ଶିଶୁ ନୁହେଁ ତ ଚାବି ଦିଆ କଣ୍ଢେଇ, ଦେଖନ୍ତୁ ଶିଶୁର କରାମତି, ଭାଇରାଲ ଭିଡିଓ

ବେଳେ ବେଳେ ସୋସିଆଲ ମିଡିଆରେ ଏମତି ଭିଡିଓସବୁ ନଜର ଆସେ, ଯାହାକୁ ଦେଖିଲେ ଆପଣଙ୍କ ହୃଦ ସ୍ପନ୍ଦନ ବି କ୍ଷଣିକ ପାଇଁ ବନ୍ଦ ହୋଇଯିବ । ଏମିତି ଏକ ଭିଡିଓକୁ ଜଣେ ୟୁଜର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଯାହାକୁ ଦେଖିଲେ ଯେ କେହି ଚମକି ପଡ଼ିବେ । ଭିଡିଓଟି ଭାଇରାଲ ହୋଇଛି ।

ଏହି ଭାଇରାଲ ଭିଡିଓରେ ଏକ ଗାଁର ଦୃଶ୍ୟ ଦେଖାଯାଇଛି । ଗାଁରେ ଜଣେ ଛୋଟ ଶିଶୁ ଏକ ସିଡି ସାହାଯ୍ୟରେ ଏକ ମହଲା ଘର ଉପରୁ ତଳକୁ ଖସୁଛି । ସେ ଏତେ ଦ୍ରୁତ ଗତିରେ ସିଡିରେ ଖସୁଛି ଯେ ଯାହାକୁ ଦେଖିଲେ ଲାଗିବ ଯେପରି ଶିଶୁ ନୁହେଁ ତ ଏକ ଚାବି ଦିଆ କଣ୍ଢେଇ ।

ଶିଶୁଟି ନିଜ ଆଣ୍ଠୁ ସାହାଯ୍ୟରେ ଦ୍ରୁତ ବେଗରେ ତଳକୁ ଖସି ଆସୁଛି ସତେ ଯେପରି ଏହା ତାଙ୍କ ପାଇଁ ବଡ଼ କାମ ନୁହେଁ । ଶିଶୁଟି ତଳକୁ ଆସିବା ପରେର କେହି ଜଣେ ତାକୁ କାଖେଇ ନେଇ ଯାଉଛନ୍ତି । ଶିଶୁଟିର ସିଡିରୁ ଖସିବା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ । ଭିଡିଓଟିକୁ ଲକ୍ଷେରୁ ଅଧିକ ଲାଇକ୍ସ ମିଳିଛି । ଦେଖନ୍ତୁ ଏହି ଭିଡିଓ ଆପଣ ବି ଚକିତ ହୋଇଯିବେ ।

 

View this post on Instagram

 

A post shared by memes | news | comedy (@ghantaa)

ଭିଡିଓଟିକୁ ଦେଖିବା ପରେ ୟୁଜର୍ସମାନେ ବହୁତ ମଜାଳିଆକମେଣ୍ଟ ଦେଇଛନ୍ତି । କିଏ ଶିଶୁଟିକୁ ‘ନିଞ୍ଜା’ ତ କିଏ ଅଲମ୍ପିଆନ ଏବଂ ଆଉ କେହି ଶିଶୁଟିକୁ ବେଙ୍ଗ ବୋଲି କହିଛନ୍ତି । ଆଉ କେହି କେହି ଶିଶୁଟିକୁ ଅଲମ୍ପିଆନ ପାଇଁ ପ୍ରସ୍ତୁତ କରିବା ପାଇଁ ମତ ଦେଇଛନ୍ତି ।

 

Leave A Reply

Your email address will not be published.