ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟ୍ କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ଘରେ ୧୧ ଜାନୁଆରୀରେ ଏକ ଝିଅ ଜନ୍ମ ହୋଇଛି। ବିରୁଷ୍କାଙ୍କ ଝିଅ ହେବା ଖବର ଶୁଣି ତାଙ୍କ ଫ୍ୟାନ୍ମାନେ ଖୁସିରେ ବିଭୋର ହୋଇପଡ଼ିଛନ୍ତି। ତେବେ ବିରାଟଙ୍କ ଝିଅ ହେବା ପରେ ତାଙ୍କ ଭାଇ ବିକାଶ ସୋସିଆଲ ମିଡିଆରେ ଏକ ଝିଅର ପାଦ ଫଟୋ ସେୟାର କରିଥିଲେ। ଫଟୋ ସେୟାର କରି ସେ ୱେଲକମ୍ ଲେଖିଥିଲେ, ଯାହା ବେଶ୍ ଭାଇରାଲ ହୋଇଥିଲା।
View this post on Instagram
ସମସ୍ତେ ଉକ୍ତ ଫଟୋକୁ ବିରାଟଙ୍କ ଝିଅର ପାଦ ବୋଲି କହିଥିଲେ। ମାତ୍ର ସେହି ଫଟୋକୁ ନେଇ ବିରାଟଙ୍କ ଭାଇ ବିକାଶ ଏବେ ସଫେଇ ଦେଇଛନ୍ତି। ବିକାଶ କହିଛନ୍ତି, ସେ ସେୟାର କରିଥିବା ଫଟୋ ବିରାଟ ଓ ଅନୁଷ୍କାଙ୍କ ଝିଅର ନୁହେଁ। ତାହା ଏକ ସାଧାରଣ ଫଟୋ। କିଛି ମିଡିଆ ତାହାକୁ ବିରାଟଙ୍କ ଝିଅ ବୋଲି କହୁଛନ୍ତି। ମାତ୍ର ପ୍ରକୃତରେ ତାହା ବିରୁଷ୍କାଙ୍କ ଝିଅର ଫଟୋ ନୁହେଁ।
ସୂଚନାଯୋଗ୍ୟ ଯେ, ବିରାଟଙ୍କ ଭାଇ ବିକାଶ କୋହଲି ନିଜ ଝିଆରୀକୁ ସ୍ୱାଗତ କରିବା ଅବସରରେ ଏକ ଫଟୋ ସେୟାର କରିଥିଲେ। ବିକାଶ ସେୟାର କରିଥିବା ଫଟୋରେ କୁନି ଝିଅର ପାଦ ନଜର ଆସିଥିଲା। ଲୋକମାନେ ଏହି ଫଟୋକୁ ଦେଖି ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଝଲକ୍ ବୋଲି କହୁଥିଲେ। ମାତ୍ର ବିକାଶ ଏହା ବିରାଟଙ୍କ ଝିଅ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।