Odisha News
.

ଫିଲ୍ମ ଶୁଟିଂ ପରେ କ’ଣ ହୋଇଥାଏ ସେଲିବ୍ରିଟିଙ୍କ ଦ୍ୱାରା ପିନ୍ଧାଯାଇଥିବା କପଡ଼ା?

ପ୍ରତି ଶୁକ୍ରବାର ଥିଏଟରରେ କିଛି ନା କିଛି ଫିଲ୍ମ ଆସିଥାଏ। ସେଥିମଧ୍ୟରୁ କେତେକ ହିଟ୍‌ ହୋଇଥାଏ ତ ଆଉ କେତେକ ସୁପରହିଟ୍‌ କିମ୍ବା ଫ୍ଲପ୍‌। ଫିଲ୍ମ ଯେବେ ନିର୍ମାଣ ହୁଏ, ସେତେବେଳେ ହିଟ୍‌ କିମ୍ବା ଫ୍ଲପ୍‌ ଭାବି ତିଆରି କରାଯାଏନି। ସବୁ ଫିଲ୍ମରେ ଲୋକେଶନରୁ ନେଇ ଷ୍ଟାର୍‌ କାଷ୍ଟ ପଯ୍ୟର୍ନ୍ତ, ସବୁଥିରେ ଖୁବ୍‌ ପଇସା ଖର୍ଚ୍ଚ କରାଯାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି? ଫିଲ୍ମ ଶୁଟିଂ ପରେ ସେଲିବ୍ରିଟିମାନଙ୍କ ଦ୍ୱାରା ପିନ୍ଧାଯାଇଥିବା କପଡ଼ା ବା ଡ୍ରେସ୍‌ କ’ଣ ହୋଇଥାଏ? ଏହି ପ୍ରଶ୍ନ ଆମ ସମସ୍ତଙ୍କ ମନରେ ଥରେ ନିଶ୍ଚୟ ଆସିଥିବ।

ଏହାସହ ପଢ଼ନ୍ତୁ: ଶେଷରେ ଜଣାପଡ଼ିଲା, ଏହି ସୁପରଷ୍ଟାର୍‌ଙ୍କ ନାଁରେ ସିନ୍ଦୂର ଲଗାନ୍ତି ରେଖା!

star2

ୟଶ୍‌ରାଜ ଫିଲ୍ମସର ଷ୍ଟାଇଲିଷ୍ଟ୍‍ ଆୟଶା ଖାନ୍ନା ଏକ ଇଣ୍ଟରଭ୍ୟୁରେ ଏହି ପ୍ରଶ୍ନର ଉତ୍ତର ରଖିଥିଲେ। ସେ କହିଥିଲେ, ଫିଲ୍ମଗୁଡ଼ିକରେ ସେଲିବ୍ରିଟିମାନେ ପିନ୍ଧୁଥିବା ଅଧିକାଂଶ କପଡ଼ାକୁ ସୁରକ୍ଷିତ ରଖାଯାଇଥାଏ। ଏହାସହ କପଡ଼ାରେ ସେହି ଫିଲ୍ମର ଟ୍ୟାଗ୍‌ ଲଗାଯାଏ। ଏହାପରେ ସେହି କପଡ଼ାଗୁଡ଼ିକୁ ଜୁନିୟର୍‌ ଆର୍ଟିଷ୍ଟମାନଙ୍କଠାରେ ବ୍ୟବହାର କରାଯାଏ। କପଡ଼ାଗୁଡ଼ିକୁ ସେହି ପ୍ରଡକ୍ସନ ହାଉସ୍‌ର ସେକେଣ୍ଡ ଫିଲ୍ମରେ ମଧ୍ୟ ୟୁଜ୍‌ କରାଯାଇଥାଏ।

ଏହାସହ ପଢ଼ନ୍ତୁ: ସନିଙ୍କ ସହିତ ଡ୍ୟାନ୍ସ କରି ଧମାଲ ମଚାଇଲେ ବ୍ରାଭୋ, ଚାମ୍ପିୟନ ଗୀତରେ କଲେ ଡ୍ୟାନ୍ସ

star3

ସେ ଆହୁରି କହିଥିଲେ ଯେ ଅନ୍ୟ ଆର୍ଟିଷ୍ଟଙ୍କୁ ସେହି କପଡ଼ା ପିନ୍ଧାଯିବା ସମୟରେ ଏହା କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ଯେ ଯେପରି ଦର୍ଶକମାନଙ୍କୁ ନ ଲାଗିବ କି ସେମାନେ ପୂର୍ବରୁ ଏହି କପଡ଼ା ଦେଖିଛନ୍ତି। ଜରୁରୀ ନୁହେଁ ଯେ ସବୁ କପଡ଼ା ସହ ଏମିତି ହୋଇଥାଏ। କାହିଁକି ନା, କିଛି ଷ୍ଟାର୍‌ଙ୍କୁ କପଡ଼ା ପସନ୍ଦ ଆସିଲେ, ସେମାନେ ନିଜ ସାଥୀରେ ହିଁ ନେଇଯାଆନ୍ତି। ଏହାସହ ଯେତେବେଳେ କୌଣସି ଡିଜାଇନର୍‌ ଫିଲ୍ମ ଆକ୍ଟରମାନଙ୍କ ପାଇଁ ଡିଜାଇନ୍‌ ଡ୍ରେସ୍‌ କିମ୍ବା କପଡ଼ା ଦେଇଥାଆନ୍ତି, ସେମାନେ ଫିଲ୍ମ ଶୁଟିଂ ପରେ ପୁଣିଥରେ ନେଇଯାଆନ୍ତି।

ଏହାସହ ପଢ଼ନ୍ତୁ: ଏ ହେଉଛନ୍ତି ଉଦିତ୍‌ ନାରାୟଣଙ୍କ ପ୍ରଥମ ସ୍ତ୍ରୀ, ପରେ ମୁମ୍ବାଇ ଆସି ଉଦିତ୍‌ କରିଥିଲେ ଦ୍ୱିତୀୟ ବିବାହ

star4

ସେହିପରି ଆଉ କିଛି ଆଉଟ୍‌ଫିଟସକୁ ଫିଲ୍ମ ରିଲିଜ୍‌ ହେବା ପରେ ନିଲାମ୍‌ କରାଯାଇଥାଏ। ଫିଲ୍ମ ‘ରୋବୋଟ୍‌’ରେ ଐଶ୍ୱଯ୍ୟର୍ା ରାୟ ଏବଂ ରଜନୀକାନ୍ତ ପିନ୍ଧିଥିବା ଆଉଟ୍‌ଫିଟକୁ ଏକ ଏନ୍‌ଜିଓ ପାଇଁ ପଇସା ଯୋଗାଡ଼ କରିବା ଲାଗି ଅନ୍‌ଲାଇନ୍‌ ଦ୍ୱାରା ନିଲାମ୍‌ କରାଯାଇଥିଲା।

Loading...

Leave A Reply

Your email address will not be published.