YouTube ଭାରତୀୟ ୟୁଜରମାନଙ୍କ ପାଇଁ ଲଞ୍ଚ କଲା UPI ପେମେଣ୍ଟ ସିଷ୍ଟମ, ଏମିତି ଆସିବ କାମରେ

ଗୁଗଲ ମାଲିକାନା କମ୍ପାନୀ ୟୁଟ୍ୟୁବ ପେମେଣ୍ଟ ଅପସନ ରୂପେ Unified Payment Interface (UPI) ଆଡ କରିଛି। UPI ସୁବିଧାକୁ ବର୍ତ୍ତମାନ ପେମେଣ୍ଟ ଅପସନ(youtube payment option) ସହିତ ଅତିରିକ୍ତ ରୂପେ ପରିଚିତ କରାଯାଇଛି। ଏହି ନୂଆ ଫିଚର ଜରିଆରେ ୟୁଜରମାନେ ସବସ୍କ୍ରିପଶନ ପାଇଁ ବ୍ୟାଙ୍କ ଆକାଉଣ୍ଟରୁ ସିଧା ପେମେଣ୍ଟ କରିପାରିବେ। ୟୁଟ୍ୟୁବ ପ୍ରିମିୟମ ଏବଂ ୟୁଟ୍ୟୁବ ମ୍ୟୁଜିକ ପ୍ରିମିୟମର ମାସିକ ଓ ତ୍ରୈମାସିକ ସବସ୍କ୍ରିପଶନ ପାଇଁ ୟୁଜରମାନେ UPI ଆପସ ବ୍ୟବହାର କରି ପେମେଣ୍ଟ କରିପାରିବେ।

କୁହାଯାଇଛି କି, UPI ମୋଡ଼କୁ ସୁପରଚାଟ ଏବଂ ଚ୍ୟାନେଲ ଭଳି ଫିଚରଗୁଡିକର ମେମ୍ବରଶିପ ନେବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ, ଯଦ୍ଦ୍ୱାରା ୟୁଜରମାନେ ନିଜ ପସନ୍ଦର ୟୁଟ୍ୟୁବ କ୍ରିଏଟର୍ସଙ୍କ ସହିତ ଯୋଡି ହୋଇ ରହିପାରିବେ। ତେବେ ପେମେଣ୍ଟ ସିଷ୍ଟମ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ୟୁଟ୍ୟୁବ ପ୍ରିମିୟମ ଏବଂ ୟୁଟ୍ୟୁବ ମ୍ୟୁଜିକ ପ୍ରିମିୟମର ସବସ୍କ୍ରିପଶନ ନେବାକୁ ଚାହୁଁଥିବେ।

y

ବାକି ୟୁଟ୍ୟୁବର ଓରିଜିନାଲ ଶୋ’ ଦେଖିବା ପାଇଁ କୌଣସି ପ୍ରକାର ସବସ୍କ୍ରିପଶନର ଆବଶ୍ୟକତା ନାହିଁ। କରୋନା ମହାମାରୀକୁ ନଜରରେ ରଖି କମ୍ପାନୀ ନିଜ ପ୍ଲାଟଫର୍ମରେ ଅନେକ ଓରିଜିନାଲ ଶୋ’କୁ ମାଗଣା କରିଦେଇଛି। ପ୍ରଥମେ ୟୁଟ୍ୟୁବ ଓରିଜିନାଲ କେବଳ ପ୍ରିମିୟମ ୟୁଜରମାନଙ୍କ ପାଇଁ ଥିଲା। କିନ୍ତୁ 8 ଏପ୍ରିଲରୁ ଏହାକୁ ସମସ୍ତଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି।

Leave A Reply

Your email address will not be published.