ନୂଆ ଯୁଗର ନୂଆ ଟେକନିକ, ଭଏସରେ କଣ୍ଟ୍ରୋଲ କରନ୍ତୁ ନିଜ Mac

ବିଶ୍ୱ ଅଗ୍ରଗତି କରିବା ସହ ନୂଆ ନୂଆ ଟେକ୍ନୋଲୋଜି ବି ଆସିଲାଣି । ଏମିତି ବି ଯନ୍ତ୍ର ଆସିଲାଣି ଯାହାକୁ ମଣିଷର କଣ୍ଠ ସ୍ୱର ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିବ । ଆଲେକ୍ସା, ଶିରି ଆଦି ହେଉଛି ଏସବୁର ଗୋଟେ ଗୋଟେ ପ୍ରକୃଷ୍ଠ ଉଦାହରଣ । ଯାହା ମଣିଷ ପାଟିରୁ ମାତ୍ର କେତୋଟି ଶବ୍ଦ ଶୁଣିବା ମାତ୍ରେ କାମ ଆରମ୍ଭ କରିଥାନ୍ତି | ଏହି ନିକଟରେ ବିଶ୍ୱର ଅନ୍ୟତମ ଅଗ୍ରଣୀ କମ୍ପାନୀ “ଆପଲ” ଏମିତି ଏକ ଫିଚର ଉଦ୍ଭାବନ କରିଛି । ଯାହା ସାହାଯ୍ୟରେ ଆପଣ ନିଜ MacBookକୁ ନିଜ ସ୍ୱର ସାହାଯ୍ୟରେ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରି ପାରିବେ । ତେବେ ଆଜି ଆମେ ଆପଣଙ୍କୁ କିପରି ଏହି ଟେକ୍ନୋଜିର ବ୍ୟବହାର କରିବେ ସେ ବିଷୟରେ କହିବାକୁ ଯାଉଛୁ ।

1. ପ୍ରଥମେ Apple ମେନୁକୁ ଯାଆନ୍ତୁ ଓ ସିଷ୍ଟମ ପ୍ରିଫରେନ୍ସକୁ ସିଲେକ୍ଟ କରନ୍ତୁ ।

2. ଏବେ ଆକସେବିଲିଟି ଅପସନକୁ ଚୟନ କରନ୍ତୁ ।

3. ଏବେ ସ୍କ୍ରିନ ସାଇଡବାରରେ ଆପଣଙ୍କୁ ଭଏସ କଣ୍ଟ୍ରୋଲ ଅପସନ ଦେଖାଦେବ । ତାହା ଉପରେ କ୍ଲିକ କରନ୍ତୁ ।

4. ଏବେ ଏନାବଲ ଭଏସ କଣ୍ଟ୍ରୋଲକୁ ସିଲେକ୍ଟ କରନ୍ତୁ ।

mac image

5. ଭଏସ କଣ୍ଟ୍ରୋଲ ଏନାବଲ ହୋଇଗଲେ ସ୍କ୍ରିନରେ ଆପଣଙ୍କୁ ଏକ ମାଇକ୍ରୋଫୋନର ଚିହ୍ନ ଦେଖାଦେବ ।

6. ଏବେ ଭଏସ କଣ୍ଟ୍ରୋଲକୁ ପଜ କରନ୍ତୁ ଆଉ କୁହନ୍ତୁ ”Go to sleep” ନଚେତ sleep ବଟନ ଉପରେ କ୍ଲିକ କରନ୍ତୁ । ଆଉ ପୁଣି ଥରେ ଭଏସ କଣ୍ଟ୍ରୋଲକୁ ଆକ୍ଟିଭ କରିବା ପାଇଁ “Wake up” ଉପରେ କ୍ଲିକ କରନ୍ତୁ ।

ଯଦି ଆପଣ ଇମେଲ ପଠେଇବାକୁ ଚାହୁଁଛନ୍ତି ତେବେ “ନୂଆ ମେସେଜ” ଉପରେ କ୍ଲିକ କରନ୍ତୁ । ଆଉ ଏବେ ଆଡ୍ରେସ ଇଟ କୁହନ୍ତୁ । ଏବେ ଆପଣଙ୍କ ଏକ ମେଲ ତିଆରି ହୋଇଯିବ । ଏହା ସହ Apple ଆପଣଙ୍କୁ ଆଉ ଏକ ସୁବିଧା ବି ଦେଉଛି । ଯାହା ସାହାଯ୍ୟରେ ଆପଣ ନିଜ ସ୍ୱରରେ କମାଣ୍ଡ କରିବା ସହ ଏକ ଅତ୍ୟାଧୁନିକ ଭଏସ କଣ୍ଟ୍ରୋଲ ଟେକନିକକୁ ବି ଅନୁଭବ କରିପାରିବେ ।

କିନ୍ତୁ ଭଏସ ସାହାଯ୍ୟରେ କଣ୍ଟ୍ରୋଲ କରିବାକୁ ଆପଣଙ୍କୁ ଏକ କ୍ଲାରିଟି ଭଏସ ଦେବାକୁ ହେବ । ଏହା ଏକ ଅତ୍ୟନ୍ତ ଲାଭଦାୟୀ ଫିଚର ହେବା ସହ ଜୀବନକୁ ଆହୁରି ସରଳ କରିବାରେ ଲାଭଦାୟୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.