ଜାମ୍ମୁକଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଜାମ୍ମୁକଶ୍ମୀର : ଜାମ୍ମୁକଶ୍ମୀରରେ ଏନକାଉଣ୍ଟର । ୩ ଆତଙ୍କବାଦୀ ନିହତ। ଶ୍ରୀନଗର ବଟମାଲୋରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି ।

ବଟାମାଲୋ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ରାତି ୨.୩୦ରେ ଫିରଦୋଷବାଦରେ କର୍ଡନ କରାଯାଇଥିଲା। ଆତଙ୍କବାଦୀ ପକ୍ଷରୁ ପ୍ରଥମେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.