Sabuthi Sabubele Hata Muthare Khabar

କ୍ୟାମେରାରେ କଏଦ ହେଲା ମୂଷାଙ୍କ ଲଢ଼େଇ, ସୁନ୍ଦର ଫଟୋଗ୍ରାଫି ପାଇଁ ଫଟୋଗ୍ରାଫରଙ୍କୁ ମିଳିଲା ଶ୍ରେଷ୍ଠ ପୁରସ୍କାର

ମୂଷାଙ୍କୁ କେବେ ଲଢ଼ୁଥିବାର ଦେଖିଛନ୍ତି କି? ବୋଧହୁଏ ନା, କାରଣ ଏହା କ୍ୱଚିତ୍‌ ନଜରକୁ ଆସିଥାଏ। ତେବେ ଜଣେ ଫଟୋଗ୍ରାଫର ଦୁଇଟି ମୂଷା ଲଢ଼ୁଥିବା ବେଳର ଦୃଶ୍ୟକୁ ଏତେ ସୁନ୍ଦର ଭାବେ କ୍ୟାମେରାରେ କଏଦ କରିଛନ୍ତି ଯେ ଆପଣ ବି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି।

ସବୁଠାରୁ ବଡ଼ କଥା ହେଲା, ଖାସ୍‌ ଏହି ଫଟୋଗ୍ରାଫି ପାଇଁ ତାଙ୍କୁ Wildlife Photographer of the Year ପୁରସ୍କାର ମିଳିଛି। ଏହି ଫଟୋ ଲଣ୍ଡନର ଅଣ୍ଡରଗ୍ରାଉଣ୍ଡ ଷ୍ଟେଶନର। ଦୁଇଟି ମୂଷା ଖାଦ୍ୟ ଖାଇବା ପାଇଁ ଲଢ଼ୁଥିବା ବେଳେ ଫଟୋଗ୍ରାଫର ଦୂରରୁ ଥାଇ ଫଟୋ କ୍ଲିକ୍‌ କରିଥିଲେ।

22

Sam Rowley ନାମକ ଫଟୋଗ୍ରାଫର ଏହି ଫଟୋକୁ ପରଫେକ୍ଟ ଟାଇମ୍‌ରେ କ୍ୟାପ୍‌ଚର କରିଛନ୍ତି। ଫଟୋଟି Lumix People’s Choice Award ପାଇଁ ମଧ୍ୟ ମନୋନୀତ ହୋଇଛି। ଏଥିରେ ସ୍ଥାନ ପାଇବା ପାଇଁ ୪୮,୦୦୦ ଲୋକ ଫଟୋ ପଠାଇଥିଲେ, ଯାହା ମଧ୍ୟରୁ ଏହି ଫଟୋଟି ‘ବେଷ୍ଟ୍‍ ୨୫’ରେ ସ୍ଥାନ ପାଇଥିଲା।

Leave A Reply

Your email address will not be published.