ରାସ୍ତା କଭର କଲା ଅଜଗର ସାପ, ଆଶ୍ଚର୍ୟ୍ଯ ହୋଇଗଲେ ଦେଖୁଥିବା ଲୋକ

ଅନେକ ସମୟରେ ବନ୍ୟ ଜନ୍ତୁ, ସାପ ହେଉ କିମ୍ବା ଅନ୍ୟ କୌଣସି ପ୍ରାଣୀ ରାସ୍ତା ପାର ହେବା ଆପଣ ଦେଖିଥିବେ। ଏମିତିକି ବେଳେ ବେଳେ ତାଙ୍କର ଦୁର୍ଘଟଣା ଘଟେ ଓ ସେମାନେ ପ୍ରାଣ ହରାନ୍ତି କିମ୍ବା ଆହତ ହୁଅନ୍ତି । କିନ୍ତୁ ଆମେ ସେମାନଙ୍କୁ ବାଟ ଦେବା ଉଚିତ୍। ହେଲେ କେବେ ଏମିତି ସାପ ଆପଣ ଦେଖିଛନ୍ତି କି ? ଯିଏ ପୂରା ରାସ୍ତାକୁ କଭର କରିଦେଇଥିବ।

ଏମିତି ଏକ ଅଜଗର ସାପକୁ ରାସ୍ତା ପାର ହୋଇଯିବାର ଦେଖିବାକୁ ମିଳିଥିଲା, ଯାହାର ଆକାର ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଥିଲେ। ଏହାର ଆକାର ଏତେ ଲମ୍ବା ଥିଲା ଯେ ସେ ପୁରା ରାସ୍ତା କଭର କରିଦେଇଥିଲା ।

 

ଅଜଗର ରୋଡ୍ କ୍ରସ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। କାରଣ ଏହା ଦେଖିବା ପାଇଁ ମଧ୍ୟ ବହୁତ ବଡ଼ ଥିଲା। ଫାଇଥନ୍ ରାସ୍ତା କ୍ରସିଂ କରୁଥିବା ଭିଡ଼ିଓ IFS ସୁଶାନ୍ତ ନନ୍ଦ ଟୁଇଟରରେ ସେୟାର କରିଛନ୍ତି। ଭିଡ଼ିଓ ଦେଖି କେହି କେହି ଏହାକୁ ଅତି ସୁନ୍ଦର ସାପ କହୁଥିବା ବେଳେ, ଆଉ କେତେକ ଲୋକ ଲେଖିଛନ୍ତି ଏହା ଏତେ ବଡ଼ ଯେ ଏହାକୁ ଦେଖିଥିବା ଲୋକ ଭୟଭୀତ ହୋଇଯାଇଥିବେ। ଯଦି ଆପଣ ଏକାକୀ ରାସ୍ତାରେ ବୁଲୁଥିବେ ଏବଂ ଏଭଳି ବିରାଟ ସାପ ଆପଣଙ୍କ ସାମ୍ନାକୁ ଆସେ ତେବେ ଆପଣ କ’ଣ କରିବେ?

Leave A Reply

Your email address will not be published.