ମୋବାଇଲ ମାଗଣାରେ ନେବା ପାଇଁ ଡେଲିଭରୀ ବୟକୁ ହତ୍ୟା, ମାରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ପକାଇଲା ଅଭିଯୁକ୍ତ

ଅଭିଯୁକ୍ତ ଜଣକ ଏକ ଗୁଗଲ ପିକ୍ସେଲ ଏବଂ IPhone ମୋବାଇଲ ଫୋନ ଅନଲାଇନ ଅର୍ଡର କରିଥିଲା । ଡେଲିଭରୀ ବୟ ଭରତ ୨୪ ସେପ୍ଟେମ୍ବରରେ ଗୋଦାମରୁ ଦୁଇଟି ମୋବାଇଲ ଫୋନ ନେଇ ଡେଲିଭରୀ ପାଇଁ ଚିନହଟ ଯାଇଥିଲେ ।

ମୋବାଇଲ ଡେଲିଭରୀ ପାଇଁ ଯାଇଥିବା ଭରତକୁ ଘରକୁ ଡାକି ହତ୍ୟା କରିଥିଲା ଅଭିଯୁକ୍ତ । ଶବକୁ ଖଣ୍ଡ ଖଣ୍ଡ କରି ଭରତଙ୍କ ଡେଲିଭରୀ ବ୍ୟାଗରେ ରଖି ନଦୀରେ ପିଙ୍ଗିଥିଲା । ପୋଲିସ ଏବେ ଏସଡିଆରଏଫ ଟିମ୍‌ ସହାୟତାରେ ନଦୀରେ ଭରତଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଖୋଜୁଛି ।

ତେବେ ଭରତ ୮ ବର୍ଷ ଧରି ଡେଲିଭରୀ ବୟ ଭାବେ କାମ କରୁଛନ୍ତି । ଲକ୍ଷ୍ନୌର ସତରିଖ ରୋଡରେ ଏକ ଭଡା ଘରେ ପତ୍ନୀ ଏବଂ ଭଉଣୀ ସହିତ ରହୁଥିଲେ । ଡେଲିଭରୀ କରିବାକୁ ଯାଇ ଘରକୁ ଫେରିନଥିବାରୁ ଘର ଲୋକ କମ୍ପାନୀକୁ ଫୋନ ବୁଝିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।