୪୮ ଘଣ୍ଟାରେ ଭିଜିବ ସାରା ଓଡିଶା, ଆଜିଠୁ ୧୪ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ୪୮ ଘଣ୍ଟାରେ ଭିଜିବ ସାରା ଓଡିଶା। ଆଜିଠୁ ୧୪ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣରୁ ଉପକୂଳ ପୁଣି ପଶ୍ଚିମ ଓଡ଼ିଶାରେ ଅବିରତ ବର୍ଷା ହେବ । ଆଜି ପାଇଁ ୯ ଜିଲ୍ଲାକୁ ରେଡ୍‌, ୧୦ ଜିଲ୍ଲାରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୟାଗଡ଼, ସୁବର୍ଣ୍ଣପୁର, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅରେଞ୍ଜ ଜୋନ୍‌ରେ ରହିଛି ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ ଓ କେନ୍ଦ୍ରାପଡ଼ା ଜିଲ୍ଲା। ୧୧ ତାରିଖ ପାଇଁ ୯ ଜିଲ୍ଲାରୁ ରେଡ୍‌, ୧୦ ଜିଲ୍ଲାରୁ ଅରେଞ୍ଜ ଓ ୧୧ ଜିଲ୍ଲାରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ପ୍ରଭାବରେ ସମ୍ଭାବ୍ୟ ଜଳବନ୍ଦୀ ଓ ଫ୍ଲାସଫ୍ଲଡ୍‌ ଓ ଭୂସ୍ଖଳନ ଆଶଙ୍କା ଥିବାରୁ ସବୁ ଜିଲ୍ଲାପାଳଙ୍କ ଆଲର୍ଟ କରାଯାଇଛି ।

Leave A Reply

Your email address will not be published.