ଡାଏନୋସର ହୋଇ ବାହାରିଲେ ବିରାଟ କୋହଲି, ଅନୁଷ୍କା ଶର୍ମା ସେୟାର କଲେ ମଜାଦାର Video

ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏହି ଲକଡାଉନରେ ଅନେକ ମଜାଦାର ଭିଡିଓ ସେୟାର କରିବାରେ ଲାଗିଛନ୍ତି। ଏବେ ଅନୁଷ୍କା ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ବିରାଟ ଡାଏନୋସର୍ ହେଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଟୁଇଟରେ ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି, ‘ମୁଁ ଆଜି ଗୋଟିଏ ଡାଏନୋସର ଦେଖିଲି’।

କିଛି ସେକେଣ୍ଡର ଏହି ଭିଡିଓରେ ବିରାଟ ଡାଏନୋସର ଭଳି ଚାଲି ଚାଲି ଭିତରକୁ ଆସୁଛନ୍ତି ଏବଂ ପୁଣି ମଝିରେ ଅଟକି ଡାଏନୋସର ଭଳି ରଡି ବାହାର କରୁଛନ୍ତି। ଅନୁଷ୍କାଙ୍କ ଏହି ଟୁଇଟରେ ସାଇନା ନେହୱାଲଙ୍କ ସମେତ ବହୁ ୟୁଜର ଫନି କମେଣ୍ଟ ଦେଇଛନ୍ତି।

ସାଇନା କମେଣ୍ଟ ବକ୍ସରେ ଏକ ଫନି ଇମୋଜି ସେୟାର କରିଥିବା ବେଳେ ଆଉ ଜଣେ ୟୁଜର କମେଣ୍ଟ କରିଛନ୍ତି, ‘ସ୍ୱାମୀମାନେ କେବେ ଘରେ ରହିବା କଥା ନୁହେଁ, ନ ହେଲେ ଏମିତି ଅବସ୍ଥା ହୋଇଯିବ’। ସେହିପରି ଆଉ ଜଣେ ଲେଖିଛନ୍ତି, ‘ଫୁଲ୍ ମସ୍ତି’। ପୁଣି କେହି ୟୁଜର କମେଣ୍ଟ କରିଛନ୍ତି, ‘ଏହି ଲକଡାଉନ ଆଉ କ’ଣ କ’ଣ କରେଇବ’।

Leave A Reply

Your email address will not be published.