Odisha News

ବଡ଼ ଉଦାହରଣ: କେବଳ ଜଣେ ହିଁ ଛାତ୍ରୀଙ୍କ ପାଇଁ ପ୍ରତିଦିନ ଖୋଲୁଛି ଏହି ସ୍କୁଲ, ରନ୍ଧାଯାଉଛି ମଧ୍ୟାହ୍ନ ଭୋଜନ

କେବଳ ଜଣେ ପିଲାକୁ ନେଇ ସ୍କୁଲ ଚାଲୁଥିବାର କେବେ ଆପଣ ଶୁଣିଛନ୍ତି କି? ନୁହେଁ ନା, କିନ୍ତୁ ଏମିତି ଏକ ସ୍କୁଲ ରହିଛି ବିହାରରେ, ଯେଉଁଠି ପଢ଼ୁଛି ମାତ୍ର ଜଣେ ହଁ ଛାତ୍ରୀ। ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ଗୟାଠାରୁ ୨୦ କିଲୋମିଟର ଦୂର ମନସା ବିଗହାରେ ଏହି ସରକାରୀ ସ୍କୁଲ ରହିଛି। ଏଠାକୁ ପ୍ରତ୍ୟେକ ଦିନ ଜଣେ ହିଁ ଛାତ୍ରୀ ପାଠ ପଢ଼ିବା ପାଇଁ ଆସୁଛନ୍ତି। ସେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଛାତ୍ରୀଙ୍କ ନାଁ ଜାହ୍ନବୀ କୁମାର। ଏପରି କି, ପ୍ରତ୍ୟେକ ଦିନ ୨ଜଣ ଶିକ୍ଷକ ମଧ୍ୟ ତାଙ୍କୁ ପଢ଼େଇବା ପାଇଁ ପହଞ୍ଚିଥାଆନ୍ତି।

bi2

ମନସା ବିଗହାରେ ଅନ୍ୟ ପିଲାମାନେ ବି ପାଠ ପଢ଼ନ୍ତି। କିନ୍ତୁ ସେମାନେ ଏହି ସ୍କୁଲରେ ନୁହେଁ, ବରଂ ଖିଜରସରାୟ ସ୍କୁଲକୁ ଚାଲିଯାଆନ୍ତି। ଗାଁରେ ୩୫ ପରିବାର ରୁହନ୍ତି। ଏଠାକାର ସରକାରୀ ସ୍କୁଲକୁ କେବଳ ଜାହ୍ନବୀ ହିଁ ଯାଉଛନ୍ତି।

ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରତିଦିନ ଜାହ୍ନବୀଙ୍କ ପାଇଁ ସ୍କୁଲରେ ଭୋଜନ ବି ପ୍ରସ୍ତୁତ କରାଯାଇଥାଏ। ସ୍କୁଲରେ ୪ଟି କୋଠରୀ ରହିଛି। ପ୍ରଧାନ ଶିକ୍ଷକ ସତ୍ୟେନ୍ଦ୍ର ପ୍ରସାଦଙ୍କ କହିବା ହେଲା, ସେ ଅଞ୍ଚଳର ଲୋକମାନଙ୍କ ପାଖକୁ ଯାଇ ଏହି ସ୍କୁଲରେ ନିଜ ପିଲାମାନଙ୍କୁ ପାଠ ପଢ଼େଇବା ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି।

abc

ଅଧିକ ପିଲା ଘରୋଇ ବିଦ୍ୟାଳୟ ଯାଉଛନ୍ତି

ସତ୍ୟେନ୍ଦ୍ର ପ୍ରସାଦ କହିଥିଲେ ଯେ ସ୍କୁଲରେ ମୋଟ ୯ଜଣ ପିଲା ନାମ ଲେଖାଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ଜାହ୍ନବୀ ହିଁ ପଢ଼ିବା ପାଇଁ ଆସୁଛନ୍ତି। ଅଧିକରୁ ଅଧିକ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ୧ କିଲୋମିଟର ଦୂର ଘରୋଇ ବିଦ୍ୟାଳୟ ପଠାଉଛନ୍ତି। ପାଠପଢ଼ା ପ୍ରତି ଜାହ୍ନବୀଙ୍କ ଆଗ୍ରହ ଏବଂ ଶିକ୍ଷକମାନଙ୍କ ପରିଶ୍ରମ କହୁଛି, ଛାତ୍ର ଯେତେ ସଂଖ୍ୟକ ହୁଅନ୍ତୁ ନା କାହିଁକି ଏହି ସ୍କୁଲ ଶିକ୍ଷାଦାନ କ୍ଷେତ୍ରରେ ସବୁବେଳେ ଆଗରେ ରହିଥିବ।

Loading...

Leave A Reply

Your email address will not be published.