ଟେକ୍

ଏଣିକି ଚାଷୀଙ୍କୁ ମିଳିବ ୨ହଜାର ଟଙ୍କା କିସ୍ତି ସହ ୩୦୦୦ ଟଙ୍କା ମାସିକ ପେନସନ୍, ଜାଣନ୍ତୁ କେମିତି ?

ଚାଷୀଭାଇଙ୍କ ପାଇଁଁ ଖୁସି ଖବର। ସରକାର ଦେଲେ ଖୁସି କରିଦେବା ଭଳି ଖବର। କେନ୍ଦ୍ର ସରକାର ଚାଷୀଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ କିଷାନ ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କାର ୩ଟି କିସ୍ତି ଅର୍ଥାତ୍ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟରେ ୧୧ଟି କିସ୍ତି ଅର୍ଥାତ୍ ୨୨,୦୦୦ ଟଙ୍କା ଟ୍ରାନ୍ସଫର ହୋଇସାରିଛି । ଚାଷୀଙ୍କ ଆର୍ଥିକ ସହାୟତା ତଥା ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ସରକାର ପେନସନର ସୁବିଧା ‘ପିଏମ କିଷାନ ମାନଧନ ଯୋଜନା’ ଆରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅଧୀନରେ ଚାଷୀମାନଙ୍କୁ ୬୦ ବର୍ଷ ପରେ ପେନସନ୍ ଦିଆଯିବ । ଖାସ୍ କଥା ହେଉଛି ଯଦି ଆପଣ ପିଏମ କିଷାନରେ ଏକ ଆକାଉଣ୍ଟଧାରୀ, ତେବେ ଆପଣଙ୍କୁ କୌଣସି କାଗଜପତ୍ରର ଆବଶ୍ୟକତା ପଡିବ ନାହିଁ । ଆପଣ ସିଧାସଳଖ ପିଏମ କିଷାନ ମାନଧନ ଯୋଜନାରେ ପଞ୍ଜୀକରଣ କରିପାରିବେ । ଏହି ଯୋଜନାର ଅନେକ ଲାଭ ମଧ୍ୟ ଅଛି ।

ପିଏମ କିଷାନ ମାନଧନ ଯୋଜନାର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଯୋଜନା ଅଧୀନରେ ୬୦ ବର୍ଷ ବୟସ ପରେ ପେନସନ ବ୍ୟବସ୍ଥା ରହିଛି । ଅର୍ଥାତ୍ କୃଷକଙ୍କ ବୃଦ୍ଧାବସ୍ଥାକୁ ସୁରକ୍ଷା ଦେବା ପାଇଁ ସରକାର ଏହା ଆରମ୍ଭ କରିଛନ୍ତି । ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ଯେକୌଣସି କୃଷକ ଏହି ଯୋଜନାରେ ନିବେଶ କରିପାରିବେ । ଏହା ଅଧୀନରେ ଚାଷୀଙ୍କୁ ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ମିଳିଥାଏ ।

ମାନଧନ ଯୋଜନା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍

  • ଆଧାର କାର୍ଡ
  • ପରିଚୟ ପତ୍ର
  • ବୟସ ପ୍ରମାଣପତ୍ର
  • ଆୟ ପ୍ରମାଣପତ୍ର
  • ଜମିର ପ୍ରମାଣପତ୍ର
  • ବ୍ୟାଙ୍କ ଆକାଉଣ୍ଟ୍ ପାସବୁକ୍
  • ମୋବାଇଲ୍ ନମ୍ବର
  • ପାସପୋର୍ଟ ଆକାରର ଫଟୋ

ଏହି ଯୋଜନାରେ ରେଜିଷ୍ଟର୍ଡ ଚାଷୀଙ୍କୁ ବୟସ ହିସାବରେ ମାସିକ ନିବେଶ ଉପରେ ୬୦ ବର୍ଷ ପରେ ସର୍ବନିମ୍ନ ୩୦୦୦ ଟଙ୍କା ଓ ସର୍ବାଧିକ ୩୬,୦୦୦ ଟଙ୍କାର ପେନସନ୍ ମିଳିବ । ଏଥିପାଇଁ ଚାଷୀମାନଙ୍କୁ ମାସିକ ୫୫ ରୁ ୨୦୦ ଟଙ୍କା ନିବେଶ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ କିଷାନ ମାନଧନରେ ଫ୍ୟାମିଲି ପେନସନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଜୀବନସାଥୀଙ୍କୁ ୫୦ ପ୍ରତିଶତ ପେନସନ୍ ମିଳିବ । ଫ୍ୟାମିଲି ପେନସନରେ କେବଳ ସ୍ୱାମୀ / ସ୍ତ୍ରୀ ସାମିଲ ଅଛନ୍ତି ।

ପିଏମ କିସାନ୍‌ ସ୍କିମ୍‌ ଅନୁଯାୟୀ ସରକାର ଯୋଗ୍ୟ ଚାଷୀଙ୍କୁ ପ୍ରତି ବର୍ଷ ୨୦୦୦ ଟଙ୍କା ୩ଟି କିସ୍ତି ଅର୍ଥାତ୍‌ ୬୦୦୦ ଟଙ୍କା ଆର୍ଥିକ ସାହାଯ୍ୟ କରୁଛନ୍ତି। ଏହି ଅର୍ଥ ରାଶି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି। ଏହାର ଖାତାଧାରକ ଯଦି ପେନସନ୍‌ ସ୍କିମ ପିଏମ୍‌ କିସାନ ମାନଧନରେ ଭାଗ ନିଅନ୍ତି ତାହେଲେ ସେମାନଙ୍କର ପଞ୍ଜୀକରଣ ଅତି ସହଜରେ ହୋଇଯିବ। ଏହାସହିତ ଯଦି ଚାଷୀ ଏହି ବିକଳ୍ପକୁ ବାଛିବେ ତାହେଲେ ପେନସନ୍‌ ସ୍କିମରେ ପ୍ରତି ମାସ କଟୁଥିବା କଣ୍ଟ୍ରିବ୍ୟୁସନ୍‌ ମଧ୍ୟ ଏହି ୩ କିସ୍ତିରେ ମିଳୁଥିବା ରାଶିରୁ କଟିଯିବ। ଅର୍ଥାତ୍‌ ଏଥିପାଇଁ ପିଏମ୍‌ କିସାନ୍‌ ଖାତାଧାରକଙ୍କୁ ପକେଟରୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବନାହିଁ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

9 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago