ଏହି ମନ୍ଦିରରେ ମାତା ପାର୍ବତୀ ଓ ଭଗବାନ ଶିବଙ୍କର ପ୍ରତିବର୍ଷ ହୋଇଥାଏ ଅପୂର୍ବ ମିଳନ, ଜାଣନ୍ତୁ ଏହାର ମାହାତ୍ମ୍ୟ

ଦେଶ ଦୁନିଆରେ ଭଗବାନ ଶିବଙ୍କର ଅନେକ ମନ୍ଦିର ରହିଛି । ଯେଉଁଠି ସମୟ ସମୟରେ ଚମତ୍କାରିତା ଦେଖିବାକୁ ମିଳିଥାଏ । ଅନ୍ୟ କିଛି ମନ୍ଦିର ଏମିତି ଅଛି ଯେଉଁଠି ପ୍ରିତିଦିନ କିଛି ନା କିଛି ଚମତ୍କାରିତା ଘଟିଥାଏ । ହିମାଚଳପ୍ରଦେଶରେ ଅନେକ ପ୍ରାଚୀନ ମନ୍ଦିର ରହିଛି । ଏହାସହ ଅନେକ ଧାର୍ମିକ ସ୍ଥଳ ମଧ୍ୟ ଅଛି । ଏଥିମଧ୍ୟରୁ କଙ୍ଗଡ଼ା ଜିଲ୍ଲାରେ ଏକ ବହୁ ପ୍ରାଚୀନ ମନ୍ଦିର ରହିଛି । ଏହି ମନ୍ଦିରରେ ସ୍ୱୟଂ ଅର୍ଦ୍ଧନାରେଶ୍ୱର ଶିବଲିଙ୍ଗଙ୍କୁ ପୂଜା କରାଯାଇଥାଏ । ଏହି ମନ୍ଦିର କାଠଗଡ଼ ମନ୍ଦିର ନାମରେ ପରିଚିତ ।

ଶିବ ପୁରାଣ ଅନୁଯାୟୀ, ଏକଦା ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ମଧ୍ୟରେ ବଡ଼ ହେବାକୁ ନେଇ ମତଭେଦ ହୋଇଥିଲା । ଏହାକୁ ଭଗବାନ ଶିବ ଦୂରରୁ ରହି ଦେଖୁଥିଲେ । ଏହି ମତଭେଦକୁ ରୋକିବା ପାଇଁ ଭଗବାନ ଶଙ୍କର ଶେଷରେ ମହାଗ୍ନି ତୁଲ୍ୟ ସ୍ତମ୍ଭ ରୂପରେ ପ୍ରକଟ ହେଲେ । ଏହି ସ୍ତମ୍ଭକୁ କାଠଗଡ଼ ମନ୍ଦିରରେ ସ୍ଥିତ ମହାଦେବଙ୍କ ବିରାଜମାନ ଶିବଲିଙ୍ଗ ସହ ତୁଳନା କରାଯାଇଛି ।

99999
pc: patrika

ମାନତ୍ୟା ଅନୁଯାୟୀ ଏଠାରେ ଦୁଇ ଭାଗରେ ବିଭାଜିତ ହୋଇଥିବା ଶିବଲିଙ୍ଗ ଗ୍ରହ, ନକ୍ଷତ୍ର ଅନୁଯାୟୀ କମିଥାଏ ଓ ବଢ଼ିଥାଏ । ଏହାସହ ପବିତ୍ର ଶିବରାତ୍ରିରେ ଶିବଲିଙ୍ଗର ଏହି ଦୁଇ ଭାଗ ଏକାଠି ହୋଇଯାଆନ୍ତି । ପରେ ଅର୍ଦ୍ଧ ନାରେଶ୍ୱର ରୂପେ ଶିବଲିଙ୍ଗକୁ ପୂଜା କରାଯାଏ । ଏହାର ଛୋଟ ଭାଗ ମାତା ପାର୍ବତୀ ଓ ବଡ଼ ଭାଗ ଭଗବାନ ଶିବଙ୍କ ରୂପରେ ପୂଜା କରାଯାଏ ।

ଏହା ବିଶ୍ୱର ଏମିତି ଏକ ମନ୍ଦିର ଯେଉଁଠି ଶିବଲିଙ୍ଗ ଦୁଇ ଭାଗରେ ରହି ପୂଜା ପାଉଛନ୍ତି । ଗ୍ରୀଷ୍ମ ଋତୁରେ ଏହି ସ୍ୱରୂପ ୨ ଭାଗ ହୋଇଯାଉଥିବା ବେଳେ ଶୀତ ଋତୁରେ ପୁଣି ଏକାଠି ହୋଇଯାଆନ୍ତି ।

Leave A Reply

Your email address will not be published.