Odisha News
.

୨୫ ବର୍ଷ ପୂର୍ବରୁ ସାଇକେଲ ଗିଫ୍ଟ କରିଥିବା ଲୋକକୁ ଇଣ୍ଟରନେଟରେ ଖୋଜି ବାହାର କଲେ ମହିଳା

କାହାଣୀ ଆରମ୍ଭ ହେଉଛି ଏଇଠୁ

ମେବାନ ନାମକ ଜଣେ ଟ୍ୱିଟର ୟୁଜର ନିଜ ଟ୍ୱଇଟରେ ଲେଖିଥିଲେ “ହାଏ ଇଣ୍ଟରନେଟ । ୯୦ଦଶକର କଥା । ମୁଁ ରିଫ୍ୟୁଜି କ୍ୟାମ୍ପରେ ଥିଲି ସେତେବେଳେ ମୋତେ ମାତ୍ର ୫ ବର୍ଷ । ଏହି ବ୍ୟକ୍ତି ଯିଏକି ନେଦରଲ୍ୟାଣ୍ଡର zwolleରେ ଏକ ରିଫ୍ୟୁଜି କ୍ୟାମ୍ପରେ କାମ କରୁଥିଲେ । ସେ ମୋତେ ଖୁସି କରିବା ପାଇଁ ଏକ ସାଇକେଲ ଆଣିଦେଇଥିଲେ । ମୁଁ ତାଙ୍କ ନାମ ଜାଣିବାକୁ ଚାଁହୁଛି ସାହାଯ୍ୟ କର” ।

ଲୋକାଲ ନ୍ୟୁଜ ପର୍ଯ୍ୟନ୍ତ ପହଂଚିଗଲା କଥା

ସାରା ଦୁନିଆ ଲାଗି ପଡିଲା ସେହି ବ୍ୟକ୍ତିଙ୍କୁ ଖୋଜିବାରେ । ସେ ପୁଣି ଲେଖିଲେ “ଦୁଇ ଘଂଟାରେ ୫୦୦ରୁ ଅଧିକ ରିଟ୍ୱିଟ । ଏକ ଲୋକାଲ ନ୍ୟୁଜ ରେ ଖବର ମଧ୍ୟ ଛପାଗଲା । ଧନ୍ୟବାଦ । ଦୁନିଆ ବହୁତ ବଡ ଅଟେ କିନ୍ତୁ ବେଳେବେଳେ ଏହା ବହୁତ ଛୋଟ ଏବଂ ପ୍ରେମରେ ଭରା ଲାଗିଥାଏ । ଥ୍ୟାଙ୍କ ୟୁ” ।

ପାଞ୍ଚ ବର୍ଷ ବୟସରେ ଏମିତି ଥିଲି ମୁଁ’

ସାହାଯ୍ୟ କରିବାକୁ ଆସିଲା ବିବିସି

ଏପରିକି ବିବିସି ମଧ୍ୟ ତାଙ୍କ ଉପରେ ଷ୍ଟୋରି ବନାଇଦେଲା

ଶେଷରେ ସେ ମିଳିଗଲେ


ସେ ଲେଖିଛନ୍ତି “ମୋତେ ସେ ମିଳିଗଲେ । ୩୦୦୦ ରିଟ୍ୱିଟ ପରେ, ୩ ନ୍ୟୁଜ ଆର୍ଟିକିଲସ, ଗୋଟିଏ ଭିଡିଓ ଏବଂ ହଜାର ହଜାର ପ୍ୟାର ଭରା ବାର୍ତ୍ତା ପରେ ତାଙ୍କ ସହ ସମ୍ପର୍କ ହୋଇପାରିଲା । ଫ୍ରେଣ୍ଡସ ମୁଁ ଜାଣିଛି ଇଣ୍ଟରନେଟ ଗ୍ରେଟ, କିନ୍ତୁ ଏହା କିଛି ସ୍ୱତନ୍ତ୍ର ଅଟେ ।

ଅନ୍ୟ ଲୋକମାନେ ମଧ୍ୟ କରିଥିଲେ ସାହାଯ୍ୟ

ମେଵାନ ଆଗକୁ କହିଥିଲେ ଯେ ସେହି ରିଫ୍ୟୁଜି କ୍ୟାମ୍ପରେ ରହୁଥିବା ଅନ୍ୟ ଲୋକମାନଙ୍କ ସହିତ ମଧ୍ୟ ସମ୍ପର୍କ କରିଥିଲେ । ସେହି ଲୋକମାନେ କହିଥିଲେ କି ଏହି ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ସେମାନଙ୍କୁ ମଧ୍ୟ ବହୁତ ସାହାଯ୍ୟ କରିଥିଲେ । ଏମିତିକି ଜଣେ ମହିଳା କହିଥିଲେ ଯେ, ସେମାନେ ତାଙ୍କୁ ନିଜ ପରିବାର ବୋଲି ଭାବୁଥିଲେ ।

ମୁଁ ତାଙ୍କୁ ଦେଖା କରିବାକୁ ଯାଉଛି

ମୁଁ ତାଙ୍କ ପାଇଁ କେଉଁ କାର୍ଡ ନେବି ?

‘ଓଃ ମିଳିଗଲା’

ଏ ହେଉଛନ୍ତି ସେହି ବ୍ୟକ୍ତି

ମେଵାନ ନିଜର ଏବଂ ସେହି ବ୍ୟକ୍ତିଙ୍କର ଫଟୋ ସେୟାର କରିଥିଲେ । କ୍ୟାପ୍ସନରେ ସେ ଲେଖିଥିଲେ “ଏ ହେଉଛନ୍ତି ଏଗବର୍ଟ । ୯୦ଦଶକରେ ସେ ରିଫ୍ୟୁଜି କ୍ୟାମ୍ପରେ କାମ କରୁଥିଲେ । ସେ ମୋତେ ଦେଖି ବହୁତ ଖୁସି ହେଲେ । ସେ ଏହା ଦେଖି ବହୁତ ଗର୍ବିତ ହେଲେ ଯେ ମୁଁ ଜଣେ ବାହାଦୁରି ମହିଳା ଅଟେ । ତାଙ୍କର ଏକ ସୁନ୍ଦର ପରିବାର ଅଛି ଏବଂ ସେ ଚାଁହୁଛନ୍ତି କି ମୁଁ ତାଙ୍କ ସହ ସବୁବେଳେ ରୁହେ ” ।

ଦେଖାକରି ବହୁତ ଖୁସୀ ହେଲି

ସମସ୍ତଙ୍କୁ ଧନ୍ୟବାଦ

ଏହି କାହାଣୀ ଟ୍ୱିଟରରେ ୩୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ସେ ସେହି ସବୁ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ଯେଉଁମାନେ ତାଙ୍କୁ ଏଗବର୍ଟଙ୍କ ସହ ଦେଖା କରିବାରେ ସାହାଯ୍ୟ କରିଥିଲେ ।

ଦୁନିଆକୁ ପସନ୍ଦ ଆସିଲା ଏହି କାହାଣୀ

ଇଣ୍ଟରନେଟରେ ଆପଣ କଣ କରିବେ ତାହା ଆପଣ ନିଷ୍ପତ୍ତି ନେଇଥାନ୍ତି । ପ୍ରତ୍ୟେକ ଗେମ ପଛରେ କିଛି ନା କିଛି ଲକ୍ଷ ଥାଏ । ଇଣ୍ଟରନେଟ ସହିତ କିଛି ଲୋକ ନିଜ ହୃଦୟକୁ ଯୋଡୁଛନ୍ତି ଓ ନିଜର ସ୍ମୃତିକୁ ସାଉଣ୍ଟୁଛନ୍ତି ଏବଂ ଅନ୍ୟ କିଛି ଲୋକ ହୃଦୟ ଭାଙ୍ଗୁଛନ୍ତି । ଭାବିନିଅନ୍ତୁ ଆପଣଙ୍କୁ କଣ କରିବାର ଅଛି ? ଲଭ ୟୁ ଇଣ୍ଟରନେଟ ।

Loading...

Leave A Reply

Your email address will not be published.