ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଖୁସି ଖବର, ଖୁବ୍‌ ଶୀଘ୍ର YouTubeରେ ମିଳିବ ସ୍ଲିପ୍‌ ଫିଚର

ୟୁଟ୍ୟୁବ୍ ହେଉଛି ବିଶ୍ୱର ସବୁ ଠାରୁ ବଡ଼ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ । ପ୍ରତିଦିନ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଏହାର ୟୁଜରମାନଙ୍କ ସୁବିଧା ପାଇଁ, କମ୍ପାନୀ ସମୟ ସମୟରେ ନୂଆ ଫିଚର ଏବଂ ଅପ୍‌ଡେଟ୍‌ ଆଣିଥାଏ । ଯଦି ଆପଣ ମଧ୍ୟ ୟୁଟ୍ୟୁବ୍ ବ୍ୟବହାର କରନ୍ତି ତେବେ ଖୁସି ହୁଅନ୍ତୁ । କମ୍ପାନୀ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି । ୟୁଟ୍ୟୁବ୍ ଖୁବ୍ ଶୀଘ୍ର ପ୍ଲାଟଫର୍ମରେ ସ୍ଲିପ୍‌ ନାମକ ଏକ ଫିଚର ଆଡ୍‌ କରିବାକୁ ଯାଉଛି ।

ୟୁଟ୍ୟୁବ୍ ର ସ୍ଲିପ୍‌ ଫିଚର ୟୁଜରମାନଙ୍କୁ ବହୁତ ସୁବିଧା ଯୋଗାଇବାକୁ ଯାଉଛି । ଏହି ଫିଚର ଆସିବା ପରେ, ଆପଣ ଭିଡିଓ କିମ୍ବା ଗୀତକୁ ଅଟୋମେଟିକ୍‌ ଭାବରେ ବନ୍ଦ କରିପାରିବେ । ୟୁଟ୍ୟୁବ୍‌ର ଅପ୍‌କମିଂ ଫିଚର ସେହି ଲୋକଙ୍କ ପାଇଁ ଅଧିକ ଫାଇଦା ହେବ ଯେଉଁମାନେ ଭିଡିଓ ଦେଖିବା ବେଳେ ପ୍ରାୟତଃ ଶୋଇଥାନ୍ତି ଏବଂ ଏପରି ପରିସ୍ଥିତିରେ ଅଧିକ ଡାଟା ଖର୍ଚ୍ଚ ହୋଇଥାଏ । ତାହେଲେ ଆସନ୍ତୁ ଏହି ବିଷୟରେ ବିଶେଷ ଭାବେ ଜାଣିବା ।

ସେଟ୍ ଟାଇମର୍‌ରେ ବନ୍ଦ ହେବ ଭିଡିଓ :
ତେବେ ୟୁଟ୍ୟୁବରେ ସ୍ଲିପ୍‌ ଫିଚର ଡେସ୍କଟପ୍ ଏବଂ ଟିଭି ପାଇଁ ପୂର୍ବରୁ ଉପଲବ୍ଧ ରହିଛି । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ଆଣିବାକୁ ଯାଉଛି । ସ୍ଲିପ୍‌ ଫିଚର ଆଣ୍ଡ୍ରଏଡରେ ଆସିବା ପରେ, ଆପଣ ଭିଡିଓ ଏବଂ ମ୍ୟୁଜିକ୍ ବନ୍ଦ କରିବାକୁ ଏକ ଟାଇମର୍ ସେଟ୍ କରିବାକୁ ପଡିବ ।

ୟୁଜରଙ୍କୁ ମିଳିବ ନୋଟିଫିକେସନ୍‌ :
ୟୁଜରମାନଙ୍କୁ ଏକ ନୂଆ ଏକ୍ସପିରିଏନ୍ସ ଦେବା ପାଇଁ ୟୁଟ୍ୟୁବ୍ ଅନେକ ନୂଆ ଫିଚର ଆଣିଥାଏ । କିଛି ଦିନ ପୂର୍ବରୁ କମ୍ପାନୀ ୟୁଟ୍ୟୁବରେ ନୋଟ୍ ଫିଚର ତିଆରି କରିଥିଲା, ବର୍ତ୍ତମାନ ସ୍ଲିପ୍‌ ଫିଚର ଆସିବାକୁ ଯାଉଛି । ଟାଇମର୍ ସେଟ୍ କରିବା ପରେ, ଭିଡିଓ ବନ୍ଦ କରିବା ବିଷୟରେ ଆପଣଙ୍କୁ ଟେନ୍‌ସନ୍‌ ରହିବ ନାହିଁ । ଯେପରି ସଠିକ୍‌ ସମୟରେ ଭିଡିଓ ବନ୍ଦ ହୋଇଯିବ ।

ସୂଚନା ଅନୁଯାୟୀ, ୟୁଟ୍ୟୁବ୍ ବର୍ତ୍ତମାନ ଏହି ଫିଚର ଟେଷ୍ଟିଂ କରୁଛି । ଏହି ଅପ୍‌କମିଂ ଫିଚର ଆଣ୍ଡ୍ରଏଡ୍ APK ବଜେନ୍‌ ନମ୍ବର ୧୯.୨୫.୩୩ରେ ଦେଖିବାକୁ ମିଳିବ । ଯେତେବେଳେ ଟାଇମର୍ ସେଟ୍ ହେବ, ଭିଡିଓ ବନ୍ଦ ହେବା ପୂର୍ବରୁ ଆପଣଙ୍କୁ ଏକ ନୋଟିଫିକେସନ୍‌ ମଧ୍ୟ ମିଳିବ । ଯଦି ଆପଣ ଭିଡିଓ ବନ୍ଦ କରିବାକୁ ଚାହୁଁନାହାଁନ୍ତି, ଆପଣ ଏହାକୁ ପୁଣି ସେଟ୍ ମଧ୍ୟ କରିପାରିବେ ।