ପୁରୁଣା ଫୋନ ଫିଙ୍ଗୁଛନ୍ତି କି ? ଟିକେ ରୁହନ୍ତୁ, ବଡ଼ କାମରେ ଆସିବ ଏହି ଅକାମୀ ଫୋନ୍

ନୂଆଦିଲ୍ଲୀ : ଆମର ଫୋନ ଏବେ ଆମ ଜୀବନର ଏକ ପ୍ରଧାନ ଅଂଶ ବନିଯାଇଛି । ଏହାଦ୍ୱାରା ଆମେ ବହୁ ଜରୁରୀ କାମ ମଧ୍ୟ କରିଥାଉ । ହେଲେ କିଛି ସମୟ ପରେ ଏହାକୁ ବଦଳାଇବାକୁ ପଡିଥାଏ । ହେଲେ ଏହି ଫୋନକୁ ଆମେ ଅକାମୀ ଭାବେ ଘରେ ଫିଙ୍ଗି ଦେଇଥାଉ । ହେଲେ ଏହି ଫୋନକୁ ଫିଙ୍ଗିବା ପରିବର୍ତ୍ତେ ଏହାକୁ ଭଲ କାମରେ ଲଗାଇ ପାରିବେ । ଆଜି ଆମେ ଏଥିପାଇଁ କିଛି ଟିପ୍ଦ ଦେବୁ ଯାହାକୁ ବ୍ୟବହାର କରି ଆପଣ ଏହି ଅକାମୀ ଫୋନକୁ ବ୍ୟବହାର କରିପାରିବେ ।
କ୍ୟାମେରା ଭାବେ କରିପାରିବେ ବ୍ୟବହାର
ଯଦି ଆପଣଙ୍କ ପୁରୁଣା ଫୋନର କ୍ୟାମେରା ଭଲ ଅଛି,ତାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ଲେ ଷ୍ଟୋର ବା ଏପ୍ ଷ୍ଟୋରରୁ କିଛି ବି ଡେଶ କ୍ୟାମେରା ଆପ୍ ଡାଉନଲୋଡ କରିପାରିବେ ଓ ଏହାକୁ ପୁରୁଣା ଫୋନରେ ମାଉଣ୍ଟ କରିବା ପାଇଁ ଆପଣଙ୍କ ଫୋନରେ ଫୋନ୍ ହୋଲ୍ଡର ବ୍ୟବହାର କରନ୍ତୁ । ଏହାର ସହାୟତାରେ ସଡକ ଦୁର୍ଘଟଣା ବା କିଛି ଅନିଶ୍ଚିତ ସ୍ଥିତିରେ ଫସିବାରୁ ବଂଚି ପାରିବେ ।
ଷ୍ଟୋରେଜ ଡିଭାଇସ ଭଳି କରନ୍ତୁ ବ୍ୟବହାର
ନିଜର ପୁରୁଣା ଫୋନକୁ ଷ୍ଟୋରେଜ ଡିଭାଇସ ଭାବେ ବ୍ୟବହାର କରିପାରିବେ । ବାସ ଆପଣଙ୍କ ଫଟୋ ଭିଡିଓ,ଫାଇଲ ବା ଅନ୍ୟ କିଛି ଡାଟା ଆପଣଙ୍କ ପୁରୁଣା ଫୋନକୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତ ଆପଣ ଏହାକୁ ପୋଟେବଲ ଡ୍ରାଇଭ ଭାବେ ବ୍ୟବହାର କରିପାରିବେ ।
ପୁରୁଣା ଡିଭାଇସକୁ ଏକ୍ସେଞ୍ଜ କରିପାରିବେ
ଆପଣ ଆମାଜନ, ଫ୍ଲିପକାର୍ଟ, ଟାଟା କ୍ଲିକ ବା ଅନ୍ୟ କୌଣସି ଆପଣଙ୍କ ପୁରୁଣା ଫୋନକୁ ବଦଳାଇ ନୂଆ ଫୋନ କିଣି ପାରିବେ । ବିଶେଷକରି ପୂଜା ପାର୍ବଣ ସମୟରେ ଏହାକୁ ବଦଳାଇ ନୂଆ ଫୋନ କିଣିବାରେ କିଛି ଲାଭ ପାଇପାରିବେ ।
ନ୍ୟାଭିଗେସନ ଡିଭାଇସ
ଯଦି ଆପଣଙ୍କ ପୁରୁଣା ଡିଭାଇସ ଅଛି,ତେବେ ଏହାକୁ ଆପଣ ନ୍ୟାଭିଗେସନ ଡିଭାଇସ ଭାବେ ବ୍ୟବହାର କରିପାରିବେ । ଏହାଦ୍ୱାରା ଆପଣଙ୍କ ନୂଆ ଫୋନର ବ୍ୟାଟେରୀ ଶେଷ ହେବ ନାହିଁ । ଏଥିସହ କାର୍ ବା ବାଇକରେ ଲଗାଇ ଗୁଗୁଲ ମ୍ୟାପର ଉପଯୋଗ କରିପାରିବେ ।