ଏବେ ଆପଣଙ୍କ ବିଜୁଳି ବିଲ୍‌ ଆସିବ ଜିରୋ ! ସାରା ଜୀବନ ମାଗଣାରେ ଜାଳିବେ ଲାଇଟ, ସରକାର ଦେଲେ ସୂଚନା

ଆଜିର ସମୟରେ ଆମେ ଦେଖନ୍ତି ଯେ ଅନେକ ଲୋକ ବିଜୁଳି ବିଲ ଆସିଲେ ଭାରି ବ୍ୟସ୍ତ ହୋଇପଡନ୍ତି ଆଉ ଚିନ୍ତା ବି କରନ୍ତି । ଯଦି ଆପଣଙ୍କ ସହିତ ବି ଏମିତି କିଛି ହେଉଛି ତାହେଲେ ଆପଣଙ୍କୁ ବିଲକୁଲ ବି ଟେନସନ୍‌ ନେବାର ଆବଶ୍ୟକ ନାହିଁ । ଏବେ ଆପଣଙ୍କୁ ଆଉ ଟଙ୍କାଟିଏ ବି ବିଜୁଳି ବିଲ୍‌ ଦେବାକୁ ପଡିବନି । ଆଜି ଆମେ ଆପଣଙ୍କୁ ଏକ ଏମିତି ଡିଭାଇସ ବିଷୟରେ କହିବୁ ଯାହାପରେ ଆପଣଙ୍କ ବିଜୁଳି ବିଲ୍‌ ଏକଦମ୍‌ ଜିରୋ ଆସିବ । ଖାସ୍‌ କଥା ହେଉଛି ଏହି ଡିଭାଇସକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ପ୍ରତ୍ସୋହିତ କରାଯାଇଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ତ୍ତମାନ ସରକାର ସୋଲାର ଏନର୍ଜି ଉପରେ ଅଧିକ କାମ କରୁଛନ୍ତି । ଏହାସହିତ ହିଁ ସୌର ଶକ୍ତିରେ ଚାଲୁଥିବା ପ୍ରଡକ୍ଟସ ଉପରେ ମଧ୍ୟ ଭାରି ସବସିଡିର ଫାଇଦା ମିଳୁଛି । ବର୍ତ୍ତମାନ ତ ମାର୍କେଟରେ ଏକ ଏମିତି ସୋଲାର ଲାଇଟ୍‌ ଆସିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ବିଜୁଳି ବିଲ୍‌ ବିଲକୁଲ ଜିରୋ ହୋଇଯାଇପାରେ।

ଏହି ସୋଲାର ଲାଇଟ୍‌ ସାହାଯ୍ୟରେ ଆପଣ ଘରର ଅନେକ ଏରିଆରେ ବିଜୁଳି ଜଳାଇପାରିବେ। ଘରର ଛାତ, ଗାର୍ଡେନ, ବାଲକୋନି ସମେତ ଅନେକ ସ୍ଥାନରେ ବିନା ବିଜୁଳିରେ ବି ଲାଇଟ୍‌ ଜଳାଇପାରିବେ। ଏହି ସୋଲାର ଲାଇଟର ନାମ Hardoll LED Waterproof Fence Solar Light Lamp ଏବଂ ଖାସ୍‌ କଥା ହେଉଛି ଏହାର ଦାମ୍‌ ଆମାଜନରେ ରହିଛି ୪୪୩ ଟଙ୍କା।
ଏହି ଲାଇଟର ଖାସିୟତ ହେଉଛି ଅନ୍ଧାର ହେଲେ ଏହା ଆପେ ଆପେ ଜଳିବାକୁ ଲାଗିବ। ସେହିପରି ସୂର୍ଯ୍ୟଙ୍କର ରଶ୍ମି ମିଳିଲେ ଏହା ଆପେ ଆପେ ବନ୍ଦ ହୋଇଯାଏ। ଏହା ଓ୍ଵାଟରପ୍ରୁଫ୍‌ ଏବଂ ପ୍ଲାଷ୍ଟିକରେ ତିଆରି ହୋଇଥିବା ସୋଲାର ଲାଇଟ। ଏହାକୁ ଆପଣ ସହଜରେ ନିଜ ଘରେ ଲଗାଇପାରିବେ। ୬ ଘଣ୍ଟା ଚାର୍ଜ ହେବା ପରେ ଆପଣ ଏହାକୁ ୧୮ ଘଣ୍ଟା ପର୍ଯ୍ୟନ୍ତ ଜାଳିପାରିବେ।

ଏହାସହିତ ମଧ୍ୟ ଯଦି ଆପଣ ନିଜ ଘରେ ବଡ ସୋଲାର ପ୍ୟାନେଲ ଲଗାଉଛନ୍ତି ତାହେଲେ ଆପଣ ଲାଇଟ ବ୍ୟତୀତ ନିଜ ଘରର ଏସି, କୁଲର, ଟିଭି, ମୋଟର, ପଙ୍ଖା ସମେତ ସମସ୍ତ ପ୍ରଡକ୍ଟସକୁ ବିନା ଲାଇଟରେ ବି ଜଳାଇପାରିବେ। ଏପରି କରିବା ଦ୍ୱାରା ଆପଣଙ୍କର ବିଜୁଳି ବିଲରେ ଗୋଟେ ଟଙ୍କା ବି ଖର୍ଚ୍ଚ ହେବନାହିଁ। ଆପଣ ନିଜ ଘରର ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାରଙ୍କ ଅଫିସିଆଲ େଓ୍ଵବସାଇଟ www.solarrooftop.gov.inରେ ଅନଲାଇନ୍‌ ବି ଆବେଦନ କରିପାରିବେ।

Leave A Reply

Your email address will not be published.