ଭୁଲିଯିବେ ସିନେମା ହଲ୍‌…ମାତ୍ର ଏତିକି ଟଙ୍କାରେ ଘରକୁ ନେଇ ଆସନ୍ତୁ ‘କୁନି ପ୍ରୋଜେକ୍ଟର’; କ୍ୱାଲିଟି ଦମ୍‌ଦାର

ଆଜିକାଲି ପ୍ରାୟ ସମସ୍ତେ ନିଜ ଘର ପାଇଁ ସ୍ମାର୍ଟ ଏଲ୍‌ଇଡି ଟିଭି କିଣୁଛନ୍ତି। କିନ୍ତୁ ଏଥିରେ ଏକ ସମସ୍ୟା ହେଉଛି କି, ଆପଣ ଗୋଟିଏ ହିଁ ସ୍ଥାନରେ ବସି ଟିଭିରେ ସିନେମା କି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖି ପାରିବେ। ଏମିତିରେ ଯଦି ଆପଣଙ୍କୁ ଘରର ଅନ୍ୟ କୌଣସି ସ୍ଥାନରେ ଫିଲ୍ମ ଦେଖିବାର ଅଛି ବା ସିନେମାର ମଜା ଉଠାଇବାର ଅଛି, ତ ଟିଭିରେ ଏହା ହୋଇପାରିବ ନାହିଁ। ହେଲେ ଆପଣ ଚାହିଁଲେ, ଏବେ ଘରର ଯେ କୌଣସି କୋଣରେ ବସି ସେଠାରୁ ସିନେମାର ମଜା ଉଠାଇ ପାରିବେ। ଏଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ ବି କରିବାକୁ ପଡ଼ିବ ନାହିଁ।

ଆଜି ଆମେ ଆପଣଙ୍କ ପାଇଁ ଏକ ଦମ୍‌ଦାର ପ୍ରୋଜେକ୍ଟର ନେଇ ଆସିଛୁ, ଯାହାକୁ ଆପଣ କେଉଁଠାରେ ବି ରଖି ପାରିବେ ଏବଂ ସିନେମାର ଆନନ୍ଦ ନେଇ ପାରିବେ। ଯଦି ଆପଣଙ୍କୁ ଏମିତି ହିଁ ଏକ ପ୍ରୋଜେକ୍ଟର କିଣିବାର ଅଛି, ତା’ ହେଲେ ଆସନ୍ତୁ ଏହା ବିଷୟରେ ବିସ୍ତତ ଭାବେ ଜାଣିବା…

ଯେଉଁ ପ୍ରୋଜେକ୍ଟର ବିଷୟରେ ଆମେ ଆଜି କଥା ହେଉଛେ, ତାହାର ନାଁ ‘WANBO T6 Max’। ଗ୍ରାହକମାନେ ଏହାକୁ ଆମାଜନରୁ କିଣି ପାରିବେ। ଏହି ପ୍ରୋଜେକ୍ଟର ଆକାରରେ ବହୁତ ଛୋଟ ହୋଇଥିବାରୁ ଏହାକୁ କୌଣସି ବି ଟେବୁଲ କିମ୍ବା ସେଲ୍ଫ ଉପରେ ରଖାଯାଇ ପାରିବ। ଯଦି ଏହାର ଦାମ୍‌ ବିଷୟରେ କଥା ହେବା, ତ ଗ୍ରାହକ ଏହାକୁ ମାତ୍ର ୩୧,୯୯୦ ଟଙ୍କାରେ କିଣି ପାରିବେ। ଯଦିଓ ଏହାର ପ୍ରକୃତ ମୂଲ୍ୟ ରହିଛି ୩୯,୯୯୦ ଟଙ୍କା। ଆମାଜନରେ ଏହି ପ୍ରୋଜେକ୍ଟର ଉପରେ ବଡ଼ ଡିସ୍‌କାଉଣ୍ଟ ଦିଆଯାଉଛି, ଯାହା ପରେ ଗ୍ରାହକମାନେ ଏହାକୁ ସୁଲଭ ମୂଲ୍ୟରେ କିଣି ପାରିବେ।

WANBO T6 Max ପ୍ରୋଜେକ୍ଟରରେ 1080P ରିଜୋଲ୍ୟୁସନ ଦିଆଯାଇଛି। ଏଥିରେ ଡୁଆଲ ବ୍ୟାଣ୍ଡ୍‌ wifi କନେକ୍ସନ ଦେଖିବାକୁ ମିଳି ପାରିବ। ଏଥି ସହିତ ଗ୍ରାହକମାନଙ୍କୁ ଏଥିରେ େଓ୍ଵୟାରଲେସ୍‌ ଏବଂ ଓ୍ଵାୟର୍ଡ ମିରର୍‌ ଡିସ୍‌ପ୍ଲେ ବି ମିଳିବ। ଏତିକି ନୁହେଁ, ଏହି ପ୍ରୋଜେକ୍ଟରରେ quad-core ପ୍ରୋସେସର, 100%-60% ଜୁମ୍‌ ଫଙ୍କସନ ସହିତ Dolby ସାଉଣ୍ଡ ଆଉଟ୍‌ପୁଟ୍‌ ମଧ୍ୟ ଉପଲବ୍ଧ ରହିଛି। ଏହା ଏକ ଡଷ୍ଟ୍‍ ଫ୍ରୁଫ୍‌ ପ୍ରୋଜେକ୍ଟର। T6 Max ଆପଣଙ୍କ ସ୍ମାର୍ଟଫୋନ ଏବଂ ଲାପ୍‌ଟପରେ ସହଜରେ କନେକ୍ଟ ହୋଇ ଯାଇଥାଏ। ଆପଣ ଚାହିଁଲେ, ଏଥିରେ ସହଜରେ ନିଜ ପସନ୍ଦର ଫଟୋ ଏବଂ ଭିଡିଓ ଦେଖି ପାରିବେ। ଏହି ପ୍ରୋଜେକ୍ଟରକୁ େଓ୍ଵୟାରଲେସ୍‌ ତରିକାରେ ବ୍ୟବହାର କରାଯାଇ ପାରିବ। ଏମିତିରେ ତାରର ଝିଂଝଟ୍‌ ଆପଣଙ୍କୁ ଆଉ ମୁଣ୍ଡାଇବାକୁ ପଡ଼ିବ ନାହିଁ।

ଅନ୍ୟପକ୍ଷରେ ଭାରତରେ ସ୍ମାର୍ଟ ଏଲଇଡି ଟିଭି ବହୁତ ଟ୍ରେଣ୍ଡ କରୁଛି ଏବଂ ଏହାର ଦାମ୍‌ ବି ପୂର୍ବାପେକ୍ଷା ବହୁତ କମି ଯାଇଛି, ଯାହାଫଳରେ ଲୋକେ ବର୍ତ୍ତମାନ ବିନା ଦ୍ୱିଧାରେ ଏହାକୁ କିଣିବାରେ ଲାଗିଛନ୍ତି। କହି ରଖୁଛୁ, ଫ୍ଲିପକାର୍ଟରେ ‘ବିଗ୍ ବିଲିୟନ ଡେଡ୍ ସେଲ୍‌’ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ଏହା ପୂର୍ବରୁ ହିଁ ଫ୍ଲିପକାର୍ଟ ନିଜ ଗ୍ରାହକମାନଙ୍କୁ ବମ୍ପର ରିହାତି ଅଫର୍‌ କରିବା ଆରମ୍ଭ କରିଛି। 32 ଇଞ୍ଚର ସ୍ମାର୍ଟ ଏଲଇଡି ଟିଭିକୁ ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ଡିସ୍‌କାଉଣ୍ଟ ସହିତ ଅଫର୍‌ କରାଯାଉଛି। ଯଦି ଆପଣ ଏହି ଫେଷ୍ଟିଭ୍‌ ସିଜନରେ ନିଜ ଘରର ନର୍ମାଲ ଟିଭିକୁ ଅପଡେଟ୍ କରିବାକୁ ଚାହୁଁଛନ୍ତି, ତା’ ହେଲେ ଏହାଠୁ ଆଉ ଭଲ ସୁଯୋଗ କେଉଁଠି ପାଇ ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.