ଆରମ୍ଭ ହେଲା “ମୋଡର୍ନା” ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ, ଖୁବ ଶୀଘ୍ର କରୋନା ଭ୍ୟାକସିନ ନେଇ ଆଶାବାଦୀ ଅଛନ୍ତି ଟ୍ରମ୍ଫ

ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ରିପୋର୍ଟ ଅନୁଯାୟୀ ଏଯାବତ ବିଶ୍ୱରେ ସାଢେ 6 ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ । ଆକ୍ରାନ୍ତ ଦେଶ ମାନଙ୍କ ତାଲିକାରେ ଆମେରିକାର ସ୍ଥାନ ପ୍ରଥମରେ ଥିବା ବେଳେ ଦ୍ଵିତୀୟରେ ଅଛି ଭାରତ । ବିଶ୍ୱକୁ ଏକ ପ୍ରକାର କବଳିତ କରିସାରିଥିବା ଏହି ଭାଇରସକୁ ହରାଇବା ପାଇଁ ପୃଥିବୀର ଅନେକ ବିଶିଷ୍ଟ ବୈଜ୍ଞାନିକ ମାନେ ଜୋରଶୋର ଚେଷ୍ଟା ଚଳାଇଛନ୍ତି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବାସୀଙ୍କୁ ଏକ ଜରୁରୀ ସୂଚନା ଦେଇଛନ୍ତି ।

Watchdog urges SEC to investigate vaccine maker Moderna - CBS News

ଟ୍ରମ୍ପଙ୍କ ଅନୁଯାୟୀ, ଆମେରିକା ଦ୍ୱାରା ପ୍ରସ୍ତୁତ ହୋଇଥିବା ମୋଡର୍ନା ଟିକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି । ଖୁବ୍‌ଶୀଘ୍ର ଟିକାର ବଜାର ପ୍ରବେଶ ନେଇ ଆଶାବାଦୀ ଅଛନ୍ତି ଟ୍ରମ୍ପ । ଏହା ସହ ରେକର୍ଡ ସମୟରେ ଟିକାର ପରୀକ୍ଷଣ ମଧ୍ୟ କରାଯାଉଛି । ୩୦ ହଜାର ସ୍ୱେଚ୍ଛାସେବୀଙ୍କ ନିକଟରେ ଏହି ଟିକାର ପରୀକ୍ଷଣ କରାଯାଇଛି । ସୂଚନା ମୁତାବକ, ମାର୍ଚ୍ଚ ୧୬ ତାରିଖରେ ପ୍ରଥମ ହ୍ୟୁମାନ ଟ୍ରାଏଲ କରାଯାଇଥିଲା । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷର ୪୫ ଜଣ ସ୍ୱେଚ୍ଛାସେବୀଙ୍କୁ ଟୀକା ଦିଆଯାଇଥିଲା ।

Leave A Reply

Your email address will not be published.