ଭାରତୀୟ ମାର୍କେଟରେ ଦୁଇଟି ନୂଆ ଗିମ୍ବଲ ଲଞ୍ଚ କଲା ZHIYUN, ୯ ହଜାରରୁ ଆରମ୍ଭ ହେଉଛି ଦର

କ୍ୟାମେରା ଓ ସ୍ମାର୍ଟଫୋନ ପ୍ରସ୍ତୁତ କରୁଥିବା ବିଶ୍ୱର ସବୁଠୁ ଲୋକପ୍ରିୟ ବ୍ରାଣ୍ଡ ଜିଉନ(ZHIYUN) ଭାରତରେ ଦୁଇଟି ନୂଆ ଗିମ୍ବଲସ, ସ୍ମୁଥ କ୍ୟୁ3 ସମେତ ବିବିଲ ୨ ଲଞ୍ଚ କରିଛି । ଏହି ଗିମ୍ବଲ୍ସ ହେଉଛି କମ୍ପାକ୍ଟ ଫିଚରର ଥ୍ରୀ ଆକ୍ଟିବେଟ ଡ଼ିଭାଇସ । ଯାହାକି ଏକ ରୋଟେଟେବଲ ଫିଲ ଲାଇଟ, ୧୭ ସ୍ମାର୍ଟ ଟେମ୍ପଲେଟ ଠାରୁ ଲେସ । ଏହି ଗିମବଲସ ତିନି ସ୍ତରର ବ୍ରାଇଟନେସ ଆଡ଼ଜଷ୍ଟମେଣ୍ଟ ସହ ୪,୩୦୦ ୱାର୍ମ-ଟୋଣ୍ଡ ଇନ୍ତିଗ୍ରେଟେଡ଼ ଫିଲ ଲାଇଟ ପ୍ରଦାନ କରିଥାଏ । ୧୮୦ ଡିଗ୍ରୀ ଫ୍ରଣ୍ଟ ଓ ରିୟର ଲାଇଟିଙ୍ଗ ପାଇଁ ଟଚ ବଟନ କଣ୍ଟ୍ରୋଲରେ କାମ କରିଥାଏ । ଏହି ଗିମ୍ବଲକୁ ZY Cami ଆପ ସହ ସହଜରେ ବ୍ୟବହାର କରାଯାଇପାରିବ ।

zhiyun

image credit: TechCrunch

ଏହା ବ୍ୟତୀତ ନୂଆ ଫିଚରରେ ଜେସଚର କଣ୍ଟ୍ରୋଲ, ସ୍ମାର୍ଟ ଫଲୋ ୩.୦ ଅବଜେକ୍ଟ ଟ୍ରାକିଙ୍ଗ, ଏକ ଇନସେଣ୍ଟ ଡ଼ଲି ଜୁମ ଓ ମ୍ୟାଜିକ କଲୋନ ପାନୋରମା ସାମିଲ ଅଛି । ଏହି ଗିମ୍ବଲ ଗୁଡିକ ପୂର୍ବାପେକ୍ଷା ହାଲୁକା ହେବା ସହ ଏହାକୁ ଅତି ସହଜରେ ଫୋଲଡ଼ କରିହେବ ଆଉ କେଉଁଠିକି ନବାଆଣିବା ବି କରିଦେବ । ଏହାର ଓଜନ ମାତ୍ର ୩୪୦ ଗ୍ରାମ ଆଉ ଏହା ୨୮୦
ଗ୍ରାମ ଓଜନର ସ୍ମାର୍ଟଫୋନକୁ ସହଜରେ ହ୍ୟାଣ୍ଡଲ କରିପାରେ ।

ଲଞ୍ଚ ହୋଇଥିବା ଗିମ୍ବଲର ଉଚ୍ଚତା ୨.୮୮ଇଞ୍ଚ ହେବା ସହ ଫ୍ଲିପ ଆଉଟ ଏଚ୍ଡି ଟଚସ୍କ୍ରୀନକୁ ଫୁଲ କ୍ୟାମେରା ସହ ସପୋର୍ଟ କରିଥାଏ । ବିବିଲ ୨ କୁ ମେନଷ୍ଟ୍ରିମ ମିୟରଲେସ ଓ ଡ଼ିଏସଏଲଆର କ୍ୟାମେରା ପାଇଁ ତଥା ଲେନ୍ସ ପାଇଁ ଡ଼ିଜାଇନ କରାଯାଇଛି । ଏହି ଦୁଇ ପ୍ରଡକ୍ଟ ଭାରତର ସମସ୍ତ ପ୍ରମୁଖ ଇ-କମର୍ସ ୱେବସାଇଟ ଯେମିତିକି ଆମାଜନ, ଫ୍ଲିପକ୍ୱାର୍ଟ ସହ ସମସ୍ତ ପ୍ରମୁଖ କ୍ୟାମେରା ଷ୍ଟୋର ଗୁଡିକରେ ଉପଲବ୍ଧ ହେବ । ଏହି ଦୁଇଟି ସହ ଏକ ବର୍ଷର ପାର୍ଟସ ରିପ୍ଲେସମେଣ୍ଟ ୱାରେଣ୍ଟି ମିଳିଥାଏ ।

Leave A Reply

Your email address will not be published.