Odisha News

ଲୋକସଭାରେ ଓଡ଼ିଶା ପର୍ଯ୍ୟଟନ ପାଣ୍ଠି ମଞ୍ଜୁର ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ପାଣ୍ଠି ମଞ୍ଜୁର ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଓଡ଼ିଶାର ବିଷୟଭିତ୍ତିକ ପର୍ଯ୍ୟଟନ ସର୍କିଟକୁ କେତେ ପରିମାଣରେ ଅର୍ଥ ମଞ୍ଜୁର କରାଯାଇଛି । ଲଳିତଗିରି, ଉଦୟଗିରି ଓ ରତ୍ନଗିରିକୁ ନେଇ ଗଠିତ ହୀରକ ବୌଦ୍ଧ ତ୍ରିଭୂଜ, ଧଉଳି ବୌଦ୍ଧ ଶାନ୍ତିସ୍ତୁପ, ଆଦିମ ଜନଜାତିର ଲୋକଙ୍କ ସଂସ୍କୃତିକୁ ନେଇ ଓଡ଼ିଶାରେ ଆହୁରି ଅଧିକ ବିଷୟଭିତ୍ତିକ ପର୍ଯ୍ୟଟନ ସର୍କିଟ୍‌ ବିକଶିତ କରିବାର ପ୍ରସ୍ତାବ ଅଛି କି ବୋଲି ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କରିଥିଲେ । ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ । ପର୍ଯ୍ୟଟନ ମନ୍ତ୍ରାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ଓଡ଼ିଶା ସମେତ ଦେଶରେ ଯୋଜନାବଦ୍ଧ ଏବଂ ଅଗ୍ରାଧିକାର ଭିତ୍ତିରେ ପର୍ଯ୍ୟଟନ ଭିତ୍ତିକ ସର୍କିଟ ବିକଶିତ କରିଥାଏ । ଏହି ଯୋଜନାରେ ଥିବା ସମସ୍ତ ବ୍ୟବସ୍ଥା ଓ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ପ୍ରସ୍ତାବ ଦେବା ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ସମ୍ପୃକ୍ତ ସରକାରଙ୍କ ସହ ପରାମର୍ଶ କରି ଏହି ଯୋଜନାରେ ପର୍ଯ୍ୟଟନ ସର୍କିଟରେ ବିକଶିତ କରିଥାଏ । ଏହି ଯୋଜନାରେ ଗୋପାଳପୁର, ବରକୂଳ, ସାତପଡ଼ା, ତାମ୍ପରାକୁ ନେଇ ଗଠିତ ଉପକୂଳବର୍ତ୍ତୀ ପର୍ଯ୍ୟଟନ ସର୍କିଟର ବିକାଶ ପାଇଁ ୨୦୧୬-୧୭ରେ ଓଡ଼ିଶାକୁ ୭୦କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

 

Loading...

Leave A Reply

Your email address will not be published.