ନିଶ୍ଚୟ ଟ୍ରାଏ କରନ୍ତୁ ଏ ଟ୍ରିକ, ହରାଇଥିବା ନିଜ ଟ୍ଵିଟର ବ୍ଲୁ ଟିକକୁ ଏପରି ଫେରିପାଆନ୍ତୁ
ଟ୍ଵିଟରରେ ଏବେ ବ୍ଲୁ ଟିକ୍ ପାଇବା ପାଇଁ ଆପଣଙ୍କୁ ନୋଟେବଲ ହେବା କିଛି ଗୁରୁତ୍ୱ ନାହିଁ । ତେଣିକି ତାହା ଆପଣ ଏକ ସାଧାରଣ ମଣିଷ ହୁଅନ୍ତୁ କିମ୍ବା କୌଣସି ସେଲିବ୍ରିଟୀ, ଆପଣଙ୍କୁ ବ୍ଲୁ ଟିକ ସେତେବେଳେ ମିଳିବ ଯେତେବେଳେ ଆପଣ ଟ୍ଵିଟର ବ୍ଲୁ ର ସବସ୍କ୍ରିପସନକୁ କିଣିଥିବେ ।
ଏଲନ୍ ମସ୍କଙ୍କ କମ୍ପାନୀ ଟ୍ଵିଟର ଗତ ମାସ ଏହି କଥାକୁ ଘୋଷଣା କରିଥିଲା ଯେ ୧ ଏପ୍ରିଲ ପରଠାରୁ ସମସ୍ତଙ୍କ ଆକାଉଣ୍ଟରୁ ଲିଗେସୀ ଚେକମାର୍କ ହଟିଯିବ । ଅର୍ଥାତ୍ ଫ୍ରି ବ୍ଲୁ ଟିକ ଆକାଉଣ୍ଟରେ ଗାୟବ ହୋଇଯିବ । ଆରମ୍ଭରେ ଏପରି ହୋଇନଥିଲା କିନ୍ତୁ ୨୦ ଏପ୍ରିଲ ପରେ କମ୍ପାନୀ ଏହା ଉପରେ କାମ କରୁଛି ଏବଂ ସମସ୍ତ ଲିଗସୀ ଚେକମାର୍କକୁ ପ୍ଲାଟଫର୍ମରୁ ହଟାଇଦେଇଛି । ଏଥିରେ ସାରା ଦୁନିଆରେ ଅନେକ ଲୋକପ୍ରିୟ କମ୍ପାନୀ ଗୁଡିକର ବ୍ଲୁ ଟିକ୍ ହଟାଇଦିଆଯାଇଥିଲା । ଯଦି ଆପଣଙ୍କର ମଧ୍ୟ ବ୍ଲୁ ଟିକ ଚାଲିଯାଇଛି ଏବଂ ଆପଣ ଏହାକୁ ପୁଣି ଥରେ ଫେରି ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏକ ବହୁତ ଜବରଦସ୍ତ ଟ୍ରିକ ବତାଇବୁ ।
ଟ୍ଵିଟରରେ ବ୍ଲୁ ଟିକକୁ ପୁନଃ ଫେରି ପାଇବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ମୋବାଇଲ କିମ୍ବା େଓ୍ଵବରେ ଆକାଉଣ୍ଟକୁ ଖୋଲିବାକୁ ହେବ । ଏବଂ ପ୍ରୋଫାଇଲ ସେକ୍ସନରେ ଆସିବାକୁ ହେବ । ଏହାପରେ ଏଡିଟ୍ ପ୍ରୋଫାଇଲରେ ଆସି କିଛି ବି ‘ବାୟୋ’ ସେକ୍ସନରେ ଆଡଅନ୍ କରିବାକୁ ହେବ । ଯେମିତି ଆପଣ ଲେଖିପାରିବେ ‘ ଫର୍ମର ବ୍ଳ ଟିକ ହୋଲଡର ଆଦି । ଏହାକୁ ସେଭ୍ କରିବା ପରେ ହିଁ ଆପଣଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଦେଖିବାକୁ ମିଳିବ । ଧ୍ୟାନ ଦିଅନ୍ତୁ ବ୍ଲୁ ଟିକ କେବଳ ଆପଣଙ୍କୁ ଦେଖାଇବ ଏବଂ ଏହା କେବଳ ସେତେ ପର୍ଯ୍ୟନ୍ତ ରହିବ ଯେତେ ପର୍ଯ୍ୟନ୍ତ ଆପଣ ପେଜକୁ ରିଫ୍ରେସ କରିନାହାଁନ୍ତି । କିମ୍ବା ଆପରୁ ବାହାରକୁ ବାହାରି ନାହାଁନ୍ତି । ଏହା ଟ୍ଵିଟର କୋଡରେ ବର୍ତ୍ତମାନର ବଗ୍ କାରଣରୁ ହେଉଛି ଏବଂ ଅନେକ ଲୋକ ଏପରି ବ୍ଲୁ ଟିକ ପ୍ରାପ୍ତ କରି ଏହାର ସ୍କ୍ରୀନସଟ୍ ନିଜ ବନ୍ଧୁଙ୍କ ସହିତ ସେୟାର କରିଛନ୍ତି । ଯଦି ଆପଣ ପେଜକୁ ରିଫ୍ରେସ କରିଦେବେ ତାହେଲେ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯିବ ।
ଟ୍ଵିଟରରେ ଏବେ ବ୍ଲୁ ଟିକ୍ ପାଇବା ପାଇଁ ଆପଣଙ୍କୁ ନୋଟେବଲ ହେବା କିଛି ଗୁରୁତ୍ୱ ନାହିଁ । ତେଣିକି ତାହା ଆପଣ ଏକ ସାଧାରଣ ମଣିଷ ହୁଅନ୍ତୁ କିମ୍ବା କୌଣସି ସେଲିବ୍ରିଟୀ, ଆପଣଙ୍କୁ ବ୍ଲୁ ଟିକ ସେତେବେଳେ ମିଳିବ ଯେତେବେଳେ ଆପଣ ଟ୍ଵିଟର ବ୍ଲୁ ର ସବସ୍କ୍ରିପସନକୁ କିଣିଥିବେ । ଭାରତରେ ଟ୍ଵିଟର ବ୍ଲୁ ପାଇଁ େଓ୍ଵବ ୟୁଜର୍ସଙ୍କୁ ୬୫୦ ଟଙ୍କା ଏବଂ ଆଇଓଏସ ଏବଂ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ୯୦୦ ଟଙ୍କରେ ପେମେଣ୍ଟ କମ୍ପାନୀକୁ ପ୍ରତିମାସ କରିବାକୁ ହୋଇଥାଏ । ଟ୍ଵିଟର ବ୍ଲୁ ରେ ସାଧାରଣ ୟୁଜରଙ୍କ ମୁକାବିଲାରେ ଲୋକଙ୍କୁ ଟ୍ଵିଟକୁ ଅଣ୍ଡୁ, ଏଡିଟ, ବୁକମାର୍କ ଟ୍ଵିଟ୍ସ, ଏଚଡି ଭିଡିଓ ଅପଲୋଡ, ଟେକ୍ସଟ ମେସେଜ ବେସଡ ଟୁଏଫଏ ଆଦିର ସୁବିଧା ମିଳିଥାଏ।