Odisha News

ଜାରି ରହିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଯୋଗୁଁ ସମ୍ବଲପୁର ମଣ୍ଡଳ କାରାଗାର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । କ୍ଷମତାଠାରୁ ଅଧିକ ଅପରାଧି ଏବେ ସମ୍ବଲପୁର ଜେଲରେ । ଦୀର୍ଘ ୧୮ଦିନ ହେଲାଣି ସମ୍ବଲପୁର କଚେରୀ ଛକଠାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ଚାଲିଛି ।

ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ସହ କୋର୍ଟ ଗୁଡିକୁ ମଧ୍ୟ ଓକିଲମାନେ ପିକେଟିଂ କରି ବନ୍ଦ କରିଛନ୍ତି । ଫଳରେ ପ୍ରତ୍ୟେକ ଦିନ ଘଟୁଥିବା ଘଟଣାରେ ଗିରଫ ହେଉଥିବା ଅଭିଯୁକ୍ତଙ୍କୁ ମଣ୍ଡଳ କାରଗାରାକୁ ଅଣାଯାଇଛି । ଜେଲରେ ୫୧୯ଜଣଙ୍କ ପାଇଁ ସ୍ଥାନ ଥିବାବେଳେ ଏବେ ଅଛନ୍ତି ୮୪୨ ଜଣ । ସେପଟେ ଜେଲରେ ବନ୍ଦୀ ଥିବା ଲୋକଙ୍କ ପରିବାର ବର୍ଗ ମଧ୍ୟ ବେଲ୍‌ ପାଇଁ ନାନା ହଇରାଣ ହେଉଛନ୍ତି ।

Leave A Reply

Your email address will not be published.