ଟିକ୍‌ଟକ୍‌ ପରେ ଏବେ Youtube Shortsରେ ମାତିଛନ୍ତି ୟୁଜର୍ସ, ପ୍ରତିଦିନ ମିଳୁଛି ୩.୫ ବିଲିୟନ୍‌ ଭ୍ୟୁ

ସର୍ଟ ଭିଡିଓ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ବ୍ୟାନ୍‌ ଲାଗିବା ପରେ ମାର୍କେଟକୁ ଏହାର ବିକଳ୍ପ ଭାବେ ଏକାଧିକ ଆପ୍‌ ଆସିଛନ୍ତି। ଗତ କିଛି ଦିନ ତଳେ ଖବର ଆସିଥିଲା ଯେ ୟୁଟ୍ୟୁବ୍‌ ମଧ୍ୟ ଏକ ସର୍ଟ ଭିଡିଓ ଆପ୍‌ ‘’ଉପରେ କାମ କରୁଛି ଓ କମ୍ପାନୀ ଅଫିସିଆଲି ଏହି ଆପ୍‌ର ଟେଷ୍ଟିଂ ମଧ୍ୟ ଆରମ୍ଭ କରିଦେଇଛି। ତେବେ ବର୍ତ୍ତମାନ ଏହି ଆପ୍‌କୁ ଭାରତୀୟ ବଜାରରେ ଲଞ୍ଚ୍‌ କରାଯାଇଛି ଓ କମ୍ପାନୀ ଖୁବ୍‌ଶୀଘ୍ର ଏହାକୁ ଅନ୍ୟ କେତେକ ଦେଶରେ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଚଳାଇଛି। ସାରା ଦୁନିଆରେ ଲଞ୍ଚ୍‌ ହେବା ପୂର୍ବରୁ ହିଁ ଏହି ଆପ୍‌ ୟୁଜର୍ସଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇଯାଇଛି। ମାତ୍ର ଅଳ୍ପ ଦିନ ମଧ୍ୟରେ ଏହି ଆପ୍‌କୁ ୩.୫ ବିଲିୟନ୍‌ ଡେଲି ଭିୟୁ ମିଳିଛି। ଏଥିରୁ ଅନୁମାନ କରିପାରୁଥିବେ, ଏହି ଆପ୍‌ କେତେ ଲୋକପ୍ରିୟ ହୋଇଛି।

ରିପୋର୍ଟ ମୁତାବକ, ୟୁଟ୍ୟୁବ୍‌ର ସିଇଓ ସୁସନ୍‌ ସୂଚନା ଦେଇଛନ୍ତି ଯେ ୟୁଟ୍ୟୁବ୍‌ର ସର୍ଟ ଭିଡିଓ ଆପ୍‌କୁ ସାରା ବିଶ୍ୱରେ ପ୍ରତିଦିନ ୩.୫ ବିଲିୟନ୍‌ ଲୋକ ବ୍ୟବହାର କରୁଛନ୍ତି। ଏହି ଆପ୍‌କୁ ଆମେ ଚଳିତବର୍ଷ ଆଉ କେତେକ ଦେଶରେ ରୋଲ ଆଉଟ୍‌ କରିବୁ।

ସୂଚନାଯୋଗ୍ୟ ଯେ Youtube Shorts ଆପ୍‌କୁ ଭାରତରେ ଗତବର୍ଷ ସେପ୍ଟେମ୍ବର ମାସରେ ଲଞ୍ଚ୍‌ କରାଯାଇଥିଲା। ଏଥିରେ ୟୁଜର୍ସ ୧୫ ସେକେଣ୍ଡର ଭିଡିଓ ତିଆରି କରି ପୋଷ୍ଟ କରିପାରିବେ। କମ୍ପାନୀ ଖୁବ୍‌ଶୀଘ୍ର ଏହାକୁ ଡାଇରେକ୍ଟ ୟୁଟ୍ୟୁବ୍‌ ସହ ଇଣ୍ଟିଗ୍ରେଟ୍‌ କରିବ। ଫଳରେ ୟୁଜର୍ସମାନେ ୟୁଟ୍ୟୁବ୍‌ରେ ହିଁ ସର୍ଟ ଭିଡିଓ ଦେଖିବା ଓ ଅପ୍‌ଲୋଡ୍‌ କରିବାର ସୁଯୋଗ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.