BHIM ପେମେଣ୍ଟ ଆପ୍‌ ରୁ ମିଳିବ ୭୫୦ ଟଙ୍କାର କ୍ୟାସବ୍ୟାକ୍‌, ଜାଣନ୍ତୁ କେମିତି ପାଇବେ ଏହି ଟଙ୍କା

BHIM ପେମେଣ୍ଟ ଆପ୍‌ ‘ଗୁଗଲ ପେ’ ଭଳି ସମାନ ଅଫର ଜାରି କରିଛି । ଏହି ଅଫର ୟୁଜରଙ୍କୁ ଆକର୍ଷିତ କରିବା ପାଇଁ ରଖାଯାଇଛି । କିନ୍ତୁ ଧ୍ୟାନରେ ରଖନ୍ତୁ ଏହି ୭୫୦ ଟଙ୍କା ଦୁଇଟି ଭିନ୍ନ ଅଫରକୁ ମିଶାଇଲେ ହିଁ ଆପଣଙ୍କୁ ମିଳିବ ।

BHIM ପେମେଣ୍ଟସ୍‌ ଆପ୍‌ ବର୍ତ୍ତମାନ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଦେଉଛି । କଥା ଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏଭଳି ଅଫର ସତରେ ମିଳୁଛି । କିନ୍ତୁ ଏହି ଅଫରକୁ ଆଉ ମାତ୍ର କିଛି ସପ୍ତାହ ହିଁ ବାକି ରହିଲା । ଏହି ପେମେଣ୍ଟ ଆପ୍‌ ‘ଗୁଗଲ ପେ’ ଭଳି ସମାନ ଅଫର ଜାରି କରିଛି । ଏହି ଅଫର ୟୁଜରଙ୍କୁ ଆକର୍ଷିତ କରିବା ପାଇଁ ରଖାଯାଇଛି । କିନ୍ତୁ ଧ୍ୟାନରେ ରଖନ୍ତୁ ଏହି ୭୫୦ ଟଙ୍କା ଦୁଇଟି ଭିନ୍ନ ଅଫରକୁ ମିଶାଇଲେ ହିଁ ଆପଣଙ୍କୁ ମିଳିବ । ଏବଂ ଏଥିପାଇଁ ସମସ୍ତ ସର୍ତ୍ତ ପୂରଣ କରିବାକୁ ପଡିବ । ଏହା ସହିତ ୧%ର ଅନ୍ୟ କ୍ୟାସବ୍ୟାକ୍ ମଧ୍ୟ ମିଳୁଛି । ତେବେ ଆସନ୍ତୁ ଜାଣିବା ଏହି କ୍ୟାସବ୍ୟାକ୍‌ କୁ ଆପଣ କିପରି ପାଇବେ ।

ଖାଦ୍ୟପ୍ରେମୀ ଏବଂ ବୁଲାବୁଲିରେ ସମୟ ବିତାଉଥିବା ଲୋକଙ୍କ ପାଇଁ BHIM ଆପ୍ ୧୫୦ ଟଙ୍କାର କ୍ୟାସବ୍ୟାକ୍‌ ଦେଉଛି । ଯଦି ଆପଣ BHIM ଆପ୍ ଦ୍ୱାରା ଟ୍ରେନ୍ ବୁକିଂ, କ୍ୟାବ୍, କିମ୍ବା ରେଷ୍ଟୁରାଣ୍ଟ ବିଲ୍ ଦେଉଛନ୍ତି ତାହା ପୁଣି ୧୦୦ ଟଙ୍କାରୁ ଅଧିକ ଥାଏ, ତେବେ ଆପଣ ସିଧାସଳଖ ୩୦ ଟଙ୍କାର କ୍ୟାସବ୍ୟାକ୍ ପାଇବେ । ଏହି ଅଫର ଅନେକ ସ୍ଥାନରେ ଲାଗୁ ଅଛି । କିନ୍ତୁ ସବୁ କ୍ୟାସବ୍ୟାକ୍‌ ମିଶାଇଲେ ଆପଣଙ୍କୁ କେବଳ ୧୫୦ ଟଙ୍କା ର କ୍ୟାସବ୍ୟାକ୍ ମିଳିବ । ଏଥିପାଇଁ ଆପଣଙ୍କୁ ଅତି କମରେ ୫ ଥର ୧୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ।

ଯଦି ଆପଣଙ୍କର Rupay କ୍ରେଡିଟ୍ କାର୍ଡ BHIM ଆପ୍ ରେ ଲିଙ୍କ୍ ହୋଇଛି, ତେବେ ଆପଣଙ୍କ ପାଇଁ ୬୦୦ ଟଙ୍କାର ଆଉ ଏକ କ୍ୟାସବ୍ୟାକ୍ ଅଫର୍ ଅଛି । ଏହି ଅଫରର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ସମସ୍ତ ଦୋକାନରେ UPI ପେମେଣ୍ଟ କରିବାକୁ ପଡିବ । ଏଥିରେ ପ୍ରଥମ ତିନିଥର ୧୦୦ ଟଙ୍କାରୁ ଉପରେ ପେମେଣ୍ଟ କଲେ ହିଁ ଆପଣଙ୍କୁ ୧୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଏହା ପରେ ପ୍ରତି ମାସରେ ୨୦୦ ଟଙ୍କା ଉପରେ ଆଗାମୀ ୧୦ ଥର ପର୍ଯ୍ୟନ୍ତ ପେମେଣ୍ଟ କରିବାକୁ ହେବ । ଏହା ପରେ ହିଁ ଆପଣ ୩୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବେ । କିନ୍ତୁ ଧ୍ୟାନରେ ରଖନ୍ତୁ ଏହି ଅଫରରେ କେବଳ ୬୦୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିବ ଏବଂ ଏଥିପାଇଁ ଆପଣଙ୍କୁ ଉପରେ କୁହାଯାଇଥିବା ସମସ୍ତ ଟ୍ରାନଜାକ୍ସନ କରିବାକୁ ପଡିବ । ଆପଣ ଭାବୁଥିବେ ତେଲ ପକାଇଲେ କେମିତି କ୍ୟାସବ୍ୟାକ୍‌ ମିଳିବ । ତେବେ ଆସନ୍ତୁ ଜାଣିବା ଏହି ଅଫରରେ କଣ ରହିଛି ।

ଗାଡିରେ ପେଟ୍ରୋଲ, ଡିଜେଲ କିମ୍ବା ସିଏନଜି ଭରିବାରେ ମଧ୍ୟ ୧% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । କେବଳ ଏତିକି ନୁହେଁ ଇଲେକ୍ଟ୍ରିକ୍‌ ବିଲ୍‌, ପାଣି ବିଲ୍‌, ଏବଂ ଗ୍ୟାସ୍ ବିଲ୍‌ ଭଳି ବିଲ୍ ଉପରେ ମଧ୍ୟ କ୍ୟାସବ୍ୟାକ୍‌ ମିଳିବ । କିନ୍ତୁ ଏହି ବିଲ୍‌ ୧୦୦ ଟଙ୍କାରୁ ଅଧିକ ହେବା ଆବଶ୍ୟକ । ଏହି କ୍ୟାସବ୍ୟାକ୍ ସିଧାସଳଖ ଆପଣଙ୍କର BHIM ଆପ୍ ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଯିବ ।

ଏହି ସମସ୍ତ କ୍ୟାସବ୍ୟାକ୍ ଅଫରଗୁଡିକ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ । ଏହାର ଅର୍ଥ ୭ ସପ୍ତାହ ମଧ୍ୟରେ ଆପଣ BHIM ଆପ୍ ବ୍ୟବହାର କରି ଏହି ସମସ୍ତ ଅଫରଗୁଡିକର ଲାଭ ଉଠାଇପାରିବେ । ବର୍ତ୍ତମାନ କମ୍ପାନୀ ଏହି ଅଫରକୁ ଆଗକୁ ବଢ଼ାଇବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।