ZTE ଲଞ୍ଚ କଲା ନୂଆ ସ୍ମାର୍ଟଫୋନ, ମିଳିବ ୫୧୦୦mAh ବ୍ୟାଟେରୀ ପର୍ଯ୍ୟନ୍ତର ସୁବିଧା

ZTE ପକ୍ଷରୁ ବ୍ଲେଡ ବି ସିରିଜର ନୂଆ ଫୋନ ZTE Blade V 40 Proକୁ ଲଞ୍ଚ କରାଯାଇଛି । ମେକ୍ସିକୋରେ ଏହି ଫୋନକୁ ଲଞ୍ଚ କରାଯାଇଛି । ZTE Blade V 40 Pro ସହ ଏକ ୬.୬୭
ଇଞ୍ଚର ଏମୋଲେଡ଼ ଡିଷ୍ପ୍ଲେ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ଫୁଲ DCI-P3 ୱାଇଡ଼ କଲର ଗାମେଟ ଦିଆଯାଇଛି । ଯେବେକି ଡିଷ୍ପ୍ଲେ ଆସପେକ୍ଟ ରେସିଓ ୨୦:୯ ରହିଛି । ଏହି ଫୋନ ସହିତ 65W ର ଫାଷ୍ଟ ଚାରଜିଙ୍ଗ ବି ଦିଆଯାଇଛି ।

ZTE Blade V 40 Proର ବଜାର ବଜାର ମୂଲ୍ୟ କମ୍ପାନୀ ପକ୍ଷରୁ ୭,୪୯୯ କ୍ସିକନ ବା ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୨୯ ହଜାର ଟଙ୍କା ରଖାଯାଇଥିବା ଜଣାଯାଇଛି । ମେକ୍ସିକୋରେ ଫୋନର ବିକ୍ରି ୬ ଜିବି ରାମ ତଥା ୧୨୮ ଜିବି ଷ୍ଟୋରେଜ ସହ ଆରମ୍ଭ ହୋଇଯାଇଛି । ZTE Blade V 40 Proକୁ ଡ଼ାର୍କ ଗ୍ରୀନ ବ୍ୟତୀତ ଇରିଡ଼ିସେଣ୍ଟ ହ୍ୱାଇଟ କଲରରେ କିଣା ଯାଇପାରିବ । ZTE Blade V 40 Proରେ ୬.୬୭ ଇଞ୍ଚର ଏମୋଲେଡ ଡିଷ୍ପ୍ଲେ ରହିଛି । ଏହାର ଏକ ପଞ୍ଚହୋଲ ବି ରହିଛି । ଏହି ପଞ୍ଚହୋଲରେ ଫ୍ରଣ୍ଟ କ୍ୟାମେରା ସୁବିଧା ରହିଛି । ZTE Blade V 40 Proରେ ଆଣ୍ଡ୍ରଏଡ଼ 11ର ସୁବିଧା ମିଳିବ । ZTE Blade V 40 Proରେ Unisoc T618 ପ୍ରୋସେସର ସହ ୬ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ରହିଛି ।

କ୍ୟାମେରା ଦୃଷ୍ଟିରୁ ଦେଖିଲେ ZTE Blade V 40 Pro ସେଟରେ ତିନି ତିନିଟି ରିୟର କ୍ୟାମେରା ରହିଛି । ଯେଉଁଥିରେ ପ୍ରାଇମେରୀ ଲେନ୍ସ ୬୪ ମେଗାପିକ୍ଷଲ ରହିଛି । ଦ୍ଵିତୀୟ ଲେନ୍ସ ୫ ମେଗାପିକସଲ ତଥା ତୃତୀୟ ଲେନ୍ସ ୨ ମେଗାପିକସଲ ବିଶିଷ୍ଟ । ଫ୍ରଣ୍ଟରେ ସେଲ୍ଫି ପାଇଁ ୧୬ ମେଗାପିକସଲ କ୍ୟାମେରା ରହିଛି । ଏଥିରେ 5100mAh ବ୍ୟାଟେରୀ ଦିଆଯାଇଛି ଯେଉଁଥିରେ ୬୫ୱାଟ ଫାଷ୍ଟ ଚାରଜିଙ୍ଗ ସୁବିଧା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.