YouTube Premium ର ଲାଇଟ୍‌ ଭର୍ସନର ଟେଷ୍ଟିଂ ଆରମ୍ଭ, ପ୍ଲାନ୍‌ ହୋଇଯିବ ଆହୁରି ଶସ୍ତା

ନର୍ମାଲ ୟୁଟ୍ୟୁବ୍‌ରେ ଅନେକ ବିଜ୍ଞାପନ ଦେଖିବାକୁ ମିଳେ। ଏଣୁ କିଛି ଲୋକ ପଇସା ଦେଇ ୟୁଟ୍ୟୁବ୍‌ ପ୍ରିମିୟମ୍‌ର ସବ୍‌ସ୍କ୍ରିପସନ୍‌ ନେଇଥାନ୍ତି। ମାତ୍ର ୟୁଟ୍ୟୁବ୍‌ ପ୍ରିମିୟମ୍‌ ଶସ୍ତା ହୋଇନଥିବାରୁ ଅଧିକାଂଶ ଲୋକ ନର୍ମାଲ ୟୁଟ୍ୟୁବ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଏବେ ଏଥିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି।

ରିପୋର୍ଟ ମୁତାବକ, କମ୍ପାନୀ YouTube Premium Lite ଫିଚରର ଟେଷ୍ଟିଂ ଆରମ୍ଭ କରିଛି। ଏହି ଫିଚର ଲାଗୁ ହେବା ପରେ ୟୁଜର୍ସଙ୍କୁ ଆଡ୍‌ ଫ୍ରି ୟୁଟ୍ୟୁବ୍‌ ଏକ୍ସପେରିଏନ୍ସ ମିଳିବ। କିନ୍ତୁ Lite ରେ ସବୁ ଫିଚର ମିଳିବ ନାହିଁ। ଏଥିରେ ଅଫ୍‌ଲାଇନ୍‌ ଡାଉନ୍‌ଲୋଡ୍‌ସ, ବ୍ୟାକ୍‌ଗ୍ରାଉଣ୍ଡ ପ୍ଲେବ୍ୟାକ୍‌ ଓ ୟୁଟ୍ୟୁବ୍‌ ମ୍ୟୁଜିକ୍‌ ମଧ୍ୟ ମିଳିବ। Lite ରେ ଅଫ୍‌ଲାଇନ୍‌ ଡାଉନ୍‌ ଭଳି ଫିଚର୍ସ ମିଳିବ ନାହିଁ।

କମ୍ପାନୀ କେତେକ ଦେଶରେ YouTube Premium Lite ର ଟେଷ୍ଟିଂ ଆରମ୍ଭ ହୋଇସାରିଛି। ଏହାର ସବ୍‌ସ୍କ୍ରିପସନ୍‌ ପାଇଁ ମାସକୁ ପ୍ରାୟ ୬୧୭ ଟଙ୍କା ଦେବାକୁ ପଡ଼ିବ। ଲାଇଟ୍‌ରେ ୟୁଟ୍ୟୁବ୍‌ ମ୍ୟୁଜିକ୍‌ ଫ୍ରିରେ ମିଳିବ ନାହିଁ। ସୂଚନାନୁଯାୟୀ, କମ୍ପାନୀ YouTube Premium Lite ର ଟେଷ୍ଟିଂ ବେଲ୍‌ଜିୟମ୍‌, ଡେନ୍‌ମାର୍କ, ଫିନ୍‌ଲ୍ୟାଣ୍ଡ, ନାର୍ବୋ, ନେଦରଲ୍ୟାଣ୍ଡ, ସ୍ୱିଡେନ୍‌ ଓ ଲଗଜମବର୍ଗରେ କରୁଛି। ଏହି ତାଲିକାରେ ଭାରତର ନାଁ ନାହିଁ। ଏଣୁ ଭାରତରେ ଏହା କେବେ ଲଞ୍ଚ୍‌ ହେବ ସେ ନେଇ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.