ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ୨ ମାସ, କାରଣ ଜଣାପଡ଼ିନଥିବା ବେଳେ ମାମଲାକୁ ନେଇ ଜୋର୍‌ ଧରିଛି ରାଜନୀତି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ଦୁଇ ମାସ ପୂରିଛି। କିନ୍ତୁ ଏବେ ଯାଏଁ ଏହା ସତରେ ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହୋଇପାରିନାହିଁ। ବ୍ୟବଚ୍ଛେଦ ରିପୋର୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଫ୍ୟାନ୍‌ମାନେ କିନ୍ତୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି କହୁଛନ୍ତି। ତେବେ ଦିନକୁ ଦିନ ଏହି ମାମଲା ସମାଧାନ ହେବା ବଦଳରେ ଜଟିଳ ହୋଇଚାଲିଛି। ଅଡ଼ୁଆ ସୂତା ଭଳି ଏହା ଧୀରେ ଧୀରେ ଆହୁରି ରହସ୍ୟମୟ ହୋଇଚାଲିଛି। ଏବେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି। ତେବେ ଇତି ମଧ୍ୟରେ ଏହି ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଇଡି ଜେରା କରୁଛି। ମାତ୍ର ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

sushanta

ତେବେ ସୁଶାନ୍ତ ସିଂହ ରାଜପୁତ ମାମଲା ଏବେ କେବଳ ବଲିଉଡ୍‌ ଜଗତ ମଧ୍ୟରେ ସୀମିତ ନାହିଁ। ଏହି ମାମଲା ମହାରାଷ୍ଟ୍ର ଓ ବିହାରର ରାଜନୀତିକୁ ମଧ୍ୟ ପ୍ରଭାବିତ କରିଛି। ଏହି ମାମଲାରେ ଗୋଟେ ପଟେ ମହାରାଷ୍ଟ୍ର ପୋଲିସ ଯାଞ୍ଚ କରୁଥିବା ବେଳେ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ ପରେ ବିହାର ପୋଲିସ ମଧ୍ୟ ଏହାର ତଦନ୍ତ କରିବାକୁ ଆଗେଇ ଆସିଛି। ଏଣୁ ମହାରାଷ୍ଟ୍ର ଓ ବିହାର ସରକାରଙ୍କ ମଧ୍ୟରେ ମତ ଭେଦ ଦେଖାଦେଇଛି। ଫଳସ୍ୱରୂପ ବିଜେପି ଓ ଶିବ ସେନା ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିଛି।

ସେହିପରି ପ୍ରଥମେ ଏହି ମାମଲାରେ ନେପୋଟିଜମ୍‌ ବା ପରିବାରବାଦ ଥିବା କୁହାଯାଉଥିଲା। ଏଣୁ ଫ୍ୟାନ୍‌ମାନେ ଏବେ ଷ୍ଟାର କିଡ୍‌ଙ୍କୁ ବୟକଟ୍‌ କରିବା ଆରମ୍ଭ କରିଛନ୍ତି। ଏହାର ଉଦାହରଣ ଆଲିଆଙ୍କ ଫିଲ୍ମ ସଡ଼କ ୨ର ଟ୍ରେଲରରେ ଦେଖିବାକୁ ମିଳିଛି। ଏହି ଟ୍ରେଲରକୁ ଯେତିକି ଲାଇକ୍‌ ମିଳିଛି ତାଠାରୁ ୧୦ ଗୁଣ ଅଧିକ ଡିସ୍‌ଲାଇକ୍‌ ମିଳିଥିବା ଦେଖିବାକୁ ମିଳିଛି।

sushant

ତେବେ କେବଳ ଭାରତରେ ନୁହେଁ ଦେଶ ବାହାରେ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରିଛି। କାର୍ଲିଫର୍ଣ୍ଣିଆ ଓ ଆମେରିକାରେ ଏନେଇ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏଣୁ ଖୁବ୍‌ଶୀଘ୍ର ଏହି ମାମଲାର ସିବିଆଇ ତଦନ୍ତ ହୋଇ ସତ ପଦାକୁ ଆସୁ ବୋଲି ସମସ୍ତେ ଦାବି କରିଛନ୍ତି।

Leave A Reply

Your email address will not be published.