ବ୍ରହ୍ମପୁର ସହରର ଅଳକାପୁରୀ ଓ ଜଗଦଳପୁର ଗାଁରେ ଘଟିଯାଇଛି ଅଭାନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସହରର ଅଳକାପୁରୀ ପଞ୍ଚମ ଲାଇନରେ ଏକ ନବ ନିର୍ମିତ କୋଠା ନିର୍ମାଣ ବେଳେ 11 କେଭି ବିଦ୍ୟୁତ୍ ଲାଗି ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ହେଲେ ଘର ମାଲିକ ତଥା ସାଉଥକୋର କିରାଣୀ ରମେଶ ଚନ୍ଦ୍ର ବେହେରା ଓ କାମ କରୁଥିବା ମିସ୍ତ୍ରୀ ଅରୁଣ କୁମାର ସାବତ । ଆଜି ଅପରାହ୍ନରେ ଘର କାମର ସେଣ୍ଟ୍ରିଂ ତିଆରି କରୁଥିବା ବେଳେ ହଠାତ୍ ବିଦ୍ୟୁତ ତାର ଲାଗି ଯାଇଥିଲା । ପରେ ଉଭୟଙ୍କୁ ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ସହର ଉପକଣ୍ଠ ଜଗଦଳପୁର ଗାଁରେ କାଳିଆ ସେଠୀ ନାମକ ଜଣେ ଦିନ ମଜୁରିଆ ଘରେ ଶୋଇଥିବା ବେଳେ ଫ୍ୟାନର କରେଣ୍ଟ ଲାଗି ମୃତ୍ୟୁ ବରଣ କରିଛି । ଏହି ଦୁଇଟି ପୃଥକ ପୃଥକ ଘଟଣାରେ ମୃତ୍ୟୁ ବରଣ କରିଥିବା ତିନି ଜଣଙ୍କ ଶବକୁ ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଏନେଇ ପୋଲିସ ତଦନ୍ତ କରୁଛି । ସେପଟେ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Trending
- ଜାନୁଆରୀ ୨୧ରୁ ହେବ ତୋଷାଳୀ ମେଳା, କୋଭିଡ କଟକଣା ମାନି ରାଜଧାନୀବାସୀ ମେଳାକୁ ଯାଇପାରିବେ
- ଉମରକୋଟ: ମକା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ
- ସୁନ୍ଦରଗଡ଼ରେ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ
- ବ୍ରିସ୍ବେନ୍ ଟେଷ୍ଟରେ ଦ୍ୱିତୀୟ ଇନିଂସରେ ୨୯୪ ରନରେ ଅଲଆଉଟ ଅଷ୍ଟ୍ରେଲିଆ ଟିମ୍
- ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣା, ବିଜେପି ନେତା ସଞ୍ଜୟ ମହାନ୍ତି ଗିରଫ
- ରାଜ୍ଯରେ ଆଜି ୧୩୪ କରୋନା ପଜିଟିଭ୍ ଚିହ୍ନଟ
- ସୁନ୍ଦରଗଡ: ଗୁଣି ଗାରେଡି ସନ୍ଦେହରେ ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା
- ମାଲକାନଗିରି:କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କନଷ୍ଟେବଲ
- ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା, ଜଣେ ଅଟକ
- ବ୍ରିସ୍ବେନ୍ରେ ଚତୁର୍ଥ ଟେଷ୍ଟରେ ପୁଣି ବୋଲରଙ୍କ କମାଲ୍