କାନ୍ଦୁଥିବା ପିଲାକୁ ଶାନ୍ତ କରିବା ପାଇଁ ଉଡୁଥିବା ଫ୍ଲାଇଟରେ ଯାତ୍ରୀମାନେ ଗାଇଲେ ‘ବେବି ଶାର୍କ’ ଗୀତ

ଦୁବାଇରେ ଆକାଶରେ ଘଟିଥିଲା ଏମିତି ଏକ ଘଟଣା, ଯାହାର ଭିଡିଓ ବର୍ତ୍ତମାନ ଅଧିକ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି। ଜଣେ ଛୋଟ ଛୁଆକୁ ବୁଝାଇବା ପାଇଁ ଗୀତ ଗାଇଲେ ପ୍ଲେନରେ ଥିବା ସମସ୍ତ ଯାତ୍ରୀ। ଦୁବାଇରୁ ଆଲବାନିଆ ଅଭିମୁଖେ ଏକ ଫ୍ଲାଏଡବାଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ କାନ୍ଦୁଥିବା ପିଲାକୁ ସମସ୍ତେ ଶାନ୍ତ କରିବା ପାଇଁ ଏକତ୍ର ହୋଇ ଗାଇଥିଲେ ବେବି ଶାର୍କ ଗୀତ । ଛୋଟ ପିଲାଟି ହଠାତ ନିଜ ପିତାଙ୍କ କୋଳରେ ବସି ଜୋରରେ କାନ୍ଦିବାକୁ ଲାଗିଥିଲା ଓ ତା କାନ୍ଦ ଦେଖି ଫ୍ଲାଇଟରେ ଥିବା ଯାତ୍ରୀମାନେ ସହି ପାରିନଥିଲେ । ତେଣୁ ସମସ୍ତେ ଛୋଟ ପିଲାଟିର କାନ୍ଦ ବନ୍ଦ କରିବା ପାଇଁ ବେବି ଶାର୍କ ଗୀତ ଗାଇଥିଲେ।

 

 

View this post on Instagram

 

A post shared by Parikshit Balochi (@parikshitbalochi)

ଦୁବାଇରେ ରେଡିଓ ଡିଜେ ଭାବେ କାମ କରୁଥିବା ପରିକଶିତ୍ ବାଲୋଚି କହିଛନ୍ତି ଯେ ସେ ତିରାନାକୁ ବିମାନ ଉଡ଼ାଣ କରୁଥିଲେ ଏବଂ ତାଙ୍କ ପାଖରେ ବସିଥିବା ପିଲାଟି ଜୋରରେ କାନ୍ଦୁଥିଲା, ପିଲାଟିର କାନ୍ଦ କେହି ସହି ନ ପାରି ସମସ୍ତେ ଗୀତ ଗାଇବାକୁ ଲାଗିଲେ ଓ ସେହି ସମୟରେ ସେ ଭିଡିଓ ରେକର୍ଡିଙ୍ଗ କରିଥିଲେ। ତେବେ ଏହି ବେବି ଶାର୍କ ଗୀତ 2016 ଆସିବା ପରଠାରୁ ସାରା ବିଶ୍ୱରେ ପିଲାମାନଙ୍କୁ ଆନନ୍ଦିତ କରିଆସୁଛି, ଯାହା ଚଳିତ ବର୍ଷ ଆରମ୍ଭରେ 10 ବିଲିୟନ ଭ୍ୟୁରେ ପହଞ୍ଚିଥିବା ପ୍ରଥମ ୟୁଟ୍ୟୁବ୍ ଭିଡିଓ ହୋଇପାରିଛି। ତେଣୁ ସମସ୍ତ ଯାତ୍ରୀ ସେହି ଗୀତଟିକୁ ଗାଇଥିଲେ ପିଲାଟିର କାନ୍ଦ ବନ୍ଦ କରିବା ପାଇଁ । ତେବେ ପରିକଶିତ୍ ଏହି ଭିଡିଓକୁ ନିଜ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.