Zebronics ଲଞ୍ଚ କଲା ସବୁଠାରୁ ଶସ୍ତା ସ୍କ୍ରିନର ଲାପଟପ୍‌, ଜାଣନ୍ତୁ ଦାମ ଏବଂ ଫିଚର୍ସ

Zebronics ଭାରତରେ ୨ଟି ଲାପଟପ୍‌ ଲଞ୍ଚ କରିଛି । ଏହି ୨ଟି ଲାପଟପ୍‌ ଜେବ୍ରୋନିକ୍ସ ପ୍ରୋ ସିରିଜ୍‌ Y ଏବଂ ପ୍ରୋ ସିରିଜ୍‌ Zରେ ଆସୁଛି । ଏହି ଲାପଟପ୍‌ର ଡିଜାଇନ ମଧ୍ୟ ଦମଦାର ରହିଛି ।

Zebronics ଭାରତରେ ୨ଟି ଲାପଟପ୍‌ ଲଞ୍ଚ କରିଛି । ଯାହା ଦମଦାର ଫିଚର୍ସ ସହିତ ଆସୁଛି । ଏହି ୨ଟି ଲାପଟପ୍‌ ଜେବ୍ରୋନିକ୍ସ ପ୍ରୋ ସିରିଜ୍‌ Y ଏବଂ ପ୍ରୋ ସିରିଜ୍‌ Zରେ ଆସୁଛି । ଏହି ଲାପଟପ୍‌ର ଡିଜାଇନ ମଧ୍ୟ ଦମଦାର ରହିଛି । ତେବେ ଆସନ୍ତୁ ଜାଣିବା Zebronics Pro Series Y ଏବଂ Pro Series Zର ଦାମ ଏବଂ ଫିଚର୍ସ । Zebronics ଭାରତରେ ନିଜର ନୂଆ ଲାପଟପ୍‌ ସହିତ ଅନେକ ନୂଆ ଫିଚର୍ସ ଭଳି ସୁବିଧା ଆଣିଛି । ଏଥିରେ ଇଣ୍ଟିଗ୍ରେଟେଡ ଡଲ୍ଵି ଆଟମୋସ୍‌ ସପୋର୍ଟ, ସିଲ୍କ ମେଟାଲ ବଡି, ଇଣ୍ଟେଲ ପ୍ରୋସେସର୍‌, ୱିଣ୍ଡୋଜ୍ ୧୧, ୧୬ ଜିବି ରାମ୍ ଏବଂ ୧ ଟିବି ଷ୍ଟୋରେଜ୍ ସାମିଲ ଅଛି ।

Zebronics Pro Series Y ଏବଂ Pro Series Z ଲାପଟପ୍ ଫ୍ଲିପକାର୍ଟ ଏବଂ ଆମାଜନରେ ମିଳୁଛି । ପ୍ରୋ ସିରିଜ୍ Yର ଦାମ୍‌ ୨୭,୯୯୦ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ପ୍ରୋ ସିରିଜ୍ Zର ଦାମ୍‌ ୩୧,୯୯୦ ଟଙ୍କାରୁ ଆରମ୍ଭ ହେଉଛି । Pro Series Y ସିଲଭର କିମ୍ବା ସେଜ୍ ଗ୍ରୀନ୍ କଲରରେ କିଣା ଯାଇ ପାରିବ, Pro Series Z ସ୍ପେସ୍ ଗ୍ରେ, ମିଡନାଇଟ୍ ବ୍ଲୁ ଏବଂ ବ୍ଲୁ କଲରରେ ଆସୁଛି ।

Zebronics Pro Series Y ପ୍ରିମିୟମ ମେଟାଲିକ ଡିଜାଇନରେ ଆସିଥାଏ । ଏହାର ଓଜନ ମାତ୍ର ୧.୬୭ କେଜି ରହିଛି । ଏହା ୧୫.୬ ଇଞ୍ଚର FHD ଡିସପ୍ଲେ ସହିତ ଆସିଥାଏ । ଏହା ୧୧ ଜେନେରେସନ ଇଣ୍ଟେଲ କୋର i3 କିମ୍ବା i5 ପ୍ରୋସେସର ସହିତ ଆସିଥାଏ, ଯାହା ଶକ୍ତିଶାଳୀ ଡିସପ୍ଲେ ଦେଇଥାଏ । ୧୬ GB RAM ଏବଂ ୫୧୨ GB SSD ଷ୍ଟୋରେଜ୍ ସହିତ ମଲ୍ଟିଟାସ୍କିଂ ଭଳି ସୁବିଧା ଏହି ଲାପଟପରେ ରହିଛି ।

Zebronics Pro Series Y ଏବଂ Pro Series Z ଲାପଟପ୍ ଗୁଡିକରେ ଡୁଆଲ୍-ଡ୍ରାଇଭର ସ୍ପିକର ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ରହିଛି, ଯାହା ମ୍ୟୁଜିକ ଏବଂ ଫିଲ୍ମ ଦେଖିବା ପାଇଁ ଭଲ ହୋଇଥାଏ । ଏହି ଲାପଟପ୍‌ ଗୁଡିକ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ, ତେଣୁ ଆପଣ ଚାର୍ଜ ନକରି ଏହାକୁ ଦିନସାରା ବ୍ୟବହାର କରିପାରିବେ । ଟାଇପ୍-ସି ପୋର୍ଟ ଦ୍ୱାରା ୬୫W ଫାଷ୍ଟ ଚାର୍ଜିଂ ସହିତ ଆପଣ ଲାପଟପ୍‌ର ବ୍ୟାଟେରୀକୁ ଶୀଘ୍ର ବ୍ୟାକଅପ୍ ଚାର୍ଜ କରିପାରିବେ । କନେକ୍ଟିଭିଟି ଅପ୍ସନ ଗୁଡ଼ିକରେ ୱାଇ-ଫାଇ, ବ୍ଲୁଟୁଥ୍ ୫.୦, ମିନି HDMI, ଦୁଇଟି USB ୩.୨ ପୋର୍ଟ ଏବଂ ଏକ ମାଇକ୍ରୋ SD କାର୍ଡ ସ୍ଲଟ୍ ସାମିଲ ଅଛି । ଏହା ଦ୍ୱାରା ଆପଣ ସହଜରେ ଅନ୍ୟ ଡିଭାଇସ୍‌ ଏବଂ ଫାଇଲଗୁଡ଼ିକ କନେକ୍ଟ କରିପାରିବେ ।