୍କାର ଜରିମାନା ଲାଗିବ। ତେବେ ପୂର୍ବରୁ ଏହାକୁ ନେଇ ନିୟମ ଲାଗୁ ହୋଇଥିଲେ ମଧ୍ୟ କୌଣସି ସଂସ୍ଥା ଉପରେ ଏଥିପାଇଁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯିବାର ନିୟମ ଲାଗୁ ହୋଇନଥିଲା। କିନ୍ତୁ ପରେ ଅର୍ଥଦଣ୍ଡ ଭଳି ବ୍ୟବସ୍ଥାକୁ ଲାଗୁ କରାଯାଇଛି।

pan aadhar

ଏବେ ଧାରା ୩୩ (ଏ) ମୁତାବିକ ନୂଆ ନିୟମ ଲାଗୁ ହୋଇଛି। ଏଥିପାଇଁ ନିୟମର ଉଂଲଘନ କଲେ ୧ କୋଟି ଟଙ୍କାର ଅର୍ଥ ଦଣ୍ଡ ଭୋଗିବାକୁ ହେବ। ଏହାସମ୍ପର୍କରେ ଅଧିକ ସୂଚନା ଆପଣ UIDAIର ଅଫି ସିଆଲ େଓ୍ଵବସାଇଟରେ ପାଇପାରିବେ।

ଏହାବ୍ୟତିତ ଆଧାର ନିୟମ ଅନୁଯାୟୀ ମିଛ ବା ଫ୍ରଡ ବାୟୋମାଟ୍ରିକ ସୂଚନା ପ୍ରଦାନ କଲେ ଦଣ୍ଡ ସ୍ୱରୁପ ୩ବର୍ଷ ଜେଲ ସହ ୧୦ ହଜାର ଟଙ୍କାର ଜରିମାନା ଭୋଗିବାକୁ ହେବ। ଏହି ସମାନ ଦଣ୍ଡ ବାୟୋମାଟ୍ରିକ ସୂଚନାକୁ ପରିବର୍ତ୍ତନ କଲେ ମଧ୍ୟ ମିଳିବ।

Leave A Reply

Your email address will not be published.