ଏବେ ଆହୁରି ସୁବିଧା ହେଲା ଟ୍ରାଞ୍ଜାକ୍ସନ, ଭାରତୀୟ ୟୁଜର୍ସଙ୍କ ପାଇଁ ୟୁଟ୍ୟୁବ ଆଣିଲା UPI ପେମେଣ୍ଟ ଫିଚର

ୟୁଟ୍ୟୁବ୍ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଲଞ୍ଚ କରିଛି ଯାହା ହେଉଛି UPI ପେମେଣ୍ଟ । ନୂଆ ଫିଚର ସାହାଯ୍ୟରେ ବର୍ତ୍ତମାନ ୟୁଟ୍ୟୁବ୍ ବ୍ୟବହାରକାରୀମାନେ ସହଜରେ ସୁପରଚେଟ୍, ମୁଭି, ରେଣ୍ଟ ଏବଂ ଅନ୍ୟାନ୍ୟ ଟ୍ରାଞ୍ଜାକ୍ସନ କରିପାରିବେ । ପୂର୍ବରୁ ଲୋକମାନେ କେବଳ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସାହାଯ୍ୟରେ ପେମେଣ୍ଟ କରିପାରୁଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ସାହାଯ୍ୟରେ ସେମାନେ UPI ସହିତ ମଧ୍ୟ ପେମେଣ୍ଟ କରିପାରିବେ । ଉପଭୋକ୍ତାମାନେ ବର୍ତ୍ତମାନ ଏହି ଫିଚର ଦ୍ୱାରା ୟୁଟ୍ୟୁବ୍ ପ୍ରିମିୟମ୍ ଏବଂ ୟୁଟ୍ୟୁବ୍ ମ୍ୟୁଜିକ୍ ସବସ୍କ୍ରିପସନ୍ ପାଇଁ ମଧ୍ୟ ପେମେଂଟ କରିପାରିବେ ।

ୟୁଟ୍ୟୁବ୍ ଘୋଷଣା କରିଛି ଯେ ସମସ୍ତ UPI ଆପ୍ ବର୍ତ୍ତମାନ ନୂତନ UPI ପେମେଂଟ ଅପ୍ସନର ବ୍ୟବହାର କରିପାରିବ । ଏହାକୁ ଏକ ମାସ ଓ 3 ମାସ ପ୍ରିପେଡ୍ ସବସ୍କ୍ରିପସନ୍ ଭାବେ ନିଆଯାଇପାରେ । ଯଦିଓ ୟୁଟ୍ୟୁବ୍ ଏହି ଫିଚର କେବଳ ୟୁଟ୍ୟୁବ୍ ପ୍ରିମିୟମ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କୁ ଦେଇଛି । ଏପରିସ୍ଥଳେ ଯେଉଁମାନେ ୟୁଟ୍ୟୁବ୍ ଅରିଜିନାଲ ଦେଖିବାକୁ ଚାହାଁନ୍ତି ସେମାନଙ୍କୁ ସବସ୍କ୍ରାଇବ କରିବାକୁ ପଡିବ । ୟୁଟ୍ୟୁବ୍ ନିକଟରେ ଏହାର ଅନେକ ଅରିଜିନାଲ ଶୋ ବ୍ୟବହାରକାରୀଙ୍କୁ ମାଗଣାରେ ଦେଇଛି ଯାହାକି ଉର୍ବରୁ କେବଳ ପ୍ରିମିୟମ୍ ଗ୍ରାହକମାନଙ୍କ ପାଇଁ ଥିଲା ।

ଏହାସହିତ ୟୁଟ୍ୟୁବ୍ ବର୍ତ୍ତମାନ ଟିକଟକ୍ ଆପ୍ ପରି ସର୍ଟସରେ କାମ କରୁଛି ଯେଉଁଠାରେ ଉପଭୋକ୍ତାମାନେ ଛୋଟ ଭିଡିଓ ତିଆରି ଏବଂ ଅପଲୋଡ୍ କରିପାରିବେ । ଗୁଗୁଲରେ ବହୁ ସଂଖ୍ୟକ ଲାଇସେନ୍ସ ମ୍ୟୁଜିକ୍ ଅଛି ଯାହା କ୍ରିଏଟର୍ସମାନେ ସେମାନଙ୍କ କଣ୍ଟେଣ୍ଟ ପାଇଁ ବ୍ୟବହାର କରିପାରିବେ ।

Leave A Reply

Your email address will not be published.