ସିଗାରେଟ୍‌ ଟାଣୁଛି କାଉ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ପ୍ରମାଣ

ସିଗାରେଟ୍‌ ଟାଣୁଛି କାଉ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ପୂର୍ବରୁ ସୋସିଆଲ ମିଡିଆରେ ଏକ କଙ୍କଡ଼ା ସିଗାରେଟ୍‌ ଟାଣିବା ଭିଡିଓ ଭାଇରାଲ ହୋଇଥିଲା, ଯାହା ଲୋକଙ୍କୁ ଚକିତ କରିଦେଇଥିଲା। କିନ୍ତୁ ଏବେ କାଉ ବି ଏହି କାମ କରୁଛି। ଥଣ୍ଟରେ ଧରି ଫୁଲ୍‌ ଷ୍ଟାଇଲରେ କାଉଟି ସିଗାରେଟ୍‌ ଟାଣୁଥିବା ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ତେବେ ଜଣାପଡ଼ିଛି ଯେ ଏହି କାଉଟି ଏକ ପରିବାରର ପୋଷା ଜୀବ। ସେ ପରିବାର ଲୋକଙ୍କ ସହ ରହି ରହି ସିଗାରେଟ୍‌ ପିଇବା ଶିଖିଛି।

କିନ୍ତୁ କିଛି ଦିନ ହେବ କାଉଟି ଆଉ ପରିବାର ପାଖକୁ ଆସୁନାହିଁ। ଏଣୁ ଉକ୍ତ ପରିବାର ପକ୍ଷରୁ କାଉର ୬୦୦୦ରୁ ଅଧିକ ଫଟୋର ଏନ୍‌ଏଫ୍‌ଟି (NFT) ଆର୍ଟ କଲେକ୍ସନ୍‌ ତିଆରି କରାଯାଇଛି। କାଉ ନାଁରେ ଏକ ଟ୍ଵିଟର ଆକାଉଣ୍ଟ ବି ଖୋଲା ଯାଇଛି।

ରିପୋର୍ଟ ମୁତାବକ, ଏହି କାଉଟି ଲଗାତାର ୨ ମାସ ଧରି ପିଟ୍‌ ନାମକ ଜଣେ ବ୍ୟକ୍ତିଙ୍କ ବଗିଚାକୁ ଆସୁଥିଲା। ସେ ତାଙ୍କ ପରିବାର ସହ ଏକଦମ୍‌ ମିଶିଯାଇଥିଲା। କାଉଟି ସବୁ ଦିନ ଆସୁଥିବାରୁ ପିଟ୍‌ ତା’ ନାଁ ରଖିଥିଲେ କ୍ରେଗ୍‌। ପିଟ୍‌ ଯେବେ ବି ସିଗାରେଟ୍‌ ଟାଣୁଥାନ୍ତି କାଉଟି ଆସି ତାଙ୍କ ପାଖରେ ବସେ। ଦିନେ ପିଟ୍‌ ସିଗାରେଟ୍‌ ଟାଣିବା ସମୟରେ କାଉ ଆସି ତାଙ୍କ ପାଖରେ ବସିବାରୁ ପିଟ୍‌ କୌତୁହଳବଶତଃ ତା’ ମୁହଁରେ ଏକ ସିଗାରେଟ୍‌ ଲଗାଇଥିଲେ। ତା’ ପର ଠାରୁ ଯେବେ ବି ସେ ସିଗାରେଟ୍‌ ପିଅନ୍ତି, କାଉଟି ତାଙ୍କ ସହ ବସି ପିଏ। ବେଳେବେଳେ ସେ ସିଗାରେଟ୍‌ ପିଇବାକୁ ଏତେ ଆଗ୍ରହୀ ହୋଇଯାଏ ଯେ ତାଙ୍କ ଠାରୁ ଛଡ଼ାଇ ବି ନିଏ ବୋଲି କହିଛନ୍ତି ପିଟ୍‌। କିନ୍ତୁ ଗତ ଅକ୍ଟୋବର ମାସ ଠାରୁ କ୍ରେଗ୍‌ ଆଉ ଆସୁ ନାହିଁ। ତାର କ’ଣ ହୋଇଛି କିଛି ଜଣାପଡ଼ୁନାହିଁ ବୋଲି ପିଟ୍‌ କହିଛନ୍ତି।

ପିଟ୍‌ ଏହି କାଉ ସହ ୬୦୦୦ରୁ ଅଧିକ ଫଟୋ ଉଠାଇଥିଲେ। ଉକ୍ତ ଫଟୋକୁ ସେ ଏବେ ଏନ୍‌ଏଫ୍‌ଟି (Non-fungible token) ଆର୍ଟ ଓ୍ଵାର୍କରେ ବଦଳାଇ ଦେଇଛନ୍ତି। ସେହିପରି ସେ କାଉ ନାଁରେ ଟ୍ଵିଟରରେ ଏକ ଆକାଉଣ୍ଟ IamCryptoCraig ବି କରିଛନ୍ତି। ଏହା ସାହାଯ୍ୟରେ ସେ ନିଜ କାଉକୁ ଖୋଜୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.