ଭଦ୍ରକ: ଚାନ୍ଦବାଲି ନଳଗୋହିରା ପଞ୍ଚାୟତରେ କାର୍ଯ୍ୟକାରି ହେଲା ଓ୍ୱାଟର ଏଟିଏମ୍

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନଳଗୋହିରା ପଞ୍ଚାୟତରେ ସରକାରଙ୍କ ତରଫରୁ ଓ୍ୱାଟର ଏଟିଏମ ସେବା କାର୍ଯ୍ୟକାରି କରିଛନ୍ତି ସ୍ଥାନୀୟ ସରପଞ୍ଚ। ।  ଏହି ଏଟିଏମରେ ପ୍ରଥମେ ଟଙ୍କାଟିଏ  ପଶାଇଲେ ପରେ ଥଣ୍ଡା ଓ ସାଧାରଣ ପାଣି ପାଇପାରିବେ ଲୋକମାନେ । ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ୫ଲକ୍ଷ ଟଙ୍କା ବ୍ୟୟରେ ନଳଗୋହିରା ବଜାରରେ ଏହି ଓାଟର ଏଟିଏମର ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସରପଞ୍ଚ ଏହାର ଶୁଭାରମ୍ଭ କରିଛନ୍ତି।

water atm in chandbaliଏହି ଯୋଜନା ଭଦ୍ରକ ଜିଲ୍ଲାରେ ପ୍ରଥମ କରି ଏହି ପଞ୍ଚାୟତରେ  ଶୁଭାରମ୍ଭ କରାଯାଇଛି । ନିଶ୍ଚିତ ଭାବେ ଲୋକମାନେ ଏହାଦ୍ୱାରା ଉପକୃତ ହେବା ସହ ଏହାକୁ ଦେଖି ଅନ୍ୟ ପଞ୍ଚାୟତମାନେ ମଧ୍ୟ ଏଭଳି ୱାଟର ଏଟିଏମ  ନିଜ ନିଜ ପଞ୍ଚାୟତରେ କାର୍ଯ୍ୟକାରି କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।

Leave A Reply

Your email address will not be published.