ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର, ଭାରତରେ ଲଞ୍ଚ୍‌ ହେଲା ୫୦ ଓ୍ଵାଟ୍‌ର ଟ୍ରଲି ସ୍ପିକର

ଇଲେକ୍ଟୋନିକ୍‌ କମ୍ପାନୀ ଜୁକ୍‌(ZOOOK) ଭାରତୀୟ ବଜାରରେ ନୂଆ ବ୍ଲୁ-ଟୁଥ୍‌ ଟ୍ରଲି ସ୍ପିକର (Rocker Thunder XL) ଲଞ୍ଚ୍‌ କରିଛି। ଏଥିରେ ୫୦ ଓ୍ଵାଟ୍‌ର ସ୍ପିକର ରହିଛି। ଗୀତ ପ୍ରେମୀଙ୍କ ପାଇଁ ଏଥିରେ ୱେୟାରଲେସ୍‌ ମାଇକ ଏବଂ କେରିଓକେ ମଧ୍ୟ ଦିଆଯାଇଛି। ରକର ଥଣ୍ଡର ଏକ୍ସଏଲ୍‌ରେ ବ୍ଲୁଟୁଥ୍‌(V4.2) ଦିଆଯାଇଛି। ଏଥିସହ ୟୁଏସ୍‌ବି ଏବଂ ମେମୋରୀ କାର୍ଡ ରିଡର ସ୍ଲଟ୍‌ ମଧ୍ୟ ରହିଛି।

ପାର୍ଟି କିମ୍ବା ଉତ୍ସବ ପାଇଁ ଏଥିରେ ଡିଜେ ଲାଇଟ୍‌ ସୁବିଧା ଦିଆଯାଇଛି। Rocker Thunder XL ସ୍ପିକରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାକୁ ବକ୍ସରେ ଚକା ଲାଗିଛି। ଉନ୍ନତମାନର ମ୍ୟୁଜିକ ପାଇଁ ଏଥିରେ ମାନୁଆଲ ଇକୋ, ବେସ୍‌ ଏବଂ ଭଲ୍ୟୁମ୍‌ କଣ୍ଟ୍ରୋଲର ବିକଳ୍ପ ଦିଆଯାଇଛି।

ଏହାର ବ୍ୟାଟେରୀ ବ୍ୟାକ୍‌ଅପ୍‌ ୬ ଘଣ୍ଟା ହୋଇଥିବା କମ୍ପାନୀ ତରଫରୁ ଦାବି କରାଯାଇଛି। ଏହା ସହ ମିଳୁଥିବା ରିମୋଟ୍‌ ମାଧ୍ୟମରେ ଡିଜେ ଲାଇଟ୍‌ ଏବଂ ଭଲ୍ୟୁମ୍‌କୁ କଣ୍ଟ୍ରୋଲ୍‌ କରିହେବ। ଏହି ସ୍ପିକରକୁ ଆଇଓଏଲ୍‌ ଏବଂ ଆଣ୍ଡ୍ରଏଡ୍‌ ଉଭୟ ଡିଭାଇସ୍‌ ଦ୍ୱାରା କଣ୍ଟ୍ରୋଲ କରାଯାଇପାରିବ। Rocker Thunder XL ର ଦାମ୍‌ ୪,୯୯୯ଟଙ୍କା ରହିଛି।

ଏହାସହ ପଢନ୍ତୁ: ଫୋନ୍‌ ଗ୍ୟାଲେରୀରୁ Whatsappର ଫଟୋ ଲୁଚାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ZOOOK ଭାରତରେ ଏକ ନୂଆ ବ୍ଲୁ-ଟୁଥ୍‌ ହେଡଫୋନ୍‌ JAZZ DUO ଲଞ୍ଚ୍‌ କରିଥିଲା। ସେଥିରେ ବ୍ଲୁ-ଟୁଥ୍‌ ସ୍ପିକର ମଧ୍ୟ ରହିଥିଲା। JAZZ DUO ରେ ହେଡ୍‌ଫୋନ୍‌ରେ ହିଁ ଗ୍ରାହକ ବ୍ଲୁ-ଟୁଥ୍‌ର ମଜା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.