ନିଜ ବନ୍ଧୁକୁ ଏମିତି ଭାବପ୍ରବଣ ହୋଇ ଦେଲେ ବିଦାୟ: ମଣିଷ ଏମାନଙ୍କ ଠାରୁ ବହୁତ୍ କିଛି ଶିଖିବା ଦରକାର

ଆଜିର ଏହି ସ୍ୱାର୍ଥପର ଦୁନିଆରେ କିଏ କାହାର ନୁହେଁ। ସାହାଯ୍ୟ କରିବା ତ ଦୂରର କଥା ଅନେକ ସ୍ଥାନରେ ମାନବିକତା ଖୁବ୍ କମ୍ ଦେଖାଯାଏ। ଯାହା ହୋଇଯାଏ ଏକ ବଡ଼ ଉଦାହରଣ।
ଆଜିର ଦୁନିଆରେ ଯଦି କୌଣସି ମଣିଷର ଶବ ରାସ୍ତାରେ ପଡୁଛି ତାକୁ କେହି ଛୁଇଁବା ତ ଦୂରର କଥା ଅନାଇ ଯାଉନାହାନ୍ତି। ହେଲେ ଆପଣଙ୍କୁ ଆମେ ଆଜି ଏମିତି ଭିଡ଼ିଓ ଦେଖିବାକୁ ଯାଉଛୁ, ଯେଉଁ ଭିଡିଓ ଦେଖିବା ପରେ ହୁଏତ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ। ଆପଣ କାନ୍ଦିବାକୁ ଲାଗିବେ।

ଭଗବାନ ମଣିଷ ଜାତିକୁ ଏହି ଦୁନିଆର ସବୁଠୁ ଶ୍ରେଷ୍ଠ ପ୍ରାଣୀ ଭାବେ ଗଢ଼ିଛନ୍ତି।କିନ୍ତୁ ଆମ ଚାରିପାଖେ ଥିବା ପଶୁମାନେ ମଧ୍ୟ ବେଳେ ବେଳେ ଏପରି କାମ କରନ୍ତି ଯେ ତାହା ଦେଖି ଏମିତି ଲାଗେ ମଣିଷ ଠାରୁ ସେମାନେ ଶ୍ରେଷ୍ଠ। ଯାହା ଏହି ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ କହିବେ। ଏହି ଭାଇରାଲ୍ କ୍ଲିପ୍ ଟ୍ୱିଟରରେ ଆଇଏଏସ୍ ଅଧିକାରୀ ଅୱାନିଶ ଶରନ ପୋଷ୍ଟ କରିଛନ୍ତି। ସେ ପୁଣି ଲେଖିଛନ୍ତି ଏମାନେ କ’ଣ ପଶୁ ?


ଏହି ପୋଷ୍ଟକୁ ୧୬୪ ହଜାର ଜଣ ଦେଖିଛନ୍ତି ଓ ଲାଇକ କରିଛନ୍ତି। ପଶୁମାନେ ମଣିଷ ପରି ଭାବନାକୁ ଅନୁଭବ କରନ୍ତି ବୋଲି ଏହି ଭାଇରାଲ୍ ଭିଡିଓ ହେଉଛି ଏହାର ବଡ଼ ଉଦାହରଣ। ଟ୍ୱିଟରରେ ଆଇଏଏସ୍ ଅଧିକାରୀ ଆୱାନିଶ ଶରଣଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ କ୍ଲିପ୍‌ରେ କୁକୁରମାନଙ୍କର ଏକ ଦଳ ସେମାନଙ୍କ ମୃତ ବନ୍ଧୁ କୁକୁରକୁ ଏକ ଭାବପ୍ରବଣ ବିଦାୟ ଦେଉଥିବାର ଦେଖିବାକୁ ମିଳିଛି।

ଭିଡିଓଟି ଫେବୃଆରୀ ୨୮ ତାରିଖରେ ପୋଷ୍ଟ କରାଯାଇଥିଲା ଏବଂ ସେବେଠାରୁ ଏହାକୁ ୧୬୪ ହଜାର ଥର ଦେଖା ହୋଇଛି। ୪୫ ସେକେଣ୍ଡର କ୍ଲିପ୍ ରେ, କୁକୁରମାନେ ଅନ୍ୟ ଏକ ମୃତ କୁକୁରର ଶବ ସଂସ୍କାର କରୁଥିବା ଦେଖିବାକୁ ମିଳିଛି। ସେମାନେ ଏକତ୍ର ଏକ ଗାତ ଖୋଳି ନିଜ ସାଙ୍ଗକୁ ପୋତୁଛନ୍ତି। ନିଜ ପାଟିରେ ସେମାନେ କୁକୁରର ଶରୀରକୁ ଘୋଡାଇବା ପାଇଁ ବାଲିରେ ପକାଉଛନ୍ତି। ଏହି ଭିଡିଓ ଦେଖି ଅନେକ ଟ୍ୟୁଟର ୟୁଜର କମେଣ୍ଟ କରିଛନ୍ତି। ଜଣେ ୟୁଜର କହିଛନ୍ତି, “ଯେତେବେଳେ ଗୋଟିଏ ପଶୁ ଅନ୍ୟ ପଶୁକୁ ଘୃଣା କରେ ନାହିଁ ଏହା ଭଲ ପାଇବା।

ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, “ କିପରି ପ୍ରକୃତ ପ୍ରେମ କରିବାକୁ ହେବ, ପଶୁମାନେ ଆମକୁ ଶିଖାଇବା ପାଇଁ ଭଗବାନ ତାଙ୍କୁ ପୃଥିବୀକୁ ପଠାଇଛନ୍ତି।
ସେମାନେ ମଣିଷଙ୍କ ପରି କ୍ରୋଧିତ ହୁଅନ୍ତି ନାହିଁ କିମ୍ବା ଗେମ୍ ଖେଳନ୍ତି ନାହିଁ। ସେମାନେ ସର୍ବଦା ଆମ ପାଇଁ ଅଛନ୍ତି। ” ମଣିଷ ଜାତି ଏହି ପଶୁଙ୍କ ଠାରୁ ଅନେକ କିଛି ଶିଖିବା ପାଇଁ ୟୁଜରମାନେ କମେଣ୍ଟ କରିଛନ୍ତି। ଏହି ଭିଡ଼ିଓ ଦେଖି ଆପଣଙ୍କ ମନରେ ଆସୁଥିବା ଭାବନା ଆମକୁ କମେଣ୍ଟ କରି ଜଣାନ୍ତୁ।

Leave A Reply

Your email address will not be published.