Odisha News
.

ମନ୍ଦିରର ଅଦ୍ଭୂତ ରହସ୍ଯ : ସାତ ଦିନ ପୂର୍ବରୁ କରିଦିଏ ଭବିଷ୍ଯତବାଣୀ

ଭାରତ ଅନେକ ରହସ୍ୟମୟ କାହଣୀରେ ପରିପୂର୍ଣ୍ଣ । ଯେଉଁ କାହାଣୀ ଆଜି କେବଳ ଚର୍ଚ୍ଚାର ବିଷୟ ହୋଇ ରହିଯାଇଛି । ହେଲେ ରହସ୍ୟର ଏହି ଗଣ୍ଠିକୁ ଖୋଲିବା ସମ୍ଭବପର ହୋଇପାରିନାହିଁ । ଏମିତି ଏକ ରହସ୍ୟମୟ କାହାଣୀ ହେଉଛି ଉତ୍ତରପ୍ରଦେଶରେ ଥିବା ଜଗନ୍ନାଥ ମନ୍ଦିର। କାନପୁର ଜନପଦରେ ଅବସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ଏହି ମନ୍ଦିର କହିପାରେ କେବେ ହେବ ବର୍ଷା ।

ଆଜ୍ଞା ହଁ , ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିବା ଏହି ଘଟଣାଟି ସତ । ଏହା କିପରି ହେଉଛି ତାର କାରଣ ମଧ୍ୟ ଆଜି ଯାଏଁ ବୈଜ୍ଞାନିକ ଜାଣି ପାରିନାହାନ୍ତି। ଏହି ରହସ୍ଯ ସମ୍ପର୍କରେ ଲୋକମାନେ ଜାଣିବାକୁ ବହୁତ ଚେଷ୍ଟା କରୁଥିଲେ ମଧ୍ୟ ଆଜିଯାଏ ଏହାର ରହସ୍ଯ  ଉପରୁ କେହି ପରଦା ଉଠାଇ ପାରିନାହାଁନ୍ତି।

ବର୍ଷା ହେବାର ୭ ଦିନ ପୂର୍ବରୁ ଜଣା ପଡିଯାଏ  

ଏହି ଜଗନ୍ନାଥ ମନ୍ଦିର ଛାତରେ ବର୍ଷା ହେବା ପୂର୍ବରୁ ପାଣି ପଡ଼ିବା ଆରମ୍ଭ ହୋଇଥାଏ। ଏହାର ବିଶେଷତ୍ବ ହେଉଛି  ଯେ ପଡୁଥିବା ପାଣି ବିନ୍ଦୁ ମଧ୍ୟ ସେହି ଆକାରରେ ହୋଇଥାଏ,ଯେଉଁ ଆକାରର ବର୍ଷାବୁନ୍ଦା ହେବ। ବହୁତ ଅନୁସନ୍ଧାନ ପରେ ମଧ୍ୟ ଏହି ବିସ୍ମୟ ଆଗରେ ଫେଲ୍ ମାରିଯାଇଛନ୍ତି ବୈଜ୍ଞାନିକ ।

କେବଳ ଏତିକି ଜଣାପଡିଛିଯେ ମନ୍ଦିରର ଅନ୍ତିମ ଜୀର୍ଣ୍ଣୋଦ୍ବାର ୧୧ ବିଂଶରେ ହୋଇଥିଲା। ଏହାପରେ କେବେ ଏବଂ କେତେ ଜୀର୍ଣ୍ଣୋଦ୍ବାର ହୋଇଛି ଏବଂ ଏହାର ନିର୍ମାଣ କିଏ କରିଛନ୍ତି ଆଦି ତଥ୍ଯ ଆଜି ବି ରହସ୍ଯ । କିନ୍ତୁ ବର୍ଷା ହେବା ପୂର୍ବରୁ ଚାଷୀ ମାନେ ବର୍ଷାର ସୂଚନା ପାଇ ନିଜ ଚାଷ କାର୍ଯ୍ଯ ଶେଷ କରିଦିଅନ୍ତି। ଏହା ଦ୍ବାରା ଚାଷୀ ମାନଙ୍କୁ ସାହାଯ୍ଯ ମିଳିଥାଏ। ଏହି ମନ୍ଦିର ଜନପଦର ଭିତରଗାଁ ବିକାଶଖଣ୍ଡ ମୁଖ୍ଯାଳୟରୁ ତିନି କିଲୋମିଟରର ବେହଁଟା ଗ୍ରାମରେ ଅବସ୍ଥିତ।

ମନ୍ଦିରର ଦ୍ବାର ୧୪ ଫୁଟ ଓସାର

ମନ୍ଦିରରେ ଭଗବାନ ଜଗନ୍ନାଥ,ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କର କଳା ଚିକ୍କଣ ପଥର ମୂର୍ତ୍ତି ସ୍ଥାପିତ କରାଯାଇଛି। ସେହିପରି ସୂର୍ଯ୍ଯ ଏବଂ ପଦ୍ମନାଭମ୍ ଭଗବାନଙ୍କ ମୂର୍ତ୍ତି ମଧ୍ୟ ରହିଛି । ମନ୍ଦିରର ଦ୍ବାର ୧୪ଫୁଟ ଓସାର । ମନ୍ଦିରଟି ପ୍ରତ୍ନତତ୍ବ ବିଭାଗର ଅଧିନରେ ଅଛି। ଏହି ମନ୍ଦିରର ରଥଯାତ୍ରା ଠିକ୍ ଓଡିଶାରେ ହେଉଥିବା ରଥଯାତ୍ରା ଭଳି ।  ମୌସୁମୀ ବର୍ଷାର ଗୋଟେ ସପ୍ତାହ ପୁର୍ବରୁ ମନ୍ଦିରର ଗର୍ଭଗୃହ ଛାତରେ ଲାଗିଥିବା ମୌସୁମୀ ପଥରରୁ ଘନାତ୍ବାକାରର ପାଣି ବିନ୍ଦୁ ପଡିବାକୁ ଲାଗିଥାଏ,ଯେଉଁଭଳି ବର୍ଷା ହୋଇଥାଏ । ଯେମିତି ବର୍ଷା ଆରମ୍ଭ ହୋଇଥାଏ ସେହି ପଥର ଅଚାନକ  ସୁଖି ଯାଇଥାଏ।

ମନ୍ଦିରର ଆକାର ବୌଦ୍ଧ ମନ୍ଦିର ଭଳି

ମନ୍ଦିରର ପୂଜାରୀଙ୍କ କହିବାନୁଯାୟୀ କେତେ ଥର ପ୍ରତ୍ନତତ୍ବ ବିଭାଗ ଏବଂ ଆଇଆଇଟିର ବୈଜ୍ଞାନିକ ଆସି ଯାଞ୍ଚ କରିଛନ୍ତି ।  କିନ୍ତୁ ନା ଏହି ମନ୍ଦିରର ବାସ୍ତବିକ୍  ନିର୍ମାଣ ସମ୍ପର୍କରେ ଜାଣିପାରିଲେ ନା ଜାଣି ପାରିଲେ ମନ୍ଦିରରେ ପଡୁଥିବା ପାଣିର କାହାଣୀ।

ଏହି ମନ୍ଦିର ବୌଦ୍ଧ ମଠ ଭଳି ଦେଖାଯାଇଥାଏ। ଯାହା ଅଶୋକଙ୍କ ଦ୍ବାରା ନିର୍ମିତ  ବୋଲି କୁହାଯାଏ। ସେହିଭଳି ବାହାରେ ମୟୁରର ଚିତ୍ର ଏବଂ ଚକ୍ର ହୋଇଥିବା ହେତୁ ଚକ୍ରବର୍ତ୍ତୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ନିର୍ମାଣ ହୋଇଥିବା ସନ୍ଦେହ କରାଯାଇଥାଏ।

Leave A Reply

Your email address will not be published.