Odisha News

ଜିଓକୁ ଭୋଡାଫୋନର ଝଟକା, ଗିଗାଫାଇବର୍ ଲଞ୍ଚ ପୂର୍ବରୁ ଗ୍ରାହକଙ୍କୁ ଦେଲା ୪ ମାସର ମାଗଣା ଇଣ୍ଟରନେଟ୍

ନୂଆଦିଲ୍ଲୀ :ଦେଶରେ ଜିଓ ଗିଗା ଫାଇବରର ଲଞ୍ଚ ନେଇ ଗ୍ରାହକଙ୍କ ମନ ଖୁସି ଥିବା ବେଳେ ଏହାକୁ ଟକ୍କର ଦେବାକୁ ଯାଇ ଭୋଡାଫୋନ ଲଞ୍ଚ କରିଛି ଏକ ଦମଦାର ଅଫର। ଭୋଡାଫୋନ୍ ଇଣ୍ଡିଆ ତାହାର ଗ୍ରାହକଙ୍କ ପାଇଁ ୪ମାସର ମାଗଣା ଭୋଡ଼ାଫୋନ୍ ସବସ୍କ୍ରିପସନର ସୁବିଧା ଯୋଗାଇଛି। କମ୍ପାନି ଅନୁଯାୟୀ, ଏବେ ଭୋଡ଼ାଫୋନ୍ ସହ ଜଡ଼ିତ ରହିଥିବା ଗ୍ରାହକ ୪ ମାସ ପର୍ଯ୍ଯନ୍ତ ମାଗଣା ବ୍ରଡ଼ବ୍ରାଣ୍ଡ ସବସ୍କ୍ରିପସନର ଲାଭ ଉଠାଇପାରିବେ। ଯେଉଁମାନେ ୧୨ ମାସ ପାଇଁ ସବସ୍କ୍ରିପସନ ନେଉଛନ୍ତି ସେମାନେ କେବଳ ହିଁ ଏହାର ଲାଭ ଉଠାଇପାରିବେ। ଏଣୁ ଦେଖିବାକୁ ଗଲେ ୧୨ମାସର ମୂଲ୍ଯରେ ୧୬ ମାସର ସବସ୍କ୍ରିପସନ୍ ପାଇପାରିବେ। ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ ବର୍ଷକର ସବସ୍କ୍ରିପସନ୍ ନେବାକୁ ପଡ଼ିବ। ତେବେ ଏହି ଅଫରଟି କେବଳ ୩୦ ସେପ୍ଟେମ୍ବର ପର୍ଯ୍ଯନ୍ତ ଲାଗୁ ରହିବ।

vodafone_news

ଭୋଡ଼ାଫୋନ୍ କମ୍ପାନି ଅନୁଯାୟୀ, ଏହି ଅଫର ପାଇଁ ଗ୍ରାହକଙ୍କୁ ଭୋଡ଼ାଫୋନର ୱେବସାଇଟରୁ ରିଚାର୍ଜ କରିବାକୁ ପଡ଼ିବ। ତେବେ ଏହି ସମୟରେ ଯଦି ଆପଣଙ୍କ ରହିଥିବା ପ୍ଲାନର ଅବଧି ୧ମାସ ରହିଛି ଏବଂ ଆପଣ ଆଗାମୀ ୩ମାସର ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ଗୋଟିଏ ମାସର ମଗଣା ସବସ୍କ୍ରିପସନ୍ ମିଳିଥାଏ।

ନିଶ୍ଚିତ ପଢ଼ନ୍ତୁ : Jio ର ମହାଧମାକା : ଏବେ ଟିଭିରେ ୫ ବର୍ଷ ପାଇଁ ମାଗଣା ଦେଖିପାରିବେ କ୍ରିକେଟ୍ ,ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ୍

ସେହିପରି ୬ ମାସର ପ୍ଳାନ୍ ଅପଗ୍ରେଡ଼ କରିବା ଦ୍ବାରା ଦୁଇ ମାସର ସବସ୍କ୍ରିପସନ ମାଗଣା ମିଳିବ। ଏଥିପାଇଁ ଆପଣଙ୍କୁ  UPGRADE33 କୋଡ଼ର ବ୍ଯବହାର କରିବାକୁ ପଡ଼ିବ। ଗିଗାଫାଇବରରେ ମାତ୍ର ୫୦୦ ଟଙ୍କାରେ ଗ୍ରାହକଙ୍କୁ ଅନଲିମିଡ଼େଟ୍ ଫାଇଦା ମିଳିପାରିବ। ଏଥିରେ ଗ୍ରାହକଙ୍କୁ ୫୦୦ ରୁ ୧୫୦୦ଟଙ୍କା ପର୍ଯ୍ଯନ୍ତ ଅନେକ ପ୍ଳାନର ସୁବିଧା ମିଳିବ। ତେବେ ଭୋଡ଼ାଫୋନର ଏହି ସବସ୍କ୍ରିପସନ ଅଫରକୁ ଏବେ ଜିଓ ଗିଗାଫାଇବର ସହ ତୁଳନା କରାଯାଉଛି।

Leave A Reply

Your email address will not be published.